ଆର.ଉଦୟଗିରି, ୨୯ା୧୧ (ଡି.ଏନ.ଏ.) – ମାସେ ନପୁରୁଣୁ ପୁଣି ନୁଆଗଡକୁ ଡେଙ୍ଗୁ ଲେଉଟିଛି। ବୁଧବାର ଡେଙ୍ଗୁରେ ଗ୍ରାମର ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇ ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚତ୍ଛି। ନୂଆଗଡ ଗ୍ରାମ ଖ୍ରୀଷ୍ଟିଆନ ସାହିର ଧିରେନ ସିଂ (୨୩)ଙ୍କୁ ଜ୍ୱର ହୋଇଥିଲା। ୨୧ ତାରିଖରେ ବ୍ରହ୍ମପୁରରେ ଏକ ଘରୋଇ ନିଦାନ କେନ୍ଦ୍ରରେ ରକ୍ତପରୀକ୍ଷା ପରେ ଡ଼େଙ୍ଗୁ ହୋଇଥିବା ଜଣାପଡିଥିଲା। ଘରୋଇ କ୍ଲିନିକରେ ଚିକିତ୍ସିତ ହେବାପରେ ଔଷଧ ଧରି ଗ୍ରାମକୁ ଫେରି ସ୍ଥାନୀୟ କ୍ବାକ୍ ଦ୍ୱାରା ଚିକିତ୍ସିତ ହେଉଥିଲେ। ୨୫ରେ ପୁଣି ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ନିଆଯାଇଥିଲେ। ସେଠାରେ ବୁଧବାର ସକାଳେ ତାଙ୍କର ମତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଚଳିତ ମାସ ୮ରେ ୩୩ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହୋଇଥିଲେ। ସେହି ସମୟରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ମେଡିକାଲ ଇନ୍ଚାର୍ଜ ନିବେଦିତା ସାହୁ ଏବଂ ତାଙ୍କ ଷ୍ଟାଫ ମୃତକଙ୍କ
ପରିବାରକୁ ଭେଟିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All

କଟକରେ ପ୍ରଥମ କରୋନା ଆକ୍ରାନ୍ତ : ପଟାପୋଲ ଅଞ୍ଚଳ ସିଲ କଲା ସିଏମସି
କଟକ ଅଫିସ,୪। ୪- କଟକ ସହରର ପଟାପୋଲ ଅଞ୍ଚଳକୁ ସିଲ କରିଛି କଟକ ମହାନଗର ନିଗମ(ସିଏମସି )। ଶନିବାର ସନ୍ଧ୍ୟାରେ ସିଏମ୍ସି ପକ୍ଷରୁ ଏହା ଘୋଷଣା...

ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା: ୧୪୪ ଧାରା ଜାରି
ପୁରୀ ଅଫିସ,୨୭।୧୦: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକାଠି ହୋଇଛନ୍ତି ଗୋଷାଣୀ। ଏହା ଦେବୀସଭା ଭାବେ ପରିଚିତ। ତେବେ କରୋନା ପାଇଁ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଅନେକ...

ପରିବା କିଣିବାକୁ ଆସିଥିବା ବ୍ୟକ୍ତିଙ୍କୁ ଚାପିଦେଲା ଟ୍ରକ୍
ଚୌଦ୍ୱାର,୧ା୧୦: ୫୫ ନଂ. ଜାତୀୟ ରାଜପଥ ମଙ୍ଗୁଳିଠାରୁ ଧୂମାବତୀ ପର୍ଯ୍ୟନ୍ତ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱ ଖୋଳାଯାଇ ଥିବାବେଳେ ଅତ୍ୟନ୍ତ...

ଜୋନ୍ସ୍ତରୀୟ କଳା ଉତ୍ସବ: ଭାଗ ନେଲେ ୫ ଜିଲାର ଛାତ୍ରୀଛାତ୍ର ଓ ଗାଇଡ୍ ଶିକ୍ଷକ
ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ସହର ସ୍ଥିତ ମିଶନ ବାଳିକା ବିଦ୍ୟାଳୟ ପରିସରରେ ଜୋନ୍ସ୍ତରୀୟ କଳା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର...

କେନ୍ଦୁଝର-ମୟୂରଭଞ୍ଜ ଜିଲା ସୀମାର ୮ ରାସ୍ତା ସିଲ୍
ପାଟଣା,୨୪ା୪(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ପ୍ରବେଶ ପଥର ୮ଟି ରାସ୍ତାକୁ ପାଟଣା ପୋଲିସ ସିଲ୍ କରିଛି। ଏହି...

ଭଦ୍ରକରୁ ବରଗଡ଼କୁ ଧାନ ଚାଲାଣ : ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ
ବରଗଡ଼ ଅଫିସ୍/ଅତାବିରା,୨।୧: ଗତ କିଛିଦିନ ତଳେ ଭଦ୍ରକରୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ୍ ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ଧରାପଡ଼ିଥିଲା। ଅନୁରୂପ ଭାବେ...

ମର୍ମନ୍ତୁଦ ଦୁର୍ଘଟଣା, ୫ ଜୀବନ ଗଲା
ନୟାଗଡ଼ ଅଫିସ,୨୪।୧୧: ନୟାଗଡ଼ ଜିଲା ଶରଣକୁଳ ଥାନା ସରଣକୁଳ ସୁଆରସାହିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଡମ୍ପର ଧକ୍କାରେ ୫ ମୃତ୍ୟୁ ଘଟିଥିବାବେଳେ ଜଣେ...

୬ ମାସ ତଳୁ ଶେଷ ହେଲାଣି ଇକୋ ପାର୍କ ପରିଚାଳନା ଚୁକ୍ତି: ନାଲି ଫିତା ତଳେ ନବୀକରଣ
ଅନୁଗୋଳ ଅଫିସ, ୧୩।୧୧-ସହରବାସୀଙ୍କୁ ସତେଜ ରଖିବା ତଥା ଏକ ସୁସ୍ଥ ପରିବେଶ ଭେଟିଦେବାକୁ ଅନୁଗୋଳ ପୌରପାଳିକା ପକ୍ଷରୁ ଶିକ୍ଷକପଡ଼ାଠାରେ ଇକୋ ପାର୍କର ପରିକଳ୍ପନା କରାଯାଇଥିଲା। ପ୍ରଥମେ...