ନୂଆ ଗାଡ଼ି ପାଇଁ ନେବାକୁ ହେବ ଲମ୍ବା ଅବଧିର ବୀମା ପଲିସି: ଆଇଆର୍‌ଡିଏ

ନୂଆଦିଲ୍ଲୀ,୧୩-୭: ନୂଆ ଗାଡ଼ି କିଣୁଥିବା ବ୍ୟକ୍ତିବିଶେଷଙ୍କୁ ଲମ୍ବା ଅବଧିର ବୀମା ପଲିସି କିଣିବାକୁ ହେବ। ଏହା ବାଧ୍ୟତାମୂଳକ ହୋଇଛି। ତେବେ ପୂର୍ବରୁ ଗାଡ଼ି ପଲିସି ଥିବା ବ୍ୟକ୍ତିମାନେ ପ୍ରତିବର୍ଷ ଏହାର ନବୀକରଣ କରିବାକୁ ହେବ ବୋଲି ଭାରତୀୟ ବୀମା ନିୟାମକ ପ୍ରାଧିକରଣ(ଆଇଆର୍‌ଡିଏ) ସ୍ପଷ୍ଟ କରିଛି। ଜାରି ନୂଆ ନିୟମ ଅନୁଯାୟୀ, ଦୁଇଚକିଆ ଗାଡି କିଣୁଥିବା ବ୍ୟକ୍ତିଙ୍କୁ ୫ ବର୍ଷ ଲାଗି ବୀମା ନେବାକୁ ହେବ। ସେହିପରି ନୂଆ କାର୍‌ ପାଇଁ ୩ ବର୍ଷ ସୀମା ଅପରିହାର୍ଯ୍ୟ ହୋଇଛି। ସମସ୍ତ ନୂଆ ଗାଡ଼ି କିଣୁଥିବା ବ୍ୟକ୍ତିବିଶେଷଙ୍କୁ ଥାର୍ଡ ପାର୍ଟି ବୀମା ନେବା ବାଧ୍ୟତାମୂଳକ ହୋଇଛି। ଏହି ନୂଆ ନିୟମ ୨ ବର୍ଷ ଅଥବା ଏହାପୂର୍ବରୁ କିଣାଯାଇଥିବା ଗାଡ଼ି ପାଇଁ ଲାଗୁ ହେବ ନାହିଁ ବୋଲି ଆଇଆର୍‌ଡିଏ ପକ୍ଷରୁ ଗତ ୧୧ରେ ପ୍ରକାଶ କରାଯାଇଥିବା ସ୍ପଷ୍ଟୀକରଣରେ କୁହାଯାଇଛି। ପୁରୁଣା ଗାଡ଼ି ମାଲିକଙ୍କୁ ପୂର୍ବଭଳି କେବଳ ୧ ବର୍ଷର ବୀମା କରିବାକୁ ହେବ। ତେବେ ଚାର୍ଜ ବଢ଼ିଯିବ। ଏଣିକି ୧୦୦୦ ସିସିର ବାଇକ କିଣିବା ଉପରେ ଗାଡିମାଲିକଙ୍କୁ ବୀମା ନେବା ଲାଗି ୪୫ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଓନ୍‌ ଡ୍ୟାମେଜ୍‌ ବୀମା ୧ ବର୍ଷ ପାଇଁ ନେଇ ହେବ। ଏହାଦ୍ୱାରା ଗାଡ଼ିର ଏକ୍ସ ସୋରୁମ୍‌ ମୂଲ୍ୟ ଅଧିକ ହୋଇଯିବ। ଏହାଦ୍ୱାରା ଗାଡ଼ି ମାଲିକଙ୍କ ଖର୍ଚ୍ଚ ୧୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବ। ଏଥିସହିତ ବ୍ୟକ୍ତିଗତ ବୀମା କଭରର କ୍ଲେମ୍‌ ରାଶିକୁ ଆଇଆର୍‌ଡିଏ ୨ ଲକ୍ଷରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ୨ ଚକିଆ ଗାଡ଼ି ପାଇଁ କ୍ଲେମ୍‌ ରାଶି ୧ ଲକ୍ଷ ଟଙ୍କା ଏବଂ ଚାରିଚକିଆ ଗାଡ଼ି ପାଇଁ ୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏଥିଲାଗି ଗ୍ରାହକଙ୍କଠାରୁ ପ୍ରିମିୟମ ବାବଦରେ ୫୦ ଅଥବା ୧୦୦ ଟଙ୍କା(ଟିକସ ସହ) ନିଆଯାଉଥିଲା। ଏବେ ସମସ୍ତ ଗାଡ଼ି ମାଲିକଙ୍କୁ ବ୍ୟକ୍ତିଗତ ବୀମା କଭର ନେବାକୁ ହେବ ଏବଂ ଏଥିପାଇଁ ବାର୍ଷିକ ୭୫୦ ଟଙ୍କା ଦେବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟସ୍‌ଆପ୍‌ର ବଡ଼ ପଦକ୍ଷେପ, ଥାର୍ଡ ପାର୍ଟି ଆପ୍‌ ଦେଖିପାରିବେନି ୟୁଜରଙ୍କ ଅନ୍‌ଲାଇନ୍‌ ତଥ୍ୟ…

ନୂଆଦିଲ୍ଲୀ, ୧୪।୧୨: ହ୍ବାଟସଆପ୍‌ ପକ୍ଷରୁ ଏକ ନୂତନ ଗୋପନୀୟତା ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଅଜଣା ବ୍ୟକ୍ତିଙ୍କୁ ୟୁଜରଙ୍କ ଲାଷ୍ଟ୍‌ ସିନ୍‌ ଦେଖିବା ଏବଂ ଅନଲାଇନ...

ରେଲଓ୍ବେର ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ ଲକ୍ଷ୍ୟ: ଗୋୟଲ

ନୂଆଦିଲ୍ଲୀ,୨୫-୧୧: ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ରେଲଓ୍ବେର ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ କରିବା ନେଇ ଲକ୍ଷ୍ୟ ରଖାଯାଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର କହିଛନ୍ତି। ପ୍ରଦୂଷଣ...

ରାଜ୍ୟର ୧୩ ସହରରେ ଜିଓ ଟ୍ରୁ-୫ଜି

ଭୁବନେଶ୍ୱର,୮।୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଅନୁଗୋଳ ଜିଲାର ତାଳଚେର ସହରରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ...

ଫେବୃୟାରୀ ୨୩ରେ ୫ମ ଓଟିସି

ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ଶିଳ୍ପ ସଂଘ ‘ହୋଟେଲ ଏବଂ ରେଷ୍ଟରାଣ୍ଟ ଆସୋସିଏଶନ ଓଡ଼ିଶା (ହାରୋ) ପକ୍ଷରୁ ଚଳିତ ବର୍ଷ ଫେବୃୟାରୀ ୨୩ରେ ଓଡ଼ିଶା ଟୁରିଜମ୍‌...

ଏଏଫ୍‌ଏଲ୍‌ ସହ ଆକ୍ସିସ୍‌ ବ୍ୟାଙ୍କ୍‌ର ସହଭାଗିତା

ନୂଆଦିଲ୍ଲୀ,୨୩।୩: ଆକ୍ସିସ୍‌ ବ୍ୟାଙ୍କ୍‌ ଏବଂ ଅଟୋଟ୍ରାକ୍‌ ଫାଇନାନ୍ସ ଲିମିଟେଡ୍‌ (ଏଏଫ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଥିବା ଜଣାପଡିଛି। ବିଶେଷ ୟୁବି କୋ ଡଟ୍‌ ଲେଣ୍ଡ୍‌...

ପାଇକାରୀ ମୁଦ୍ରାସ୍ଫୀତି ୦.୩୩%

ନୂଆଦିଲ୍ଲୀ,୧୫-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ପାଇକାରି ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି(ଡବ୍ଲ୍ୟୁପିଆଇ) ୦.୩୩% ସ୍ତରରେ ରହିଛି। ଏହା ଅଗଷ୍ଟରେ ୧.୦୮% ରହିଥିବା ସୋମବାର ସରକାରୀ ଡାଟାରୁ ଜଣାପଡିଛି।...

ଟିପିସିଓଡିଏଲ୍‌ ପକ୍ଷରୁ ସଷ୍ଟେନ୍‌ବିଲିଟି ମାସ ପାଳିତ

ଭୁବନେଶ୍ୱର,୧୨।୭: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିକଟରେ ସଷ୍ଟେନ୍‌ବିଲିଟି ମାସ-୨୦୨୩ ପାଳିତ...

ଦିନକରେ ୧୭ ହଜାର ଏଲ୍‌ଆଇସି ପଲିସି ବିକ୍ରି ରେକର୍ଡ

ନୂଆଦିଲ୍ଲୀ,୧୫-୧: ବଲିଉଡର ପ୍ରତିଷ୍ଠିତ ଅଭିନେତା ରାଜ କପୁରଙ୍କ ଝିଅ ରିତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଛି। ରିତୁ ଏକ ସମୟରେ ଏଲ୍‌ଆଇସିର ଜଣେ ଶୀର୍ଷ ଏଜେଣ୍ଟ...

Advertisement
Archives

Model This Week