ନୂଆପାଲିରେ ଚାଷୀ ଆତ୍ମହତ୍ୟା ଅଭିଯୋଗ : କ୍ଷତିପୂରଣ ଦାବି

ବରଗଡ଼ ଅଫିସ,୨୩।୯: ବରଗଡ଼ ବ୍ଲକ ଅନ୍ତର୍ଗତ ଏସ୍‌ ଡୁମ୍ବେରପାଲି ପଞ୍ଚାୟତ ଅନ୍ତର୍ଗତ ନୂଆପାଲି ଗ୍ରାମର ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବୁର୍ଲା ମେଡିକାଲ ଫାଣ୍ଡିରେ ଅଭିଯୋଗ ହୋଇଛି।
ମୃତ ଚାଷୀ ହେଲେ ଉକ୍ତ ଗ୍ରାମର ରସିକ ସାହୁଙ୍କ ପୁଅ ମହେନ୍ଦ୍ର(୩୭)। ସୂଚନା ଅନୁଯାୟୀ, ମୃତ ଚାଷୀ ୨ ଏକର ଜମିରେ ଧାନଚାଷ କରିଆସୁଥିଲେ। ତେବେ ଗତ ୨୦୧୮ ଫସଲ କ୍ଷତିରେ ଅନ୍ୟମାନଙ୍କୁ ଫସଲ ବୀମା କ୍ଷତିପୂରଣ ମିଳିଥିବାବେଳେ ମହେନ୍ଦ୍ର ସେଥିରୁ ବାଦ୍‌ ପଡିଥିଲେ। ଫଳରେ ପରବର୍ତ୍ତୀ ଫସଲ ପାଇଁ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ କୃଷିଋଣ ପାଇଁ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତିକୁ ବାରମ୍ବାର ଯାଇଥିଲେ ମଧ୍ୟ କୃଷିଋଣ ନ ପାଇ ନିରାଶ ହୋଇ ଫେରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଚିନ୍ତିତ ରହୁଥିବା ବେଳେ ଗତ ୧୯ ତାରିଖରେ କୀଟନାଶକ ପିଇଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ତାଙ୍କୁ ଭୀମ୍‌ସାର, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ବୁର୍ଲାରେ ମୃତଦେହ ବ୍ୟବଚ୍ଛେଦ ପରେ ଗ୍ରାମକୁ ପଠାଯାଇଥିଲା। ସ୍ଥାନୀୟ ନେତାମାନେ ମୃତ ଚାଷୀଙ୍କ ପରିବାରକୁୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଆଗତ ହେଲା ବଜେଟ: ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ…

ଭୁବନେଶ୍ୱର,୩୦।୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବୁଧବାର କାମଚଳା ବଜେଟ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମ ୪ମାସ ପାଇଁ କାମଚଳା ବଜେଟ...

ବୋମାମାଡ଼ ଘଟଣାରେ ୬ ଗିରଫ

କଟକ ଅଫିସ,୮ା୬: ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପରକୁ ବୋମାମାଡ଼ ଘଟଣାରେ ଜଗତପୁର ଥାନା ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ଏମ୍ସରେ ଅନ୍ୟ ୨ ବିଭାଗରେ ଆରମ୍ଭ ହେବ ଏମ୍‌ସିଏଚ୍‌, ଡିଏମ୍‌ କୋର୍ସ

ଭୁବନେଶ୍ୱର, ୨୬।୧୧(ବ୍ୟୁରୋ): ଭୁବନେଶ୍ବର ଏମ୍ସରେ ସୁପରସ୍ପେଶାଲିଟି ସେବା ବୃଦ୍ଧି ପାଇବ। ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ ଏମ୍‌ସିଏଚ୍‌ ଓ ନେଫ୍ରୋଲୋଜି ବିଭାଗରେ ଡିଏମ୍‌ କୋର୍ସ ଖୁବ୍‌ଶୀଘ୍ର ଆରମ୍ଭ...

ପୋଲ ତଳୁ ମିଳିଲା ନବଜାତ ଶିଶୁର ମୃତଦେହ

ଜେନାପୁର,୧୯।୪(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅଧୀନ ବାରକଣା ନିକଟସ୍ଥ କୁଣ୍ଡି ନାଲ ପୋଲତଳେ ମଙ୍ଗଳବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ପଡିଥିବା ଦେଖିବାକୁ ମିଳିଛି।...

କଣ୍ଟ ପୂରିଲା, ନିଯୁକ୍ତି ନୋହିଲା

ଅନୁଗୋଳ ଅଫିସ, ୮।୧୧: କଣ୍ଟ ପୂରିଲା। ହେଲେ ମିଳିଲାନି ନିଯୁକ୍ତି। ଏହାର ପ୍ରତିବାଦରେ ନବରତ୍ନ କମ୍ପାନୀ ନାଲ୍‌କୋ ସ୍ପୋନ୍‌ସର୍ଡ ଆଇଟିଆଇ (ଏଲ୍‌ଏପି) କ୍ଷତିଗ୍ରସ୍ତ ପ୍ରଜାସଂଘର ୧୯୮ ସଦସ୍ୟ...

ରଜ ପାଇଁ ସଜେଇ ହେଉଛି ମା’ ଉଗ୍ରତାରା ପୀଠ

ନିରାକାରପୁର,୯।୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନୂଆଗଡ ପଞ୍ଚାୟତ ମୂଳୀଝର ହାତୀଆ ପାହାଡ଼ ପାଦ ଦେଶରେ ଅବସ୍ଥିତ ଓଡ଼ିଶା ପ୍ରସିଦ୍ଧ ମା’ ଉଗ୍ରତାରାଙ୍କ ପୀଠରେ ଚଳିତବର୍ଷ ରଜ ମହୋତ୍ସବ...

ଦୁର୍ଘଟଣାରେ ଗଲା ୨ ଜୀବନ

ବାରିପଦା ଅଫିସ,୩୦ା୭: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ସାନମଣଦା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ...

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୬୭କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା...

Advertisement
Archives

Model This Week