ନେହା କକ୍କରଙ୍କ ବଦାନ୍ୟତା: ଦମକଳ କର୍ମଚାରୀଙ୍କୁ ୨ ଲକ୍ଷ ଟଙ୍କା ଦେଲେ ସହାୟତା

ବଲିଉଡ୍‌ ଗାୟିକା ନେହା କକ୍କର ଏବେ ବେଶ୍‌ ଚର୍ଚ୍ଚାରେ। ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ତାଙ୍କ ବିବାହକୁ ନେଇ ଆଲୋଚନା ଚାଲିଛି। ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଜଜ୍‌ ଭୂମିକାରେ ଥିବା ନେହା ଜଣେ ଦମକଳ କର୍ମଚାରୀଙ୍କ ପ୍ରତି ବଦାନତା ଦେଖାଇଛନ୍ତି। ଗଣତନ୍ତ୍ର ଦିବସ ଉପଲକ୍ଷେ ଇଣ୍ଡିଆନ୍‌ ଆଇଡଲ୍‌-୧୧ ଶୋ’ରେ ଏକ ସ୍ବତନ୍ତ୍ର ଏପିସୋଡ ଶୁଟ୍‌ ଅବସରରେ ଭାରତୀୟ ସେନାର କିଛି ଯବାନ, ପୋଲିସକର୍ମୀ, ସୁରକ୍ଷାକର୍ମୀ ଏବଂ ଦମକଳ କର୍ମୀଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରାଯାଇଥିଲା। ବିପିନ ଗଣତ୍ରା ନାମକ ଜଣେ ଦମକଳକର୍ମୀଙ୍କ ପ୍ରେରଣାଦାୟକ କାହାଣୀ ଶୁଣି ନେହା ତାଙ୍କୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ। ବିପିନ୍‌ ଗତ ୪୦ ବର୍ଷ ଧରି ନିଆଁ ଲିଭାଇବା କାର୍ଯ୍ୟ କରିଆସୁଛନ୍ତି। ଇତିମଧ୍ୟରେ ସେ ଅନେକଙ୍କ ଜୀବନ ମଧ୍ୟ ବଞ୍ଚାଇସାରିଲେଣି। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। ନେହା ପୂର୍ବରୁ ମଧ୍ୟ ଶୋ’ରେ ଜଣେ କଣ୍ଠଶିଳ୍ପୀଙ୍କ ଦୁଃଖ କାହାଣୀ ଶୁଣି ତାଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରନଙ୍କୁ ଧନ୍ୟବାଦ ଦେଲେ କେଟି

ମୁମ୍ବାଇ: ଆମେରିକାନ୍‌ ସିଙ୍ଗର କେଟି ପେରୀ ମୁମ୍ବାଇରେ ପରଫର୍ମ କରିବାକୁ ଭାରତ ଆସିଥିଲେ। ମୁମ୍ବାଇ ପହଞ୍ଚିବା ପରେ ସେ ବହୁ ବଲିଉଡ୍‌ ସେଲିବ୍ରିଟିଙ୍କ ସହ ମିଶିଥିଲେ।...

ଦର୍ଶକଙ୍କୁ ପସନ୍ଦ ଆସୁଛି ଓ୍ବେବ ସିରିଜ ‘ଦ କାସିନୋ’

ମୁମ୍ବାଇ: ଜି୫ର ବହୁ ପ୍ରତିକ୍ଷିତ ଥ୍ରିଲର ‘ଦ କାସିନୋ’ ରିଲିଜ ହୋଇ ସାରିଛି। ଏହି ଓ୍ବେବ ସିରିଜକୁ ଦର୍ଶକେ ବେଶ୍‌ ପସନ୍ଦ କରୁଥିବା ଦେଖାଯାଇଛି। କେବଳ...

କ୍ୟୁଟ ଅନ୍ଦାଜରେ ବାର୍ଥଡେ ମନାଇଲେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବୁଧବାର ନିଜର ୨୧ତମ ଜନ୍ମଦିନ ପାଳିଛନ୍ତି। ଅନନ୍ୟା ବଲିଉଡ୍‌ରେ ସବୁଠାରୁ କମ୍‌ ବୟସ୍କା ଅଭିନେତ୍ରୀ ହୋଇଥିବା ବେଳେ ପ୍ରାୟ...

ପରଦାରେ ଇନ୍ଦିରା ଗାନ୍ଧୀ ହେବେ ଏହି ଅଭିନେତ୍ରୀ

ଆକ୍ସନ ପିରିୟଡ ଡ୍ରାମା ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୧’ ସୁପରହିଟ ହେବା ପରେ ଏବେ ଏହାର ସିକ୍ୱେଲ ନିର୍ମାଣ ଚାଲିଛି। ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ...

କପିଲ ଶର୍ମାଙ୍କ ନୂଆ ଅବତାର

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ନୂଆ ଅବତାର ଦେକତ୍ବାକୁ ମିଳିଛି। କମେଡି ଛାଡି ସେ ଏବେ ସଙ୍ଗୀତ ଆଡକୁ ମୁହାଁଇଛନ୍ତି। ଗୁରୁ ନାନକ ଦେବଙ୍କ ୫୫୦ତମ...

ଅତୀତକୁ ମନେ ପକାଇଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ଦେଖାଯାଇଛି। କିଛିଦିନ ହେବ ସେ କିଛି ପୁରୁଣା ଫଟୋ ଇନଷ୍ଟାଗ୍ରାମରେ...

ଫିଲ୍ମ ଶୁଟିଂ ପାଇଁ ପ୍ରାଇଭେଟ ଜେଟ୍‌ରେ ଯିବେ ଅକ୍ଷୟ

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ବଲିଉଡ୍‌ରେ ପ୍ରାୟତଃ ଶୁଟିଂ ବନ୍ଦ ଥିବା ବେଳେ ଧୀରେ ଧୀରେ ଟେଲିଭିଜନ ଶୁଟିଂ ଆରମ୍ଭ କରାଗଲାଣି। ଦୀର୍ଘ ପ୍ରାୟ ୩...

ଅମିତାଭ-ଜୟାଙ୍କ ବିବାହକୁ ପୁରିଲା ୪୭ ବର୍ଷ, ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ-ଜୟାଙ୍କ ଆଜି ୪୭ ତମ ବିବାହ ବାର୍ଷିକୀ। ତାଙ୍କୁ ଏ ନେଇ ପୁଅ ଅଭିଷେକ ଓ ଝିଅ ଶ୍ୱେତା ଶୁଭେଚ୍ଛା...

Play 250+ Trending Games
Archives

Model This Week

Why Dharitri