Posted inଜାତୀୟ

ନୂଆ ମୋଟର ଯାନ ନିୟମ ଅନୁଯାୟୀ ଚାଲାଣ କାଟିବାରୁ ବଞ୍ଚାଇ ପାରିବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ,୪।୯: ଚଳିତ ମାସ ଆରମ୍ଭରୁ ନୂଆ ମୋଟର ଯାନ ନିୟମ ଲାଗୁ ହୋଇଥିବା ବେଳେ ଏବେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିକି ଗାଡିର ଦାମ୍‌ଠାରୁ ଅଧିକ ପରିମାଣର ଚାଲାଣ ମଧ୍ୟ କଟାଯାଉଥିବା ନଜର ଆସିଲାଣି। ହେଲେ ଏହି ନିୟମ ଆଧାରରେ ଯେଉଁମାନେ ମୋଟା ଅଙ୍କର ଜରିମାନା ଗଣୁଛନ୍ତି ସେମାନଙ୍କୁ ଏବେ କେବଳ ସ୍ମାର୍ଟଫୋନ୍‌ ବଞ୍ଚାଇ ପାରିବ। ଏଥିପାଇଁ ସ୍ମାର୍ଟଫୋନ୍‌ରେ ପ୍ରଥମେ ଡିଜିଲକର ଓ ଏମ୍‌ପରିବହନ ଆପ୍‌ ଡାଉନଲୋଡ କରିବାକୁ ପଡିବ। ଏହାପରେ ସାଇନ୍‌ ଅପ୍‌ କରିବାକୁ ନିଜ ମୋବାଇଲ ନମ୍ବର ଦେବାକୁ ପଡିବ। ପରେ ମୋବାଇଲକୁ ଏକ ଓଟିପି ନମ୍ବର ଆସିବ। ଏହି ଓଟିପି ନମ୍ବରକୁ ଏଣ୍ଟର କରି ଭେରିଫାଏ କରିବାକୁ ପଡିବ। ଏହାର ପରବର୍ତ୍ତି ପର୍ଯ୍ୟାୟରେ ୟୁଜର ନେମ୍‌ ଓ ପାସଓ୍ବାର୍ଡ ଦେବାକୁ ପଡିବ। ଏହାପରେ ଡିଜିଲକର ଆକାଉଣ୍ଟ କ୍ରିଏଟ ହୋଇଯିବ। ଏହାପରେ ନିୟମ ଅନୁଯାୟୀ ନିଜ ଆଧାର ନମ୍ବର ଦେବାକୁ ପଡିବ। ଆଧାର ନମ୍ବର ସହ ଯେଉଁ ମୋବାଇଲ ନମ୍ବର ଥିବ ସେହି ନମ୍ବରରେ ଏକ ଓଟିପି ନମ୍ବର ଆସିବ। ଏହି ଓଟିପି ନମ୍ବର ଏଣ୍ଟର କରିବା ପରେ ଆଧାର ଭେରିଫାଏ ହୋଇଯିବ। ଡିଜିଲକର ଆକାଉଣ୍ଟ ହୋଇଯିବା ପରେ ଜଣେ ବ୍ୟକ୍ତି ସହଜରେ ନିଜର ଆର୍‌ସି, ଲାଇସେନ୍ସ ଓ ଇନ୍ୟୁରାନ୍ସ ସେହିଠାରୁ ଡାଉନ୍‌ଲୋଡ କରିପାରିବ। ଏମିତି କରିବା ପରେ ଏସବୁ କାଗଜ ପତ୍ର ଆଉ ନିଜ ପାଖରେ ରଖିବାକୁ ପଡିବ ନାହିଁ। ଯେତେବେଳେ ଆବଶ୍ୟକ ସେତେବେଳେ ଜଣେ ବ୍ୟକ୍ତି ନିଜ ମୋବାଇଲ ମାଧ୍ୟମରେ ଏହାକୁ ଦେଖାଇ ପାରିବେ ଓ ଲାଗୁ ହୋଇଥିବା ଜରିମାନାରୁ ବଞ୍ଚିଯାଇ ପାରିବେ। କିନ୍ତୁ ସିଟ୍‌ ବେଲ୍ଟ ଓ ହେଲମେଟ ପିନ୍ଧିବା ଜରୁରୀ। କାରଣ ଏଭଳି ଭୁଲ୍‌ ପାଇଁ ସ୍ମାର୍ଟ ଫୋନ୍‌ କୌଣସି ପ୍ରକାର ସାହାଯ୍ୟ କରିପାରିବ ନାହିଁ। ସୂଚନାଯୋଗ୍ୟ, ଏହି ଡିଜିଟାଲ ଲକର ବା ଡିଜି ଲକର ଏକ ପ୍ରକାର ଭର୍ଚୁଆଲ ଲକର। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୫ରେ ଲଞ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?