ନୂଆ ପ୍ରତିଭା ଶୁଭଶ୍ରୀ ବଡ଼ମାଳୀ

ବଇଣ୍ଡା,୧୮।୨ – ଆଗ୍ରହ ଥିଲେ ସୁଯୋଗ ଆପଣାଛାଏ ଆସେ। ଆଉ ଉକ୍ତ ସୁଯୋଗର ସଦୁପୋଯୋଗ କିପରି ସଫଳତାର ମାର୍ଗ ପ୍ରଶସ୍ତ କରିଥାଏ ତାହାର ଉଦାହରଣ ହେଲେ ଓଡ଼ିଶା ବଲ୍‌ ବ୍ୟାଡ୍‌ମିଣ୍ଟନ ଦଳରେ ସ୍ଥାନ ପାଇଥିବା ନୂଆ ପ୍ରତିଭା ଶୁଭଶ୍ରୀ ବଡ଼ମାଳୀ। ଅନୁଗୋଳ ଜିଲା କିଶୋରନଗର ବ୍ଲକ ସଦରମହକୁମାର ଶୁଭଶ୍ରୀ ମାତ୍ର କେଇ ବର୍ଷ ମଧ୍ୟରେ ଏହି କ୍ରୀଡ଼ା କ୍ଷେତ୍ରରେ ଦକ୍ଷତାର ପରିଚୟ ଦେଇ ଓଡ଼ିଶା ଦରବାରରେ ନିଜକୁ ପହଞ୍ଚାଇ ପାରିଛନ୍ତି। ଜଣେ ମହିଳା କ୍ରୀଡ଼ାବିତ୍‌ ଭାବେ ବଲ୍‌ ବ୍ୟାଡମିଣ୍ଟନକୁ ସେ ନିଜ କ୍ୟାରିୟର କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିବାକୁ ବହୁ ସ୍ବପ୍ନ ଦେଖିଥିବା ପ୍ରକାଶ କରିଛନ୍ତି।
ଶୁଭଶ୍ରୀଙ୍କ କହିବା ଅନୁଯାୟୀ, ପିଲାବେଳୁ ତାଙ୍କର କ୍ରୀଡ଼ା ପ୍ରତି ବହୁ ଆଗ୍ରହ ଥିଲା। କିଶୋରନଗର କଲେଜରେ ଯୁକ୍ତ ୨ ପଢୁଥିବାବେଳେ ଥରେ କଲେଜରେ ବଲ୍‌ ବ୍ୟାଡମିଣ୍ଟନ ମ୍ୟାଚ ଦେଖି ତାହା ଖେଳିବାକୁ ଇଚ୍ଛା ଜାଗ୍ରତ ହୋଇଥିଲା। ତେବେ ଏକ ଟୁର୍ନାମେଣ୍ଟରେ ଭାଗ ନେବାକୁ ତାଙ୍କୁ ସୁଯୋଗ ମିଳିବା ପରଠାରୁ ସେ ଆଉ ପଛକୁ ଫେରି ନାହାନ୍ତି। ଧଉରାପାଲି ଗ୍ରାମର ଗୁରୁ ବନମାଳୀ ସାହୁଙ୍କଠାରୁ ପ୍ରଶିକ୍ଷଣ ପାଇ ସେ ପ୍ରଥମେ ଜିଲା ଓ ପରେ ବିଭିନ୍ନ ରାଜ୍ୟରେ ବଲ ବ୍ୟାଡ୍‌ମିଣ୍ଟନ ଖେଳି ସୁନାମ ଅର୍ଜନ କରିଛନ୍ତି। ଏହାପରେ ୨୦୧୯ରେ ତାଙ୍କୁ ଓଡ଼ିଶା ଟିମ୍‌ରେ ସାମିଲ କରାଯାଇଥିଲା। ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବଲ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଖେଳିବା ପାଇଁ ତାଙ୍କୁ ମନୋନୀତ ମଧ୍ୟ କରାଯାଇଛି। ବାପା ପ୍ରଦୀପ ବଡ଼ମାଳୀ, ମା’ ପୁଷ୍ପାଞ୍ଜଳୀ ବଡ଼ମାଳୀ ଏବଂ ଦୁଇ ଭାଇଙ୍କ ଉତ୍ସାହ ଯୋଗୁ ସେ ଆଜି ଜଣେ ମହିଳା କ୍ରୀଡ଼ାବିତ୍‌ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଖେଳରେ ହାର୍‌ଜିତ ଲାଗି ରହିଥାଏ। ହାରିଥିବା ବ୍ୟକ୍ତି ଦିନେ ନା ଦିନେ ସଫଳତା ହାସଲ କରିପାରିଥାଏ। ତେଣୁ ଯୁବକ୍ରୀଡ଼ା ବିତ୍‌ମାନେ କଠିନ ପରିଶ୍ରମ କରିବା ସହ ହାର୍‌ଜିତକୁ ଭୟ ନ କରି ପ୍ରତିଟି ସୁଯୋଗର ସଦୁପୋଯୋଗ କରିବା ଦିଗରେ ଉଦ୍ୟମ ଜାରି ରଖିବା ଉଚିତ ବୋଲି ଶୁଭଶ୍ରୀ ପ୍ରକାଶ କରିଛନ୍ତି। ଯୁକ୍ତ ୩ ପରେ ରାଜନୀତି ବିଜ୍ଞାନରେ ପିଜି କରୁଥିବା ଶୁଭଶ୍ରୀ ଆଗକୁ ବିଭିନ୍ନ ରାଜ୍ୟରେ ବଲ୍‌ ବ୍ୟାଡ୍‌ମିଣ୍ଟନ ଖେଳି ନିଜ ଅଞ୍ଚଳ ତଥା ରାଜ୍ୟର ନାମ ରଖିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ହାତରେ ଅଭିଯୁକ୍ତ

ଅନୁଗୋଳ ଅଫିସ,୨୪।୪: ଅନୁଗୋଳ ସହର ହୁଲୁରୁସିଂହା ଖେଳପଡ଼ିଆରେ ଶୁକ୍ରବାର ସଂଘଟିତ ପ୍ରକାଶ ବେହେରା (୩୮) ହତ୍ୟାକାଣ୍ଡର ଦୁଇଦିନ ପରେ ଘାସିସାହିର ଜଣେ ଯୁବକଙ୍କୁ ପୋଲିସ ଉଠାଇ...

ତଳି ଅଞ୍ଚଳ ଜଳାର୍ଣ୍ଣବ

ଅନୁଗୋଳ/ତାଳଚେର, ୨୬।୬(ଅମିତ ସାମଲ/ମନୋଜ ନନ୍ଦ): ଉଛୁଳିଲା ଡ୍ରେନ୍‌। ରାସ୍ତାରେ ଚାଲିଲା ଆଣ୍ଠୁଏ ଉଚ୍ଚତାର ପାଣି। କେବଳ ସହରତଳି ଅଞ୍ଚଳ ନୁହେଁ, କେଇ ଘଣ୍ଟାରେ ଜଳାର୍ଣ୍ଣବ ହୋଇଗଲା...

ଜମି ଅଧିଗ୍ରହଣରେ ଅଟକିଛି ଆପ୍ରୋଚ ରୋଡ

ଛେଣ୍ଡିପଦା,୨୧।୬(ଡି.ଏନ.ଏ.)-ପୋଲ ନିର୍ମାଣର ୩ ବର୍ଷ ପରେ ବି ତିଆରି ହୋଇପାରୁନି ଦାମୋଦର ସେତୁକୁ ଆପ୍ରୋଚ ରୋଡ଼। ବ୍ୟକ୍ତିଗତ ଜମି ମାଲିକାନାକୁ ନେଇ ଆଗେଇ ପାରୁନି ଏହି...

ବେଧଡ଼କ ମୋରମ ଚୋରା ଚାଲାଣ: ୩ ହାଇଓ୍ବା ଜବତ

ଛେଣ୍ଡିପଦା,୨୨।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଜରପଡ଼ା ରାଜସ୍ବ ସର୍କଲ ଅଞ୍ଚଳରେ ସରକାରୀ ରାଜସ୍ବ ଫାଙ୍କି କିଛି ମାଫିଆ ବେଧଡ଼କ ଭାବେ ଚୋରାରେ ମୋରମ...

ଅନୁଗୋଳର ୭୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଅନୁଗୋଳ ଅଫିସ/ ଆଠମଲ୍ଲିକ, ୧୮ା୮: ମହାନଦୀ ବନ୍ୟାରେ ପ୍ରଭାବିତ ହୋଇଛି ଅନୁଗୋଳ ଓ ଆଠମଲ୍ଲିକ ବ୍ଲକ। ହଜାର ହଜାର ଲୋକ ପାଣି ଘେରରେ ଥିବାବେଳେ ପ୍ରଶାସନ...

ଜାତୀୟ ଉସୁ: ଦିବ୍ୟମୋହନଙ୍କୁ ରୌପ୍ୟ

ଅନୁଗୋଳ ଅଫିସ, ୧।୧ – ଜମ୍ମୁରେ ଅନୁଷ୍ଠିତ ୨୮ତମ ଜାତୀୟ ସିନିୟର ଉସୁ ଚାମ୍ପିୟନଶିପ୍‌-୨୦୧୯ରେ ରୌପ୍ୟ ପଦକ ଜିତି ଗୌରବ ଆଣିଛନ୍ତି ଅନୁଗୋଳ ଜିଲା କଣିହଁା...

ବଢୁଛି ଚୋରା କାଠ ଚାଲାଣ, ବିଭାଗ ନୀରବ

ବଇଣ୍ଡା,୪।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଧୀନସ୍ଥ ଧଣ୍ଡାତୋପା ରେଞ୍ଜ କନ୍ତପଡ଼ା ଗ୍ରାମ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଅବାଧ କାଠ ଚାଲଣ ହେଉଥିବା ଅଭିଯୋଗ ହୋଇଛି।...

‘ସମସ୍ତଙ୍କୁ ନେଇ ବିକାଶମୂଳକ କାର୍ଯ୍ୟ କରିବି’

ଅନୁଗୋଳ ଅଫିସ, ୨୨।୨ – ଦୀର୍ଘ ଦିନ ହେବ ଖାଲି ପଡିଥିବା ଅନୁଗୋଳ ଜିଲା ସଭାପତି ପଦ ପାଇଁ ବରିଷ୍ଠ ଓକିଲ ତଥା ଅନୁଗୋଳ ପୌରପାଳିକା...

Advertisement
Archives

Model This Week