ନୂଆ ଆଭିମୁଖ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ଦ୍ୱିତୀୟ ପାଳିରେ ଜନସାଧାରଣଙ୍କ ଉଚ୍ଚ ପ୍ରତ୍ୟାଶା ପ୍ରତି ସଚେତନ ଅଛନ୍ତି। ଦେଶର ଦୁର୍ଗତି ପାଇଁ ପୂର୍ବର ଉପା ସରକାର ଉପରେ ବା ଆହୁରି ପୂର୍ବର ନେହେରୁ ସରକାର ଉପରେ ଦୋଷ ଲଦିଦେଇ ସେ ନିଜ ଦାୟିତ୍ୱକୁ ଫାଙ୍କିଦେଇ ପାରିବେ ନାହିଁ। ତେଣୁ ତାଙ୍କୁ ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିବ।
ଅମଲାତନ୍ତ୍ର ଉପରେ ଖୁବ୍‌ ଆସ୍ଥା ସ୍ଥାପନ କରୁଥିବା ମୋଦି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିରେ ପରିବର୍ତ୍ତନ, ପ୍ରଶାସନିକ ସଂସ୍କାର ଓ କ୍ଷମତା ବିକାଶ ଉପରେ ଜୋର ଦେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ହେଉଛି ସବୁ ନିଷ୍ପତ୍ତି ନେବା ପ୍ରକ୍ରିୟାର କେନ୍ଦ୍ର। ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ହଠାତ୍‌ ତାଙ୍କ ସ୍ଥାନରୁ ହଟାଇ ଏହା ପୁଣି ଅମଲାତନ୍ତ୍ର ଉପରେ ନିଜର କର୍ତ୍ତୃତ୍ୱକୁ ଦୋହରାଇଛି। ଦେଶ ସାରା ବାବୁମାନଙ୍କୁ ଏହାଦ୍ୱାରା ସୂଚନା ମିଳିଯାଇଛି କି ମୋଦି ୨.୦ ସରକାର ଅପାରଗ ବା ସରକାରଙ୍କ ଆଭିମୁଖ୍ୟକୁ ବୁଝିପାରୁ ନ ଥିବା ବାବୁମାନଙ୍କୁ ଆଦୌ ସହ୍ୟ କରିବେ ନାହିଁ।
ଅଧିକାଂଶ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ସ୍ଥିରତା ଉପରେ ଗୁରୁତ୍ୱ ଦେବେ। ସେ ତାଙ୍କ ପୂର୍ବ ପାଳି ସରକାରର ଅଧିକାଂଶ ବାବୁଙ୍କୁ ପୂର୍ବ ପଦରେ ରଖିଛନ୍ତି ଏବଂ ତାଙ୍କର ମୁଖ୍ୟ ସହଯୋଗୀମାନେ ମଧ୍ୟ ତାଙ୍କ ପଟରେ ରହିଛନ୍ତି। ପିଏମ୍‌ଓର କାର୍ଯ୍ୟଶୈଳୀ ପୂର୍ବ ପରି ରହିଛି କିନ୍ତୁ ଏହା ଅଧିକ ଅଭିଜ୍ଞତା ବା ଅଧିକ ଅଭିଜ୍ଞ ବାବୁଙ୍କ ଦ୍ୱାରା ସମୃଦ୍ଧ ହୋଇଛି। ଶୁଣିବାକୁ ମିଳୁଛି ଯେ, ମାସକ ପରେ ଉପର ସ୍ତରରେ କିଛି ପରିବର୍ତ୍ତନ ଘଟିବ। ମୋଦିଙ୍କ କାର୍ଯ୍ୟ ସଂସ୍କୃତିର ମୁଖ୍ୟ ଉପାଦାନ ହେଉଛି ଡାଇରେକ୍ଟ ଆକ୍‌ସେସ୍‌ (ସିଧାସଳଖ ଯୋଗାଯୋଗ), କାର୍ଯ୍ୟଧାରାର ସରଳୀକରଣ ଏବଂ ନିଷ୍ପତ୍ତି ନେବା ଓ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ନ କରିବା। ସେ ଚାହାନ୍ତି ବାବୁମାନେ ସୃଜନାତ୍ମକ ଚିନ୍ତା କରିବେ ଏବଂ ରିସ୍କ ନେଇ କାର୍ଯ୍ୟ କରିବେ। ସୂଚନା ମିଳୁଛି ଯେ, ନୂତନ କର୍ମଚାରୀବର୍ଗ ପରିଚାଳନା ନୀତି ଆସିବ, ଯେଉଁଥିରେ କର୍ମଚାରୀମାନେ ପ୍ରଶାସନର ପ୍ରାଥମିକତା ଅନୁସାରେ ନିଯୁକ୍ତି ପାଇବେ, ପ୍ରଥମ ପାଳି ପରି ସରକାରଙ୍କ ପ୍ରତି ଆସ୍ଥା ବା ବିଶ୍ୱାସକୁ ଭିତ୍ତି କରି ନୁହେଁ।
ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପାଳିରେ ୩୬୦ ଡିଗ୍ରୀ ମୂଲ୍ୟାଙ୍କନ ବ୍ୟବସ୍ଥା, ଅଫିସ୍‌ ଓ ଫାଇଲଗୁଡ଼ିକର କମ୍ପ୍ୟୁଟରୀକରଣ, ବାରମ୍ବାର ବହୁସଂଖ୍ୟାରେ ଅଦଳବଦଳ, ଅବଧି ପୂରିବା ପୂର୍ବରୁ ବାବୁମାନଙ୍କୁ ନିଜ ରାଜ୍ୟକୁ ପଠାଇଦେବା ପ୍ରଭୃତି ଘଟଣା ଅମଲାତନ୍ତ୍ରକୁ ଦୋହଲାଇଦେଇଥିଲା ବେଳେ ଦ୍ୱିତୀୟ ପାଳିରେ ସରକାର ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ୨୦୧୪ରେ କେନ୍ଦ୍ରରେ ମୋଦି କ୍ଷମତାକୁ ଆସିବା ପରେ ସେ ନେଇଥିବା ପଦକ୍ଷେପଗୁଡ଼ିକୁ ନେଇ ବାବୁମାନେ ଯାହା ଭାବନ୍ତୁ ନା କାହିଁକି ଏହା ଅତୀତରେ କାମ ଦେଇଥିଲା। ତଥାପି ଏହାର କିଛି ଉପଯୋଗିତା ନାହିଁ ବୋଲି ମନେକରାଯାଉଛି।
ତେଣୁ ଅଧିକାଂଶ ଆଶା କରୁଛନ୍ତି ଯେ, ମୋଦିଙ୍କ ପ୍ରଥମ ପାଳିର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିବ। ନିର୍ବାଚନରେ ବିପୁଳ ଜନସମର୍ଥନ ପାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଲୋକପ୍ରିୟତାରେ ତାଙ୍କର ପୂର୍ବସୂରି ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ସମକକ୍ଷ ହୋଇପାରିଛନ୍ତି। ସେମାନଙ୍କ ପରି ମୋଦି ନୂତନ ଚିନ୍ତାଧାରା ଆପଣେଇ ଓ ସେଗୁଡ଼ିକୁ କାର୍ଯ୍ୟକାରୀ କରି ଇତିହାସ ସୃଷ୍ଟି କରିବାକୁ ଚାହିଁପାରନ୍ତି। ଏଥିପାଇଁ ସେ ତାଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକ ପାଇଁ ଉତ୍ସର୍ଗୀକୃତ ଓ ନିଷ୍ଠାପର ବାବୁମାନଙ୍କୁ ବାଛିବାର ଆବଶ୍ୟକତା ରହିଛି।
ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଥମ ପାଳି ଅପେକ୍ଷା ଏବେ ବାବୁମାନଙ୍କର ଅଧିକ ପରିଚିତ। ଏଥର ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟସୂଚୀ ହେଉଛି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୨୦୨୨ ସୁଦ୍ଧା ଉଭୟ ଅର୍ଥନୀତି ଓ ରାଷ୍ଟ୍ର ଶାସନ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ କରି ତାଙ୍କ ପ୍ରଶାସନ ଉପରେ ଏକ ସ୍ବତନ୍ତ୍ର ମୋହର ଲଗାଇବାକୁ ସୁନିଶ୍ଚିତ କରିବା। ଭାରତକୁ ବିକାଶ ପଥରେ ଉଚ୍ଚତର ସ୍ତରକୁ ନେବା ପାଇଁ ହେଲେ ଦରକାର ଜନାଭିମୁଖୀ ଆଇନକାନୁନଗୁଡ଼ିକର ଉତ୍ତରଦାୟୀ ଓ ଦକ୍ଷ କାର୍ଯ୍ୟକାରିତା ଏବଂ ମୋଦି ତାହା କରିବା ପାଇଁ ଯତ୍ପରୋନାସ୍ତି ଚେଷ୍ଟିତ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri