Posted inଖେଳ

ନୂଆ ଟେନିସ୍‌ ସେନ୍‌ସେଶନ

ମାତ୍ର ୨୧ ବର୍ଷରେ ଆମେରିକାର ସୋଫିଆ କେନିନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୧୯ରେ ଡବ୍ଲ୍ୟୁଟିଏ ଶ୍ରେଷ୍ଠ ଉଦୀୟମାନ ମହିଳା ଖେଳାଳିର ମାନ୍ୟତା ପାଇଥିବା ଏହି ମସ୍କୋ ଜନ୍ମିତ ଖେଳାଳି ମାରିଆ ସାରାପୋଭାଙ୍କ ପରେ ସର୍ବକନିଷ୍ଠ ଖେଳାଳି ଭାବେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ ହାସଲ
କରିଛନ୍ତି…

ବିଶ୍ୱ ଟେନିସ୍‌ର ଆଉ ଜଣେ ଖେଳାଳିଙ୍କ ଅଭ୍ୟୁଦୟ ହୋଇଛି। ସେ ହେଉଛନ୍ତି ଆମେରିକାର ସ୍ବଳ୍ପବୟସ୍କା ମହିଳା ଖେଳାଳି ସୋଫିଆ କେନିନ୍‌। ସଦ୍ୟସମାପ୍ତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ରେ ଟାଇଟଲ ଜିତି ସେ ନିଜ ନାମକୁ ରେକର୍ଡ ବୁକ୍‌ରେ ସାମିଲ କରିଛନ୍ତି। ରୁଷିଆ ରାଜଧାନୀ ମସ୍କୋରେ ଜନି୍ମତ ଏହି ମହିଳାଙ୍କ ମାତାପିତା ଆମେରିକା ଆସିଥିଲେ। ଗତ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ କେନିନ୍‌ ଦୁଇଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସ୍ପେନ୍‌ର ଗାର୍ବାଇନ୍‌ ମୁଗୁରୁଜାଙ୍କୁ ୪-୬, ୬-୨, ୬-୨ ସେଟ୍‌ରେ ପରାସ୍ତ କରି କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ବିଜୟୀ ହେବା ପାଇଁ ତାଙ୍କୁ ୨ ଘଣ୍ଟା ୩ ମିନିଟ୍‌ ସମୟ ଆବଶ୍ୟକ ହୋଇଥିଲା। ସେରେନା ଓ୍ବିଲିୟମ୍ସଙ୍କ ପରେ ୨୧ ବର୍ଷୀୟା କେନିନ୍‌ ସର୍ବକନିଷ୍ଠ ଆମେରିକୀୟ ଖେଳାଳି ଭାବେ ମହିଳା ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ରେକର୍ଡ ସୃଷ୍ଟି କରିଛନ୍ତି। କେନିନ୍‌ଙ୍କ ପୂର୍ବରୁ ସେରେନା ୨୦୦୨ରେ ମାତ୍ର ୧୭ ବର୍ଷରେ ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରିଥିଲେ। ଏବେ ସେ ୨.୮୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ହାସଲ କରିଛନ୍ତି। ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ସପ୍ତମ ସ୍ଥାନକୁ ଉଠିଛନ୍ତି। ଏଥିସହିତ ସେ ସେରେନାଙ୍କୁ ପଛରେ ପକାଇ ଆମେରିକାର ନୂଆ ନଂ.୧ ମହିଳା ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଫାଇନାଲରେ ପହଞ୍ଚିବା ପୂର୍ବରୁ କେନିନ୍‌ ସେମିଫାଇନାଲରେ ବିଶ୍ୱର ୧ନଂ. ଖେଳାଳି ଅଷ୍ଟ୍ରେଲିଆର ଆଲେକ୍ସ ବାର୍ଟିଙ୍କୁ ୭-୫, ୭-୬ ସେଟ୍‌ରେ ପରାସ୍ତ କରିଥିଲେ। ସେହିପରି ସେ କ୍ୱାର୍ଟର ଫାଇନାଲରେ ଟ୍ୟୁନିସିଆର ଓନ୍ସ ଜାବେଉରଙ୍କୁ ୬-୪, ୬-୪ ସେଟ୍‌ରେ, ଚତୁର୍ଥ ରାଉଣ୍ଡରେ ନିଜ ଦେଶର କୋରି ଗୌଫଙ୍କୁ ୬-୭, ୬-୩, ୬-୦ ସେଟ୍‌ରେ, ତୃତୀୟ ରାଉଣ୍ଡରେ ସୁଆଇ ଝାଙ୍ଗ୍‌ଙ୍କୁ ୭-୫, ୭-୬ ସେଟ୍‌ରେ, ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଆନ୍‌ ଅଲିଙ୍କୁ ୬-୧, ୬-୩ ସେଟ୍‌ରେ ଓ ପ୍ରଥମ ରାଉଣ୍ଡରେ ୬-୨, ୬-୪ ସେଟ୍‌ରେ ଇଟାଲୀର ମାଟ୍ରିନା ଟ୍ରେଭିଜାନଙ୍କୁ ହରାଇଥିଲେ।
ପରେ କେନିନ୍‌ ୧୧ତମ ଭିନ୍ନ ମହିଳା ଟେନିସ୍‌ ଖେଳାଳି ଭାବେ ମେଜର ଟୁର୍ନାମେଣ୍ଟ ହାସଲ କରିଛନ୍ତି। ଟୁର୍ନାମେଣ୍ଟରେ ୧୪ତମ ସିଡ୍‌ ମାନ୍ୟତା ପାଇଥିବା କେନିନ୍‌ ଶେଷରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ମାତ୍ର ୫ ବର୍ଷ ବୟସରେ ସେ ଟେନିସ୍‌ ଖେଳିବା ଆରମ୍ଭ କରିଥିଲେ। ମସ୍କୋରେ ଜନ୍ମହେବାର କେତେମାସ ପରେ ସେ ମାତାପିତାଙ୍କ ସହ ଆମେରିକା ଚାଲିଆସିଥିଲେ। ମନୋରଞ୍ଜନ ପାଇଁ ଟେନିସ୍‌ ଖେଳୁଥିବା ପିତାଙ୍କଠାରୁ ସେ ପ୍ରେରଣା ପାଇଥିଲେ। ୭ ବର୍ଷରେ ସେ ୟୁନାଇଟେଡ୍‌ ଷ୍ଟେଟ୍ସ ଟେନିସ୍‌ ଆସୋସିଏଶନ (ୟୁଏସ୍‌ଟିଏ) ବାଳିକା ୧୦ ବର୍ଷରୁ କମ୍‌ ଟେନିସ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ୨୦୧୩ରେ ସେ ପେସାଦାର ଟେନିସ୍‌ ଖେଳିବା ଆରମ୍ଭ କରିଥିଲେ। ୧୪ ବର୍ଷରେ ସେ ତାଙ୍କର ପ୍ରଥମ ଦୁଇଟି ପେସାଦାର ଟେନିସ୍‌ ମ୍ୟାଚ୍‌ ଜିତିଥିଲେ। ୨୦୧୫ ୟୁଏସ୍‌ ଓପନ୍‌ର ମୁଖ୍ୟ ଡ୍ରରେ ଖେଳିବାର ସୁଯୋଗ ପାଇଥିଲେ ଓ ଏହା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଥିଲା। ୨୦୧୯ରେ ତାଙ୍କ ପ୍ରଦର୍ଶନରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ସେ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ତାଙ୍କ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ଜିତିଥିଲେ। ଏହାପରେ ଫ୍ରେଞ୍ଚ୍‌ ଓପନ୍‌ର ସେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ମାଲୋରକା ଓ ଗୁଆନ୍‌ଝୁରେ ସେ ଟାଇଟଲ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ୨୦୧୯ରେ କେନିନ୍‌ ଡବ୍ଲ୍ୟୁଟିଏ ମୋଷ୍ଟ ଇମ୍ପ୍ରୁଭ୍‌ଡ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ। ୧୯୯୯ରେ ସେରେନା ଏହି ପୁରସ୍କାର ଜିତିଥିଲେ। ୨୦ ବର୍ଷ ପରେ ଆମେରିକା ପାଇଁ ପୁଣିଥରେ ଏହି ପୁରସ୍କାର ପାଇଥିଲେ। ମାରିଆ ସାରାପୋଭାଙ୍କ ପରେ କେନିନ୍‌ ୨୧ ବର୍ଷ ବୟସରେ ସର୍ବକନିଷ୍ଠ ମହିଳା ଖେଳାଳିଭାବେ ଅଷ୍ଟ୍ରେଲିଆନ ଓପନ୍‌ ଜିତିଛନ୍ତି। ପୂର୍ବରୁ ୨୦୦୮ରେ ସାରାପୋଭା ମାତ୍ର ୨୦ ବର୍ଷ ବୟସରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିବାରେ ସର୍ବକନିଷ୍ଠ ଖେଳାଳି ସାବ୍ୟସ୍ତ ହୋଇଥିଲେ। କେନିନ୍‌ଙ୍କ ପ୍ରଦର୍ଶନ ଏବେ ଦିନକୁ ଦିନ ଉନ୍ନତି ହେବାରେ ଲାଗିଛି। ଆଗାମୀ ଦିନରେ ସେ ବିଶ୍ୱ ଟେନିସ୍‌ରେ ଏକ ବଡ଼ ତାରକା ଭାବେ ଉଭା ହେବେ ବୋଲି ଆଶା କରାଯାଉଛି।

ନାମ: ସୋଫିଆ ଆନା ସୋନ୍ୟା କେନିନ୍‌
ଦେଶ: ଆମେରିକା
ବୟସ: ୨୧ ବର୍ଷ
ଜନ୍ମ: ନଭେମ୍ବର ୧୪, ୧୯୯୮
ମସ୍କୋ, ରୁଷିଆ
ଉଚ୍ଚତା: ୫ ଫୁଟ ୭ ଇଞ୍ଚ
ପେସାଦାର ଟେନିସ୍‌: ୨୦୧୭ରୁ
କୋଚ୍‌: ଆଲେକ୍ସ କେନିନ୍‌ (ପିତା)
ଟାଇଟଲ: ୪ ଡବ୍ଲ୍ୟୁଟିଏ, ୪ ଆଇଟିଏଫ୍‌
ର଼୍ୟାଙ୍କିଙ୍ଗ୍‌: ୭
ଉଚ୍ଚତମ ର଼୍ୟାଙ୍କିଙ୍ଗ୍‌: ୭


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଶତକ, ଇନିଂସ ବିଜୟ ଦ୍ୱାରରେ ଭାରତ

କୋଲ୍‌କାତା, ୨୪।୧୧- ପିଙ୍କ୍‌ ବଲ୍‌ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଭାରତ ପକ୍ଷରୁ ପ୍ରଥମ ଶତକ ହାସଲ କରିଛନ୍ତି ଅଧିନାୟକ ବିରାଟ କୋହଲି। ସ୍ଥାନୀୟ ଇଡେନ୍‌ ଗାର୍ଡେନ୍ସରେ...

ହାଇତି ଫୁଟ୍‌ବଲ ସଭାପତିଙ୍କୁ ଆଜୀବନ ବାସନ୍ଦ କଲା ଫିଫା

ଜୁରିଚ୍‌, ୨୧ା୧୧ (ଏପି)-ମହିଳା ଖେଳାଳିଙ୍କୁ ଯୌନ ଶୋଷଣ ଅଭିଯୋଗରେ ହାଇତି ଫୁଟ୍‌ବଲ ମହାସଂଘ ସଭାପତି ଓ୍ବାଇଭେସ୍‌ ଜିନ୍‌ ବାର୍ଟଙ୍କୁ ବିଶ୍ୱ ପରିଚାଳନା ସଂସ୍ଥା ଫିଫା ଶୁକ୍ରବାରଠାରୁ...

ରାୟଗଡ଼ାକୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ

ରାୟଗଡା ଅଫିସ,୩୦ା୫: ପଶ୍ଚିମବଙ୍ଗର ହାୱଡାଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ରାୟଗଡ଼ାର ଶହୀଦ ଲକ୍ଷ୍ମଣ ନାୟକ ଜିମ୍‌ର ଲିପ୍‌ସା ଖୋସଲା(୧୩) ୫୩ ବର୍ଗରେ ଭାଗ...

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ: ଅଷ୍ଟ୍ରେଲିଆ ୭ ଉଇକେଟରେ ପରାସ୍ତ

ଓ୍ବେଲିଂଟନ,୮।୩(ଏପି): ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨୭ଟି ବଲ ବାକିଥାଇ ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି।...

ନାଡାଲଙ୍କୁ ଟାଇଟଲ

ରୋମ୍‌, ୨୦ା୫- ରାଫାଲ ନାଡାଲ ଇଟାଲିଆନ ଓପନ ଟେନିସ୍‌ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ନାଡାଲ...

ପ୍ରସିଦ୍ଧ ହେଲେ କ୍ରିଷ୍ଣା

ପୁଣେ,୨୪।୩: କର୍ନାଟକ ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ପଦାର୍ପଣ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ ୮.୧ ଓଭର...

ବିଶ୍ୱକପ୍‌ ମଝିରେ ଭଉଣୀଙ୍କୁ ହରାଇଥିଲେ ଆକବର

ଢାକା, ୧୧।୨ (ପି.ଟି.)- ବାଂଲାଦେଶକୁ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ଜିତାଇବାରେ ଅଧିନାୟକ ଆକବର ଅଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ...

ଓଡ଼ିଶା ଏଫ୍‌ସି ପ୍ଲେ-ଅଫ୍‌ ନିକଟତର

ଗୁଆହାଟୀ, ୧୮ା୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ପ୍ରଥମ ଥର ପ୍ଲେ-ଅଫ୍‌ ନିକଟତର ହୋଇଛି। ଶୁକ୍ରବାର ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ନର୍ଥଇଷ୍ଟ...

Advertisement
Archives

Model This Week