Posted inଫୁରସତ

ପକ୍ଷୀ ଭଳି ଲାଗୁଥିବା ଡାଇନୋସର

ପ୍ରାଣୀଟି ଦେଖିବାକୁ ଠିକ୍‌ ବତକ ଭଳି। ମାତ୍ର ଏହା ବତକ ନୁହେଁ। ଏକଥା କହିଲେ ଆହୁରି ଆଶ୍ଚର୍ଯ୍ୟ ଲାଗିବ ଯେ, ଏହା ଏକ ପକ୍ଷୀ ହିଁ ନୁହେଁ। ଏହା ହେଉଛି ଏକ ଡାଇନୋସର। ଅତି ପ୍ରାଚୀନ ପ୍ରସ୍ତର ଯୁଗରେ ହିଁ ଏଭଳି ଡାଇନୋସର ପ୍ରଚୁର ମାତ୍ରାରେ ଦେଖିବାକୁ ମିଳୁଥିଲେ। ଖାଲି ଦେଖିବାକୁ ମିଳୁ ନ ଥିଲେ ଲୋକମାନେ ଏହାକୁ ଗୃହପାଳିତ କରି ମଧ୍ୟ ରଖୁଥିଲେ। ଏହି ଡାଇନୋସରଟି ଚଢ଼େଇ ଭଳି ଆକାଶରେ ଉଡ଼ି ପାରୁଥିଲା। ବତକ ଭଳି ପାଣିରେ ପହଁରି ପାରୁଥିଲା। କୁକୁଡ଼ା ଭଳି ମାଟିରେ ଚାଲିପାରୁଥିଲା। ଏକଥା କହିଛନ୍ତି ଇଟାଲୀର ବଲୋଗ୍ନା ମ୍ୟୁଜିିୟମ୍‌ର ଗବେଷକ ଆଣ୍ଡ୍ରିଆ କାଓ। ଆଣ୍ଡ୍ରିଆ ଏବଂ ତାଙ୍କର ଗବେଷକ ଦଳ ଏକ ସଦ୍ୟ ଆବିଷ୍କୃତ ଫସିଲ ବା ଜୀବାଶ୍ମ ଉପରେ ଗବେଷଣା କରି ଏକଥା କହିଛନ୍ତି। ଜୀବାଶ୍ମଟିକୁ ସେମାନେ ଥ୍ରୀ ଡାଇମେନ୍‌ସନ୍‌ (ଥ୍ରୀ ଡି) ଜରିଆରେ ସ୍କାନ କରିବାକୁ ପ୍ରଥମେ ସ୍ଥିର କରିଥିଲେ। ମାତ୍ର କାଳେ ଫସିଲଟି ନଷ୍ଟ ହୋଇଯିବ ସେଥିଲାଗି ସେମାନେ ସାଇନ୍‌କ୍ରୋଟନ ରେଡିଏସନ୍‌ ଜରିଆରେ ସ୍କ୍ରିନିଂ କରିଥିଲେ। ଏଥିରୁ ଜଣା ପଡ଼ିଥିଲା ଯେ ଅବିକଳ ପକ୍ଷୀ ଭଳି ମନେ ହେଉଥିବା ଏହି ଡାଇନୋସର୍‌ର ଅସ୍ଥିସବୁ ଅତ୍ୟନ୍ତ ଶକ୍ତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଇତିହାସର ରହସ୍ୟମୟ ତାଲିକାରେ ସାଇତା ନିଖୋଜ ମଣିଷଙ୍କ କଥା: କୁଆଡ଼େ ଗଲେ ନେତାଜୀ, ହୋଫା…

ଏଇଟା ସେଇ ସମୟ ନୁହେଁ, ଯେତେବେଳେ ଜଣେ ଆଖିପିଛୁଳାରେ ଉଭାନ ହୋଇଯିବ। ତନ୍ତ୍ର ବା ମନ୍ତ୍ରବଳରେ ନିଜକୁ ଦିନଦିନ ଧରି ଲୁଚେଇ ଦେଇପାରିବ। ଅଥବା ପୁଣିଥରେ...

ପବନରେ ଆଳୁ ଚାଷ

କର୍‌ନାଲ: ବଜାରରେ ଆଳୁ ଦାମ୍‌ ବଢ଼ି ବଢ଼ି ଚାଲିଛି। ପିଆଜ ଭଳି ଆଳୁ ଦର ମଧ୍ୟ ଏବେ କେତେକ ସ୍ଥାନରେ ବଢ଼ିବାରେ ଲାଗିଛି। ତେଣୁ ଆଳୁ...

ହାତୀଙ୍କ ପାଇଁ ବ୍ୟାୟାମଶାଳା

ଡେରାଡୁନ୍‌: ଏଣିକି ଜିମ୍‌ରେ ବ୍ୟାୟାମ କରିବେ ହାତୀ। ଉତ୍ତରାଖଣ୍ଡସ୍ଥିତ ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟରେ ହାତୀଙ୍କ ପାଇଁ ତିଆରି ହୋଇଛି ଏକ ଜିମ୍‌। ଏହି ବିରାଟକାୟ ବନ୍ୟପ୍ରାଣୀମାନେ...

ଏହି ସୁନ୍ଦରୀଙ୍କୁ ଫେସ୍‌ବୁକ୍‌ରେ ମିଳିଲାନି ଅଧିକ ଲାଇକ୍‌: ଘଟାଇଲେ ଏମିତି କାଣ୍ଡ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆ ଏପରି ଏକ ସ୍ଥାନ ଯେଉଁଠାରେ ଲୋକେ ନିଜ ସୁଖ, ଦୁଃଖକୁ ପ୍ରତିମୁହୂର୍ତ୍ତରେ ବନ୍ଧୁଙ୍କ ସହ ଶେୟାର କରିଥାନ୍ତି। ଏହି କାରଣରୁ ଦୂରରେ ଥିବା...

କିଏ ୨୫ ତ କିଏ ୨୭: ବୟସରେ ବହୁତ ସାନ ଏହି ରାଜନେତାଙ୍କ ପତ୍ନୀ

କଥାରେ ଅଛି ପ୍ରେମ ବୟସ ଦେଖି ହୁଏନା, କୌଣସି ବନ୍ଧନ ମାନେନା। ଭାରତୀୟ ରାଜନୀତିରେ ଏଭଳି କିଛି ରାଜନେତା ଅଛନ୍ତି ସେମାନେ ନିଜ ଜୀବନସଙ୍ଗିନୀଙ୍କଠାରୁ ବୟସରେ...

କ୍ୱାରାଣ୍ଟାଇନରେ ଥିବା ସମୟରେ ଗଲେ କେଶ କାଟିବାକୁ : ଲାଗିଲା ଏତିକି ଟଙ୍କାର ଜରିମାନା

ହୋମ୍‌ କ୍ୱାରାଣ୍ଟାଇନରେ ଥିବା ବେଳେ କେଶ କାଟିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ୭,୬୦୦ ଡଲାର ଫାଇନ୍‌ ଲାଗିଛି। ଯାହାକି ଭାରତୀୟ ମୂଲ୍ୟରେ...

କରୋନା ଆକ୍ରାନ୍ତଙ୍କ ଆଶା ଟିଇଜି

କଲରାଡୋ: ଥ୍ରୋମ୍ବୋଇଲାଷ୍ଟୋଗ୍ରାଫି (ଟିଇଜି) ପରୀକ୍ଷା ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କୁ ସୁରକ୍ଷା ଦେବ। ଏହା ହୃଦ୍‌ଘାତ ଏବଂ କିଡ୍‌ନୀ ଫେଲ୍‌ ଭଳି ଜଟିଳ ବ୍ୟାଧି ଆଶଙ୍କାକୁ...

ମାଙ୍କଡ଼ ପଢୁଛି ପାଠ

ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଫଳରେ ବିଦ୍ୟାଳୟ ଯିବାକୁ ପିଲା ଆଗ୍ରହୀ ହେଉଛନ୍ତି। ଖାଲି ଯେ, ପିଲାମାନେ ଏହାକୁ...

Coronavirus Update


Archives

Model This Week

Why Dharitri