ନୋବେଲ୍‌ ପଦାର୍ଥ ବିଜ୍ଞାନୀ

ଡ. ଗୌରୀଶଙ୍କର ସାହୁ
ବ୍ରହ୍ମାଣ୍ଡ ସମ୍ବନ୍ଧୀୟ ଦୁଇଟି ଯୁଗାନ୍ତକାରୀ ଗବେଷଣାକୁ ଏ ବର୍ଷ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବାକୁ ସ୍ଥିର ହୋଇଛି। ଏ ଦୁଇଟି ଗବେଷଣା ବ୍ରହ୍ମାଣ୍ଡରେ ଆମର ସ୍ଥିତି ସମ୍ବନ୍ଧରେ ନୂତନ ଦିଗନ୍ତ ଖୋଲିଦେଇଛି।
ଆମେ ଦେଖୁଥିବା ଜଗତ ବ୍ରହ୍ମାଣ୍ଡର ସମୁଦାୟ ବସ୍ତୁ ଓ ଶକ୍ତିପୁଞ୍ଜର ମାତ୍ର ପାଞ୍ଚ ପ୍ରତିଶତ। ବାକି ପଞ୍ଚାନବେ ପ୍ରତିଶତ ଆମଠାରୁ ଲୁଚିରହିଛି। କାନାଡାରେ ଜନ୍ମିତ ତଥା ଆମେରିକାର ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟର ୮୪ ବର୍ଷୀୟ ପ୍ରଫେସର ଏମିରଟସ୍‌ ଡ. ଜେମ୍ସ ପିବ୍ଲସ ଏହି ଯୁଗାନ୍ତକାରୀ ଗବେଷଣା ପାଇଁ ପୁରସ୍କାର ରାଶିର ଅର୍ଦ୍ଧେକ ଅର୍ଥାତ୍‌ ପ୍ରାୟ ୫ ଲକ୍ଷ ଡଲାର, ଗୋଟିଏ ମେଡାଲ୍‌ ଓ ଗୋଟିଏ ଡିପ୍ଲୋମା ପାଇବେ। ଆମ ସୌରଜଗତ ବାହାରେ ପୃଥିବୀ ପରି ଆଉ ଗୋଟିଏ ଗ୍ରହ ୫୧ ପେଗାସିସ ଆବିଷ୍କାର କରିଥିବା କାରଣରୁ ପୁରସ୍କାର ରାଶିର ବାକି ଅର୍ଦ୍ଧେକ ସମାନ ଭାବରେ ବଣ୍ଟାଯିବ ସ୍ବିଜରଲାଣ୍ଡରେ ଜନ୍ମିତ ଦୁଇଜଣ ଗବେଷକ ଡ. ମାଇକେଲ୍‌ ମେୟର ଓ ଡ. ଡିଡିଅର୍‌ କ୍ୱେଲୋଜ୍‌ଙ୍କ ମଧ୍ୟରେ। ଉଭୟ ପୁରସ୍କାର ରାଶି ସହ ମେଡାଲ ଓ ଡିପ୍ଲୋମା ଲାଭ କରିବେ। ୭୭ ବର୍ଷୀୟ ଡ. ମେୟର ସ୍ବିଜରଲାଣ୍ଡସ୍ଥିତ ଜେନେଭା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଏମିରଟସ୍‌ ଅଛନ୍ତି। ୫୩ ବର୍ଷୀୟ କ୍ୱେଲେଜ୍‌ ଇଂଲଣ୍ଡସ୍ଥିତ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର କାଭେଣ୍ଡିସ୍‌ ଗବେଷଣାଗାର ଓ ଜେନେଭା ବିଶ୍ୱବିଦ୍ୟାଳୟ ଉଭୟ ସ୍ଥାନରେ ପ୍ରଫେସର ଅଛନ୍ତି।
ଡ. ପିବ୍ଲସ ୧୯୭୧ରେ ‘ଫିଜିକାଲ କସ୍‌ମୋଲୋଜି’ ନାମକ ପୁସ୍ତକଟିଏ ଲେଖିଥିଲେ। ଏହା ଉଭୟ ତାତ୍ତ୍ୱିକ ଗବେଷଣା ଓ ପ୍ରୟୋଗାତ୍ମକ ବିଜ୍ଞାନକୁ ଗଭୀରଭାବେ ପ୍ରଭାବିତ କରିଆସିଛି।
ବ୍ରହ୍ମାଣ୍ଡ ମହାବିସ୍ଫୋଟରୁ ଜନ୍ମଲାଭ କରି ପ୍ରସାରିତ ହେଉଛି। ପ୍ରାୟ ୪ ଲକ୍ଷ ବର୍ଷ ପ୍ରସାରିତ ହେବା ପରେ ଏହା ଶୀତଳ ହୋଇ କେତେ ହଜାର ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ପହଞ୍ଚିଲା। ମୌଳିକ କଣିକାଗୁଡିକ ରାସାୟନିକ ବନ୍ଧ ସାହାଯ୍ୟରେ ଉଦ୍‌ଜାନ ଓ ହିଲିଅମ୍‌ ଗ୍ୟାସ୍‌କୁ ରୂପାନ୍ତରିତ ହେଲେ। ଆଲୋକପେଟିକା ଫୋଟନ୍‌ଗୁଡିକ ମୁକ୍ତ ଭାବରେ ଯାତାୟାତ କଲେ।
୧୯୬୪ରେ ଦୁଇଜଣ ନୋବେଲ ବିଜେତା ଗବେଷକ ଆର୍ନୋପେନ୍‌ଜିଆନ୍‌ ଓ ରବର୍ଟ ଓ୍ବିଲସନ ବ୍ରହ୍ମାଣ୍ଡର ଜନ୍ମ ସମୟର ଦୀପ୍ତିକୁ ସଂଯୋଗବଶତଃ ନିଜ ଆଣ୍ଟିନାରେ ଧରିଲେ। ଏହାକୁ ‘ପୃଷ୍ଠତଳ ବିକିରଣ’ ନାମରେ ବିଶ୍ୱବାସୀ ଜାଣିଲେ। ବ୍ରହ୍ମାଣ୍ଡ ସୃଷ୍ଟିର ୧୪୦୦ ବର୍ଷ ପରେ ଏହି ପୃଷ୍ଠତଳ ବିକିରଣ -୨୭୩ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ପିବ୍ଲସ ଅଙ୍କ କଷି ଦେଖାଇଲେ କିପରି ଏହି ପୃଷ୍ଠତଳ ବିକିରଣରୁ ବ୍ରହ୍ମାଣ୍ଡ ସୃଷ୍ଟି ସମୟରେ କେତେ ବସ୍ତୁ ସୃଷ୍ଟି ହୋଇଥିଲା ତାହା ଜଣାପଡିବ। ମହାଜାଗତିକ ପୃଷ୍ଠତଳ ବିକିରଣ ଆଧୁନିକ ବିଜ୍ଞାନକୁ ନୂଆ ଦିଗ ଓ ଦିଗନ୍ତ ଦେଖାଇଲା। ପିବ୍ଲସଙ୍କ ଗଣନା ଅନୁସାରେ ବ୍ରହ୍ମାଣ୍ଡ ସୃଷ୍ଟି ସମୟରେ ଯାହା ବସ୍ତୁତ୍ୱ ଥିଲା ଏବେ ତା’ର ମାତ୍ର ୫ ପ୍ରତିଶତ ଦୃଶ୍ୟମାନ, ବାକି ୯୫ ଭାଗ ଏବେ ଅଦୃଶ୍ୟ ରୂପରେ ଆତଯାତ। ପିବ୍ଲସଙ୍କ ଗବେଷଣା ଓ ପରବର୍ତ୍ତୀ ସମୟରେ ପ୍ରାୟୋଗିକ ନିଷ୍କର୍ଷରୁ ଜଣାପଡିଲା ଯେ ବ୍ରହ୍ମାଣ୍ଡର ୩୧ ପ୍ରତିଶତ ବସ୍ତୁ ଓ ୬୯ ପ୍ରତିଶତ ଶକ୍ତି। ୩୧ ପ୍ରତିଶତ ବସ୍ତୁରୁ ୫ ପ୍ରତିଶତ ଦୃଶ୍ୟମାନ ଓ ୨୬ ପ୍ରତିଶତ ଅଦୃଶ୍ୟ। ବାକି ୬୯ ପ୍ରତିଶତ ବ୍ରହ୍ମାଣ୍ଡର ଶୂନ୍ୟ ସ୍ଥାନରେ ଥିବା ଅଦୃଶ୍ୟ ଶକ୍ତି। ୧୯୯୮ରେ ସଲ୍‌ ପର୍ଲମୁଟର, ବ୍ରିଆନ୍‌ ସ୍ପିଡଟ ଓ ଆଦାମ୍‌ ରେସ୍‌ ଅଦୃଶ୍ୟ ଶକ୍ତିର ପ୍ରହେଳିକାକୁ ବୁଝାଇଥିଲେ। ସେମାନେ ୨୦୧୧ରେ ନୋବେଲ ପୁରସ୍କାର ପାଇଥିଲେ। ସେମାନେ ଅଦୃଶ୍ୟ ଶକ୍ତିକୁ ବ୍ରହ୍ମାଣ୍ଡର ତ୍ୱରିତ ପ୍ରସାରଣ ପାଇଁ ଦାୟୀ ବୋଲି ମତପ୍ରକାଶ କରିଥିଲେ। ଆଇନ୍‌ଷ୍ଟାଇନଙ୍କ ମହାଜାଗତିକ ଧ୍ରୁବାଙ୍କ ମଧ୍ୟ ଅଦୃଶ୍ୟ ଶକ୍ତିର ଉପସ୍ଥିତି ବୁଝାଇବାରେ ସକ୍ଷମ ହୋଇଛି।
ପିବ୍ଲସଙ୍କ ଗବେଷଣା ପରେ ଲୋକଲୋଚନକୁ ଆସିଥିବା ଅଦୃଶ୍ୟ ବସ୍ତୁ ଓ ଶକ୍ତି ବର୍ତ୍ତମାନ ମହାକାଶ ବିଜ୍ଞାନର ପ୍ରମୁଖ ପ୍ରହେଳିକା। ସେମାନଙ୍କୁ ଦେଖି ହୁଏନି ମାତ୍ର ସେମାନଙ୍କ ପ୍ରଭାବ ଯାହା ଅନୁଭବ କରିହୁଏ। ତେଣୁ ଆମେ ବ୍ରହ୍ମାଣ୍ଡର ଏ ଅନ୍ଧାର ପାଖ ସମ୍ବନ୍ଧରେ ବହୁତ କମ୍‌ କଥା ଜାଣିଛେ। ବ୍ରହ୍ମାଣ୍ଡରେ ଆମର ସ୍ଥିତି କେତେ ନଗଣ୍ୟ ପିବ୍ଲସଙ୍କ ଗବେଷଣା ଦ୍ୱାରା ଆମେ ଅନୁଭବ କଲେ।
ଆମ ସୌରଜଗତରେ ଯେପରି ନବଗ୍ରହ ରହିଛି, ସେହିପରି ଆଉ କୌଣସି ସୌରଜଗତ ଓ ତା’ର ଗ୍ରହ ରହିଛି କି? ଡ. କ୍ୱେଲେଜ ଆମଠାରୁ ୫୦ ଆଲୋକବର୍ଷ ଦୂରରେ ଏହିପରି ଏକ ସୌରଜଗତ ଚିହ୍ନଟ କରିଥିଲେ, ଯେଉଁଠାରେ ଆମ ସୂର୍ଯ୍ୟ ପରି ଗୋଟିଏ ନକ୍ଷତ୍ର ଚାରିପଟେ ୧୧ ପେଗାସିସ ନାମକ ଗ୍ରହଟିଏ ପରିକ୍ରମଣ କରୁଛି। ତାଙ୍କ ଗୁରୁ ଡ. ମାଇକେଲ ମେୟର ପ୍ରଥମେ ତ ଆବିଷ୍କାରଟିକୁ ବିଶ୍ୱାସ କରି ନ ଥିଲେ। ପରେ ବାରମ୍ବାର ପର୍ଯ୍ୟବେକ୍ଷଣ ଦ୍ୱାରା ଏସମ୍ବନ୍ଧରେ ଦୃଢ ନିଶ୍ଚିତ ହେବା ପରେ ଉଭୟ ୬ ଅକ୍ଟୋବର ୧୯୯୫ରେ ଇଟାଲିର ଫ୍ଲୋରେନ୍ସଠାରେ ଏକ ସମ୍ମିଳନୀରେ ନିଜ ଆବିଷ୍କାରକୁ ଲୋକଲୋଚନକୁ ଆଣିଥିଲେ।
ଆଲୋଚ୍ୟ ସୌରଜଗତର ଆବିଷ୍କାର ଏକ ନୂଆ ଗବେଷଣାର ପଥ ଉନ୍ମୁକ୍ତ କଲା ଓ ବର୍ତ୍ତମାନ ସୁଦ୍ଧା ଆମ ଆକାଶଗଙ୍ଗାରେ ୧୧ ପେଗାସିସ ପରି ପ୍ରାୟ ୪୦୦୦ଟି ଗ୍ରହ ଆବିଷ୍କୃତ ହେଲାଣି। ସେମାନଙ୍କ ମଧ୍ୟରୁ କିଛି ବସବାସଯୋଗ୍ୟ ବୋଲି ମନେହୁଏ। ବାସ୍ତବିକ ଡ. ପିବ୍ଲସ୍‌, ଡ. ମେୟର ଓ ଡ. କ୍ୱେଲେଜ୍‌ଙ୍କ ଆବିଷ୍କାର ଯୁଗାନ୍ତକାରୀ।
କଟକ, ମୋ-୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

ବଫର ରାଜ୍ୟରେ ବିଦ୍ରୋହ ଧ୍ୱନି

ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଦ୍ୱାରା ଉନ୍ମୋଚିତ ‘ନେପାଳ ପ୍ରଥମ, ନେପାଳୀ ପ୍ରଥମ’ ବୈଦେଶିକ ନୀତି ଏବେ ଦେଶରେ ଏକ ବଡ଼ ଧରଣର କୂଟନୈତିକ ବିବାଦ ସୃଷ୍ଟି…

ୟଲ୍‌ଦା ଓ ଡିପ୍‌ଫେକ୍‌

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ବତ୍ର ଉପଲବ୍ଧ ହେଲାଣି। ମଣିଷର ଜୀବନଯାତ୍ରାକୁ ସହଜ ଓ ସୁବିଧାଜନକ କରିଦେଉଥିବାରୁ ତାହାର ଆଦର ବଢ଼ିବାରେ ଲାଗିଛି। କିନ୍ତୁ ଏହାର ଦୁର୍ବ୍ୟବହାର ଅସ୍ବାଭାବିକ…

ଆମ ସଂସ୍କାର, ଆମ ପରିଚୟ

ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ନେପାଳର ଏକ ରାସ୍ତାରେ ଦୁଇଜଣ ଭାରତୀୟ ପର୍ଯ୍ୟଟକ ଗୁଟ୍‌ଖା ଛେପ ପକାଇବା ସମୟରେ…

ଦେଶରେ ଶ୍ରମିକ ଅଶାନ୍ତ

ଗତ ଏପ୍ରିଲ ୧୩ ତାରିଖରେ ନଏଡା ଫେଜ୍‌-୨ରେ ଅନେକ ହଜାର ଶ୍ରମିକଙ୍କ ଆନ୍ଦୋଳନ ସେମାନଙ୍କ ମନରେ ଥିବା ଦୀର୍ଘଦିନର ଆକ୍ରୋଶକୁ ପ୍ରକାଶ କରିଛି। ସେଠାକାର ବିଭିନ୍ନ ଶିଳ୍ପ…

ଟ୍ରମ୍ପ୍‌ଙ୍କୁ ଲକ୍ଷ୍ୟ

ମଧ୍ୟପ୍ରାଚ୍ୟ ସଙ୍କଟ ଦୂର କରିବା ଲାଗି ଇରାନ୍‌ ବୈଦେଶିକ ମନ୍ତ୍ରୀ ଅବାସ ଆରାଘାଚି ଆମେରିକୀୟ ପ୍ରତିନିଧି ଦଳ ସହ କଥାବାର୍ତ୍ତା କରିବା ପୂର୍ବରୁ ୨୫ ଏପ୍ରିଲରେ ଇସ୍‌ଲାମାବାଦ…

ଟ୍ରେନ୍‌ ଯାତ୍ରାରେ ଶିଶୁ ଅଧିକାର

ଚଳିତ ମାସ ୨ ତାରିଖରେ ମୁଁ ରାଜଧାନୀ ଭୁବନେଶ୍ୱରରୁ ମୋ ଘର ଢେଙ୍କାନାଳକୁ ଟ୍ରେନରେ ଫେରୁଥିଲି। ସମୟ ପ୍ରାୟ ୫ଟା ୧୦ରୁ ୬ଟା ୫୦ ମିନିଟ୍‌ ସମୟ…

ବିକାଶ ପାଇଁ ବିଶେଷଜ୍ଞ ଲୋଡ଼ା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରାଚୀନ କାଳରୁ କଳିଙ୍ଗ ଏକ ଐତିହ୍ୟ ସମ୍ପନ୍ନ ଓ ସମୃଦ୍ଧିଶାଳୀ ରାଜ୍ୟ ହିସାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲା। ମଧ୍ୟଯୁଗରେ ଉତ୍କଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri