ପକ୍କାଘର କରାଇଦେବାକୁ କହି ମହିଳାଙ୍କୁ ଠକେଇ ଘଟଣା: ମାସେ ପରେ ବି ପୋଲିସ ହାତ ଖାଲି

ନୟାଗଡ଼ ଅଫିସ,୨୭।୭: ଗତ ଜୁନ୍‌ ମାସ ୨୫ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକ ମହିଳାଙ୍କୁ ପକ୍କା ଘର କରାଇଦେବାକୁ କହି ସୁନା ଚେନ୍‌ ଓ ଟଙ୍କା ଠକି ନେଇ ଫେରାର୍‌ ହୋଇଯିବା ଘଟଣାକୁ ମାସେ ପୂରିଲାଣି। ହେଲେ ନୟାଗଡ଼ ଟାଉନ ପୋଲିସ ଏ ପର୍ଯ୍ୟନ୍ତ ଯୁବକ ଜଣଙ୍କର ପତ୍ତା ପାଇନାହିଁ। ଅନ୍ୟପକ୍ଷେ ଯେପରି ପୁନର୍ବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଘଟଣା ନ ଘଟିବ ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଲୋକମାନେ ସଚେତନ ହେବା ପାଇଁ ବୋର୍ଡ ମରାଯାଇଛି। ବୋର୍ଡରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଯେପରିକି ପକ୍କାଘର, ଭତ୍ତା, ଜମିପଟ୍ଟା ଆଦି ବିଭିନ୍ନ ଯୋଜନା ବିଷୟରେ ଜାଣିବାକୁ ହେଲେ ସିଧାସଳଖ ସମ୍ପୃକ୍ତ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି। କୌଣସି ଦଲାଲ୍‌ଙ୍କ କଥାରେ ଭରସା ନ କରିବା ସହିତ ସେମାନଙ୍କୁ ଟଙ୍କା ନ ଦେବା ପାଇଁ ଦର୍ଶାଯାଇଛି। ଯଦି କେହି ସରକାରୀ ଯୋଜନା ପାଇଁ ଟଙ୍କା ମାଗନ୍ତି, ତାହା ହେଲେ ତୁରନ୍ତ ଜିଲାପାଳଙ୍କୁ ଅବଗତ କରାଇବା ପାଇଁ ବୋର୍ଡରେ ଦର୍ଶାଯାଇଛି। ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।
ଯେ, ଗତ ମାସ ୨୫ ତାରିଖରେ ରଣପୁର ବ୍ଲକ ବାରଙ୍ଗଗାଡ଼ିଆ ଗ୍ରାମରେ ମମତା ଛୁଆଳସିଂଙ୍କ ଘରେ ଜଣେ ଯୁବକ ପହଞ୍ଚତ୍ ନିଜ ଗ୍ରାମ ଏକତାଳରେ ବୋଲି କହିବା ସହ ମମତାଙ୍କ ବିଜୁ ପକ୍କା ଘର ଯୋଜନାରେ କୋଠାଘର ଆସିଥିବା କହିଥିଲେ। ଘର କରିବା ପାଇଁ ତୁମକୁ ୨ ଲକ୍ଷ ୩୦ ହଜାର ଟଙ୍କା ମିଳିବ। ଆଉ ସେଥିପାଇଁ ଜିଲପାଳଙ୍କ କାର୍ଯ୍ୟାଳୟରେ କିଛି ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି କହିଥିଲେ। ଏହା ପରେ ମମତା କେତେ ଟଙ୍କା ପଚାରିବାରୁ ଯୁବକ ଜଣଙ୍କ ୨୦ରୁ ୩୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ତାଙ୍କ ପାଖରେ ଏତେ ଟଙ୍କାନାହିଁ ବୋଲି ମମତା କହିବାରୁ ତୁମ ପାଖରେ ଯେତେ ଟଙ୍କା ଅଛି ଆଣ ଆଉ କିଛି ସୁନା ଜିନିଷ ଦିଅ ତାକୁ ବିକ୍ରି କରି ଟଙ୍କା ଦେବା ବୋଲି ଯୁବକ କହିଥିଲେ। ପରେ ମମତା ଓ ତାଙ୍କ ଝିଅ ଚୁଲବୁଲି ଯୁବକଙ୍କ ବାଇକ୍‌ରେ ବସି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପଡ଼ିଥିବା ବେଞ୍ଚରେ ବସି ଯୁବକ ଜଣଙ୍କ ଚୁଲବୁଲିଙ୍କୁ ରାଶନ କାର୍ଡ ଓ ଭୋଟର କାର୍ଡର ଜେରକ୍ସ କରି ଆଣିବା ପାଇଁ କହିଥିଲେ। ଝିଅ ଜେରକ୍ସ କରିବା ପାଇଁ ବଜାରକୁ ଆସିଥିଲେ। ଏହି ସମୟରେ ଯୁବକ ଜଣଙ୍କ ମମତାଙ୍କୁ ଟଙ୍କା ଓ ସୁନାଚେନ୍‌ ଦେବାକୁ କହିଥିଲେ। ମମତା ତାଙ୍କ ପାଖରେ ଥିବା ୩୨୦୦ ଟଙ୍କା ଓ ପାଖାପାଖି ୧.୫ ଭରି ଓଜନର ସୁନାଚେନ୍‌କୁ ଯୁବକଙ୍କ ହାତକୁ ବଢାଇ ଦେବାରୁ ତାକୁ ନେଇ ଯୁବକ ଫେରାର୍‌ ହୋଇ ଯାଇଥିଲେ। ଯୁବକଙ୍କୁ ଅପେକ୍ଷା କରି ନ ପାଇବାରୁ ସେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ। ଏ ନେଇ ମମତା ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଥାନାରେ ଏକ ମାମଲା ରୁଜୁ କରି ୨୬ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଯୁବକଙ୍କର ସିସିଟିଭ ଫୁଟେଜ ଆଣିଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ପୋଲିସ ଯୁବକଙ୍କୁ ଧରିବାରେ ସଫଳ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri