ପଏଁରୀ ତିହାର : ନୃତ୍ୟଗୀତରେ ଦୁଲୁକିଲା ମଞ୍ଚ

ସୋନପୁର,୩।୧(ନି.ପ୍ର.) – ପଶ୍ଚିମ ଓଡିଶାର ପାରମ୍ପରିକ ଲୋକନୃତ୍ୟ ଓ ଗୀତରେ ଗୁରୁବାର ପଏଁରୀ ତିହାରର ଦ୍ୱିତୀୟ ସନ୍ଧ୍ୟାର ମଞ୍ଚ ଦୁଲୁକି ଉଠିଥିଲା। ଢୋଲ, ନିଶାନ ଓ ବଂଶୀ ସ୍ବରର ତାଳେ ତାଳେ ଭୀମଭୋଇ କଳା ମଣ୍ଡପରେ କଳାକାରମାନେ ପାରମ୍ପରିକ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ରସରକେଲି, ବଜନିଆ, ଚୁଟ୍‌କୁଚୁଟା ଓ ପତରସଉରା ଭଳି ନୃତ୍ୟରେ ଝୁମିଥିଲେ। ଜାତୀୟସ୍ତରର ଏହି ଲୋକ ନୃତ୍ୟ ଓ ବାଦ୍ୟ ଉତ୍ସବରେ ଅନୁଷ୍ଠାନର ସଭାପତି ଲଡୁ କିଶୋର ମଲ୍ଳିକ ଅଧ୍ୟକ୍ଷତା କରିଥିଲେ। ଏଥିରେ କନିଷ୍ଠ ବାଣିଜ୍ୟ ଅଧିକାରୀ ତୁଳାରାମ କଲେତ ଅତିଥି ଭାବେ ଯୋଗଦେଇ ସୁବର୍ଣ୍ଣପୁରର ଲୋକକଳା, ସଂସ୍କୃତି ଓ ଲୋକବାଦ୍ୟ ମହାନ ବୋଲି କହିଥିଲେ। ଲୁପ୍ତ ପାଇବାକୁ ବସିଥିବା ଏହି କଳାକୁ ବଞ୍ଚାଇ ରଖିବାକୁ ପଏଁରୀର ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ମ୍ୟୁନିସିପାଲିଟି ଇଓ ଜଗଦୀଶ ଚନ୍ଦ୍ର ମହାନନ୍ଦ, ଡିଆଇପିଆରଓ ହରି ଚରଣ ମିଶ୍ର, ସୋନପୁର-ମନମୁଣ୍ଡା ପ୍ରାତଃଭ୍ରମଣ ସ୍ବଚ୍ଛଭାରତ ସଂଗଠନ ସଭାପତି ଲକ୍ଷ୍ମୀନାରାୟଣ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୋକ ସଂସ୍କୃତି ଓ ଲୋକକଳା ଅଞ୍ଚଳର ପ୍ରଗତି ସହିତ ଜଡିତ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ପଏଁରୀ ଉପଦେଷ୍ଟା ଅଭିମନ୍ୟୁ କୁଶଳ ଓ ଶ୍ରୀବତ୍ସ ମଲ୍ଳିକ ପ୍ରମୁଖ ଯୋଗଦେଇ ସଂସ୍କୃତି ବଞ୍ଚତ୍ବାର ସ୍ପନ୍ଦନ । ଭାଷା, ସଂସ୍କୃତି ଓ କଳାର ସଂରକ୍ଷଣ ଏବଂ ପ୍ରସାର ପାଇଁ ୨୦ ବର୍ଷ ଧରି ଅନୁଷ୍ଠାନର ଉଦ୍ୟମକୁ ଅତିଥି ବୃନ୍ଦ ପ୍ରଶଂସା କରିଥିଲେ। ସମ୍ପାଦକ ଚୌଧୁରୀ ବିଭାର ସଭା ସଂଯୋଜନା କରିଥିଲେ। ଯୁବ ସାମାଜିକକର୍ମୀ ମନୋଜ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ବଲପୁର କଳାକେନ୍ଦ୍ର ଅନୁଷ୍ଠାନର କଳାକାର ଚୁଟ୍‌କୁଚୁଟା, ପଏଁରୀ ଅନୁଷ୍ଠାନର କଳାକାର ରସରକେଲି, ହରିଆନା ଧର୍ମପୁତ୍ର କଳା ମଞ୍ଚର କଳାକାର ଫଗ୍‌ ନୃତ୍ୟ, ବିନିକା ରୁମୁକୁଝୁମାନା ଅନୁଷ୍ଠାନର କଳାକାର ବଜନିଆ ଓ ବାସୁଦେବପୁରର କଳାକାର ପତରସଉରା ନୃତ୍ୟ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡନୃତ୍ୟ: ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ

ଅମରପାଲି,୮ା୯(ପୀତାମ୍ବର ସାହୁ):ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri