ନୂଆବର୍ଷରେ କରିନାଙ୍କ ସହ ନଜର ଆସିବେ ଶାହାରୁଖ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ଲେଉଟାଣିକୁ ଦର୍ଶକେ ବେଶ୍‌ ଆଗ୍ରହର ସହ ଅପେକ୍ଷା ରଖିଛନ୍ତି। ନିକଟରେ ଶୁଣିବାକୁ ମିଳିଥିଲା ଶାହାରୁଖ କରନ ଜୋହରଙ୍କ ଫିଲ୍ମରେ ଦର୍ଶକଙ୍କ ପାଖକୁ ପୁଣିଥରେ ଫେରିବେ। ଏବେ କିନ୍ତୁ ଶୁଣିବାକୁ ମିଳିଛି ଶାହାରୁଖ ବଲିଉଡ୍‌ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ଆଉ ଏଥିରେ ତାଙ୍କ ଅପୋଜିଟର ନାୟିକା ଅଛନ୍ତି ବଲିଉଡ୍‌ ବେବୋ କରିନା କପୁର ଖାଁ। ଯଦିଓ ଏହା ଅଫିସିୟାଲି ଘୋଷଣା କରାଯାଇନାହିଁ ତଥାପି ଏହି ଯୋଡି ଏଥର ପରଦାରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। କିଛିଦିନ ହେବ ବଡ ପରଦାରୁ ବିରତି ନେଇଥିବା ଶାହାରୁଖ ଏଥର ଭଲ ଷ୍ଟୋରୀ ସହ ଫେରିବାକୁ ଚାହୁଁଥିବା ଜଣାପଡିଛି। କାହିଁକିନା ଏହା ପୂର୍ବରୁ ‘ଜିରୋ’ରେ ତାଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସି ନ ଥିବା ବେଳେ ସେ ଏକ ପ୍ରକାର ଲାଇମ୍‌ ଲାଇଟରୁ ଦୂରେଇ ଯାଇଥିଲେ। ତେଣୁ ଏବେ ଆଲୋଚନା ହେଉଛି ଏଥର ଶାହାରୁଖଙ୍କ ପସନ୍ଦ ତାଙ୍କ କ୍ୟାରିୟରକୁ ପୁଣିଥରେ ଟ୍ରାକ୍‌କୁ ଫେରାଇ ଆଣିବ ତ!


Enter your email to get our daily news in your inbox.

All Right Reserved By Dharitri.Com

‘ନୋକ୍‌ ଝୋକ୍‌’ରେ ଦୀପିକାଙ୍କ ରୋମାନ୍ସ

ମୁମ୍ବାଇ: ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍‌’ର ରିଲିଜ୍‌କୁ ଦର୍ଶକେ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ୨୦୧୯ ବର୍ଷ ଶେଷରେ ଫିଲ୍ମର...

ନବାଗତା ଅମ୍ରିତା

ଆଉ ଜଣେ ବଙ୍ଗୀୟ ସୁନ୍ଦରୀ ଓଡ଼ିଆ ସିନେମାରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅମ୍ରିତା। ତାଙ୍କୁ ଏଭଳି ବ୍ରେକ୍‌ ଦେଇଛନ୍ତି ପ୍ରଯୋଜକ...

କପିଲ ଶର୍ମାଙ୍କ ଶୋ’ରେ ଦୌଡ଼ରାଣୀ ଦୂତୀ

ନିକଟ ଅତୀତରେ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକାର କରିଥିବା ଓଡ଼ିଆ ଝିଅ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦ ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡ଼ି ଧାରାବାହିକ ‘ଦି...

କମେଡିଆନ୍‌ ସୁନୀଲ ଗ୍ରୋଭର ହେଲେ ହିନ୍ଦୀ ଶିକ୍ଷକ

ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏ ନେଇ ଗତ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେଣୁ ଏହି ସମୟରେ...

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ ଡିପ୍ରେସନ୍‌ରୁ ଓହରିବା ପାଇଁ ଏପରି କରୁଥିଲେ କଟ୍ରିନା

ଇଦ୍‌ ଅବସରରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଭାରତ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ସବୁଥର ଭଳି ଏଥର ମଧ୍ୟ ଦର୍ଶକ ସଲମାନ୍‌ ଖାନ୍‌ ଏବଂ...

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରିୟା: ସୁଶାନ୍ତଙ୍କ ଭଉଣୀ ଲେଖିଲେ ‘ହର ହର ମହାଦେବ’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ...

କରୋନା ପାଇଁ ସ୍ଥଗିତ ରହିଲା ‘୮୩’ର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଓ ପତ୍ନୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ର ରିଲିଜ୍‌ ଡେଟ୍‌ ଏବେ ଘୋଷଣା କରାଯିବ ନାହିଁ ବୋଲି...

ଏବେ ବି ମନେପଡ଼େ ଆକାଶବାଣୀ କଟକ: ରବି ରାୟ

ଲୋକମାନଙ୍କୁ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଅଶୀଦଶକରେ ସୃଷ୍ଟି ହୋଇଥିଲା ‘ଲୋକଶକ୍ତି ସଂଗଠନ’। ଏହି ସଂଗଠନର ପରିକଳ୍ପିତ ପିତା ଥିଲେ ରବୀନ୍ଦ୍ର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *