Posted inଫୁରସତ

ପକ୍ଷୀ ଭଳି ଲାଗୁଥିବା ଡାଇନୋସର

ପ୍ରାଣୀଟି ଦେଖିବାକୁ ଠିକ୍‌ ବତକ ଭଳି। ମାତ୍ର ଏହା ବତକ ନୁହେଁ। ଏକଥା କହିଲେ ଆହୁରି ଆଶ୍ଚର୍ଯ୍ୟ ଲାଗିବ ଯେ, ଏହା ଏକ ପକ୍ଷୀ ହିଁ ନୁହେଁ। ଏହା ହେଉଛି ଏକ ଡାଇନୋସର। ଅତି ପ୍ରାଚୀନ ପ୍ରସ୍ତର ଯୁଗରେ ହିଁ ଏଭଳି ଡାଇନୋସର ପ୍ରଚୁର ମାତ୍ରାରେ ଦେଖିବାକୁ ମିଳୁଥିଲେ। ଖାଲି ଦେଖିବାକୁ ମିଳୁ ନ ଥିଲେ ଲୋକମାନେ ଏହାକୁ ଗୃହପାଳିତ କରି ମଧ୍ୟ ରଖୁଥିଲେ। ଏହି ଡାଇନୋସରଟି ଚଢ଼େଇ ଭଳି ଆକାଶରେ ଉଡ଼ି ପାରୁଥିଲା। ବତକ ଭଳି ପାଣିରେ ପହଁରି ପାରୁଥିଲା। କୁକୁଡ଼ା ଭଳି ମାଟିରେ ଚାଲିପାରୁଥିଲା। ଏକଥା କହିଛନ୍ତି ଇଟାଲୀର ବଲୋଗ୍ନା ମ୍ୟୁଜିିୟମ୍‌ର ଗବେଷକ ଆଣ୍ଡ୍ରିଆ କାଓ। ଆଣ୍ଡ୍ରିଆ ଏବଂ ତାଙ୍କର ଗବେଷକ ଦଳ ଏକ ସଦ୍ୟ ଆବିଷ୍କୃତ ଫସିଲ ବା ଜୀବାଶ୍ମ ଉପରେ ଗବେଷଣା କରି ଏକଥା କହିଛନ୍ତି। ଜୀବାଶ୍ମଟିକୁ ସେମାନେ ଥ୍ରୀ ଡାଇମେନ୍‌ସନ୍‌ (ଥ୍ରୀ ଡି) ଜରିଆରେ ସ୍କାନ କରିବାକୁ ପ୍ରଥମେ ସ୍ଥିର କରିଥିଲେ। ମାତ୍ର କାଳେ ଫସିଲଟି ନଷ୍ଟ ହୋଇଯିବ ସେଥିଲାଗି ସେମାନେ ସାଇନ୍‌କ୍ରୋଟନ ରେଡିଏସନ୍‌ ଜରିଆରେ ସ୍କ୍ରିନିଂ କରିଥିଲେ। ଏଥିରୁ ଜଣା ପଡ଼ିଥିଲା ଯେ ଅବିକଳ ପକ୍ଷୀ ଭଳି ମନେ ହେଉଥିବା ଏହି ଡାଇନୋସର୍‌ର ଅସ୍ଥିସବୁ ଅତ୍ୟନ୍ତ ଶକ୍ତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri