ନୟାଗଡ଼ ଗୋଛା ଗ୍ରାମରେ ନଗଡ଼ା ପ୍ରତିଛବି

ନୟାଗଡ଼ ଅଫିସ,୩୦।୫-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ପଞ୍ଚାୟତ ଗୋଛା ଗ୍ରାମରେ ଯାଜପୁର ଜିଲା ନଗଡା ଗ୍ରାମ ପ୍ରତିଛବି ଦେଖିବାକୁ ମିଳିଛି। ଏଠାକାର ଲୋକେ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ତାହା ଦୃଷ୍ଟି ଆଢୁଆଳରେ ରହିଯାଇଛି। ଗୋଛା ଗ୍ରାମରେ କିଛି ଆଦିବାସୀ ପରିବାର ବାସ କରୁଛନ୍ତି। ମଙ୍ଗଳବାର ଗୋଚ୍ଛା ଜଙ୍ଗଲରେ ହାତୀମୃତ୍ୟୁ ଖବର ପାଇ କେତେକ ଗଣମାଧ୍ୟମ ପ୍ରତିନିଧି ଉକ୍ତ ଗ୍ରାମ ରାସ୍ତା ଦେଇ ଯାଉଥିଲା ବେଳେ ବାଟରେ ଦାରିଦ୍ର୍ୟର ନିଚ୍ଛକ ଦୃଶ୍ୟ ଦେଖି ଅଟକି ଯାଇଥିଲେ। ଦୁଇ ଜଣ ମହିଳା ପଲିଥିନରେ ପଖାଳ ଭାତ ରଖି ତା’ ସହିତ ଆମ୍ବୁଲ, ଲଙ୍କା ଓ ଲୁଣ ଲଗାଇ ଖାଉଥିଲେ। ସ୍ବାଧୀନତାର ୭୪ ବର୍ଷ ପରେ ବିକାଶଶୀଳ ରାଜ୍ୟରେ ଏପରି ଦୃଶ୍ୟ ବାସ୍ତବିକ୍‌ ଦୁଃଖଦାୟକ। ମହିଳାଦ୍ୱୟ ସକାଳୁ ଜଙ୍ଗଲକୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଘରେ ଟିଫିନ୍‌ ନଥିବାରୁ ପଲିଥିନ୍‌ରେ ପଖାଳ ପୂରାଇ ଆଣିଥିଲେ। ଖାଇ ସାରିବା ପରେ ଜରିକୁ ନିକଟସ୍ଥ ନାଳ ପାଣିରେ ଧୋଇ ପୁଣି ଆସନ୍ତାକାଲି ସେଥିରେ ଭାତ ଆଣିବେ ବୋଲି କହିଥିଲେ। ପେଟ ଚାଖଣ୍ଡକ ପାଇଁ ଲୋକମାନେ କିପରି ସଂର୍ଘଷ କରୁଛନ୍ତି ତାହା ଏଥିରୁ ଅନୁମେୟ। ଭାତ ସାଙ୍ଗରେ ଲଗାଇ ଖାଇବାକୁ ଭଜା, ତରକାରି କଁାଭଁା ସେମାନଙ୍କ ଭାଗ୍ୟରେ ଜୁଟିଥାଏ। ନ ହେଲେ ଗୋଟାଇ ଆଣିଥିବା ଆମ୍ବକୁ ଆମ୍ବୁଲ କରି ବର୍ଷଯାକ ପଖାଳ ସାଙ୍ଗରେ ଖାଇବାକୁ ପଡିଥାଏ। ଏହି ଦୃଶ୍ୟ ଜିଲା ଉନ୍ନତି ଆଡ଼କୁ ଗତି କରୁଛି ବୋଲି ଦିଆ ଯାଉଥିବା ନାରାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଓଡଗଁା ବିଡିଓ ସ୍ବାତିଲେଖା ଦାସଙ୍କୁ ପଚାରିବାରୁ ସେ ଉକ୍ତ ଗ୍ରାମଟି ଦୁର୍ଗମ ଅଞ୍ଚଳରେ ବୋଲି ସ୍ବୀକାର କରିବା ସହ ପୃଷ୍ଟିହୀନତାର କୌଣସି ଖବର ନାହିଁ ବୋଲି କହିଥିଲେ। ଏ ନେଇ କେହି ଅଭିଯୋଗ କଲେ ସେ ଉକ୍ତ ଗ୍ରାମକୁ ଏକ ଟିମ୍‌ ପଠାଇବା ସହ ନିଜେ ଯାଇ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନାହାରରେ ବୃଦ୍ଧ ସୁଦର୍ଶନ

ନୟାଗଡ଼ ଅଫିସ,୯।୫: ନୟାଗଡ଼ ବ୍ଲକ ସୁନାଲଟି ଗାଁର ସୁଦର୍ଶନ ଲେଙ୍କା(୭୦) ଅନାହାରରେ ଦିନ କାଟୁଛନ୍ତି। ଖଣ୍ଡପଡା ବ୍ଲକ ଯୋଗିଆପଲ୍ଲୀ ଘାଟିର ଠାକୁରାଣୀ ପୀଠରେ ଠାକୁରଙ୍କ ଭୋଗ...

୧୨ ମାସ ହେଲା ବୃଦ୍ଧାଙ୍କୁ ମିଳୁନି ଭତ୍ତା, ରାଶନ ସାମଗ୍ରୀ

ନୂଆଗାଁ, ୧୨ା୨ (ଡି.ଏନ.ଏ.) : ଦାରିଦ୍ର୍ୟର ସୀମାରେଖା ତଳେ ରହୁଥିବା ଗରିବ ଲୋକଙ୍କୁ ଖାଦ୍ୟ ଦେବାକୁ ୫ କେଜି ରାଶନ ଯୋଗାଇ ଦେଉଛନ୍ତି। ସେହିପରି ବାର୍ଦ୍ଧକ୍ୟ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମହିଳା ମୃତ

ଟାଙ୍ଗୀ(ଖୋର୍ଦ୍ଧା)/ଚିଲିକା,୧୮।୧୦(ଡି.ଏନ.ଏ.):  ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ୍‌ ହରିପୁର ଗ୍ରାମପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମରେ ଗୁରୁବାର ସକାଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମହିଳା ପ୍ରାଣ ହରାଇଛନ୍ତି।...

ରାଶନ କାର୍ଡ ଜାଲିଆତି ଗୁମର ଫିଟିଲା: ଦେଢ଼ବର୍ଷ ଧରି ଉଠାଣ ହେଉଥିଲା ରାଶନ ସାମଗ୍ରୀ

ନୟାଗଡ଼ ଅଫିସ/ରଣପୁର,୧୯।୬(ସ୍ବ.ପ୍ର.): ରଣପୁର ବ୍ଲକ ନରସିଂହପୁର ପଞ୍ଚାୟତ କରଡାପଲ୍ଲୀର ବାଳାମଣୀ ପଲେଇ ଓ ନରସିଂହପୁରର ଝରଣା ସାହୁଙ୍କ ନାମରେ ଦୀର୍ଘ ଦେଢ଼ବର୍ଷ ହେଲା ଉଠାଣ ହେଉଥିଲା...

ଅଭାବ ଅନଟନରେ ବିଡ଼ି ଶ୍ରମିକ

ନୟାଗଡ଼ ଅଫିସ,୮ା୫: ନୟାଗଡ଼ ଜିଲାର ବିଡ଼ି ଶ୍ରମିକମାନେ ଆର୍ଥିକ ଅନଟନରେ ଛନ୍ଦି ହୋଇ ଦୁଃଖଦ ଜୀବନଯାପନ କରୁଛନ୍ତି। ସ୍ବାସ୍ଥ୍ୟସେବା ମିଳୁ ନ ଥିବାବେଳେ ଶ୍ରମ ଆଇନରେ...

ନୟାଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସୁଦାମ ମାରାଣ୍ଡି

ନୟାଗଡ଼ ଅଫିସ,୧୫ା୮: ନୟାଗଡସ୍ଥିତ ପୋଲିସ ଟ୍ରେନିଂ ସ୍କୁଲ(ପିଟିଏସ୍‌)ଠାରେ ୭୪ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଶନିବାର ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ...

ଆର୍ମି ଇଞ୍ଜିନିୟରଙ୍କୁ ଗୁଳିମାଡ଼

ନୟାଗଡ଼ ଅଫିସ,୧୯ା୧୨: ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଅନିରୁଦ୍ଧ ନାୟକ ନାମକ ଜଣେ ଆର୍ମି ଟେକ୍ନିକାଲ ଇଞ୍ଜିନିୟର...

ଅସୁରକ୍ଷିତ ଶ୍ରେଣୀଗୃହ: ବାରଣ୍ଡାରେ ବସି ପାଠପଢୁଛନ୍ତି ପିଲା

ଖଣ୍ଡପଡା,୫।୧୨(ସ୍ବ.ପ୍ର.): ଦୀର୍ଘବର୍ଷରୁ ଅସୁରକ୍ଷିତ ଅବସ୍ଥାରେ ଥିବା ଶ୍ରେଣୀଗୃହ ଯୋଗୁ କୋସକା ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏ ନେଇ...

Advertisement
Archives

Model This Week