ଅନୁଗୋଳ କଲେଜ ଛାତ୍ରଙ୍କ ସାହିତ୍ୟ କୃତି:ପ୍ରକାଶ କଲେ ୨୨୪ ପୃଷ୍ଠାର ଉପନ୍ୟାସ

ଅନୁଗୋଳ ଅଫିସ, ୯।୭ ମାତ୍ର ୨୦ ବର୍ଷ ବୟସରେ ୨୨୪ ପୃଷ୍ଠାର ଉପନ୍ୟାସ ଲେଖିଛନ୍ତି ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ପ୍ରଭୁ କଲ୍ୟାଣ ସିଂ। ସେ ଏବେ ଯୁକ୍ତ ୩ ଦ୍ୱିତୀୟ ବର୍ଷ (ଇଂଲିଶ ସମ୍ମାନ)ରେ ଅଧ୍ୟୟନ କରୁଛନ୍ତି। ପ୍ରେମକାହାଣୀ ଉପରେ ଆଧାରିତ ଏହି ଉପନ୍ୟାସ ‘ବ୍ରୋକେନ୍‌ ପ୍ରୋମିଜେସ୍‌’ ଚଣ୍ଡିଗଡ଼ର ଏକ ପ୍ରକାଶନ ସଂସ୍ଥା ହ୍ବାଇଟ ଫାଲକନ୍‌ ପବ୍ଲିଶର ପକ୍ଷରୁ ପ୍ରକାଶ କରାଯାଇଛି। ଏହାକୁ ଲେଖିବା ପାଇଁ ୬ମାସ ଲାଗିଥିବା ପ୍ରଭୁ ପ୍ରକାଶ କରିଛନ୍ତି। ନିଜର ଏହି ସାହିତ୍ୟ କୃତିକୁ ନେଇ ବେଶ୍‌ ଉତ୍ସାହିତ ଥିବା ପ୍ରଭୁ ସ୍କୁଲ ସମୟର ଇଚ୍ଛା ପୂରଣ ହୋଇଥିବା କହିଛନ୍ତି।
ପ୍ରଭୁଙ୍କ ଘର ଅନୁଗୋଳ ଜିଲା ତାଳଚେର ବ୍ଲକ ବଳରାମପ୍ରସାଦର ଗଡ଼ସାହିରେ। ବାପା ପ୍ରଦୋଷ କୁମାର ସିଂ ନାଲ୍‌କୋରେ କାର୍ଯ୍ୟ କରୁଥିବାରୁ ସେ ମା’ ଜ୍ୟୋତ୍ସ୍ନାମୟୀ ସିଂଙ୍କ ସହ ନାଲ୍‌କୋ ଟାଉନଶିପ୍‌ରେ ରହୁଛନ୍ତି। ନିଜର ଏହି କୃତି ସମ୍ପର୍କରେ ପ୍ରଭୁ କହିଛନ୍ତି, ଜଣେ ବନ୍ଧୁଙ୍କ ଗ୍ରାମରେ ଜନୈକ ଯୁବକଙ୍କ ସହ ଘଟିଥିବା ଏକ ପାରିବାରିକ ଘଟଣା ତାଙ୍କୁ ଉପନ୍ୟାସ ଆକାରରେ ଉତ୍ତାରିବାକୁ ପ୍ରେରଣା ଯୋଗାଇଥିଲା। ପାରିବାରିକ ଚାପରେ କିପରି ସେହି ଯୁବକ ଜଣକ ନିଜ ବଡ଼ଭାଇଙ୍କ ଦୁଇ ପିଲା ଓ ବିଧବା ଭାଉଜଙ୍କୁ ଆପଣେଇବାକୁ ବାଧ୍ୟ ହୋଇଛନ୍ତି, ତାହାକୁ ସେ ଏଥିରେ ସ୍ଥାନିତ କରିଛନ୍ତି। ହେଲେ ମୁଖ୍ୟ ଚରିତ୍ରରେ ଥିବା ସେହି ଯୁବକଙ୍କ ବାସ୍ତବ ଜୀବନରେ ପ୍ରେମିକା ନ ଥିଲେ ବି ଉପନ୍ୟାସରେ କିନ୍ତୁ ପ୍ରଭୁ ତାଙ୍କୁ ଜଣେ ପ୍ରେମିକ ସଜାଇଛନ୍ତି। ଏହି ପ୍ରେମ ଓ ପାରିବାରିକ ବାଧ୍ୟବାଧକତାର କାହାଣୀକୁ ପୁସ୍ତକର ରୂପ ଦେବାକୁ ତାଙ୍କୁ ୬ ମାସ ଲାଗି ଯାଇଥିଲା। ୪ ମାସ ସେ କେବଳ ଲେଖିଥିଲେ। ତ୍ରୁଟି ସଂଶୋଧନ କରିବାକୁ ଆଉ ୨ ମାସ ନେଇଥିଲେ। ୪ ଥର ପ୍ରକାଶନ ସଂସ୍ଥା ନିକଟକୁ ଲେଖା ପଠାଇବା ପରେ ତାହାକୁ ପ୍ରକାଶ ପାଇଁ ଗ୍ରୀନ୍‌ ସିଗନାଲ ମିଳିଥିଲା ବୋଲି ପ୍ରଭୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବ ସତ୍ତ୍ୱେ ଜମୁଛି ବାଣ ବେପାର

ଅନୁଗୋଳ ଅଫିସ, ୨୪ା୧୦:ଦୀପାବଳିକୁ ନେଇ ଏଥର ବିପୁଳ ଉତ୍ସାହ। କରୋନା ପାଇଁ ଗତ ୨ ବର୍ଷ ଧରି କଟକଣା ମଧ୍ୟରେ ଏହି ଆଲୋକର ପର୍ବ ପାଳନ...

ଝରକା ତାଡ଼ି ଲକ୍ଷାଧିକ ଟଙ୍କା, ସୁନାଗହଣା ଚୋରି

ଅନୁଗୋଳ ଅଫିସ,୨୪।୬: ଅନୁଗୋଳ ଜିଲା ଶିମିଳିପଡ଼ା ଗ୍ରାମର ୨ଟି ଘରୁ ମଙ୍ଗଗଳବାର ବିଳମ୍ବତ ରାତିରେ ଚୋରି ହୋଇଥିଲା। ଏ ନେଇ ବୁଧବାର ସକାଳେ ୨ଘର ମାଲିକ...

ହାତବାନ୍ଧି ବସିଛନ୍ତି ବଇଣ୍ଡା ବ୍ୟବସାୟୀ

ବଇଣ୍ଡା,୧୮।୫(ଡି.ଏନ.ଏ.) – ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୪ ବର୍ଷ ତଳେ ହୋଇଥିଲା ଉଚ୍ଛେଦ କାର୍ଯ୍ୟ। ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା...

ରୋଷେଇ ନିଆଁରୁ ଘର ଜଳିଗଲା

କଣିହାଁ, ୧୭ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ କମରେଇ ପଞ୍ଚାୟତ ଜୁଲିବନ୍ଧ ଗ୍ରାମରେ ଅଗ୍ନିକାଣ୍ଡରେ ଚିତ୍ରା ସାହୁଙ୍କ ଚାଳଘର ସମ୍ପୂର୍ଣ୍ଣ ଜଳିଯାଇଛି । ଏଥିରେ ଘରେ...

ମାଛ ଭାଗବଣ୍ଟାକୁ ନେଇ ଅସନ୍ତୋଷ, ପୋଖରୀ କୂଳରେ ପଡ଼ିରହିଲା ୫୦ କିଲୋ ମାଛ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା କୋରଡା ଗ୍ରାମରେ ବଡ଼ବନ୍ଧ ପୋଖରୀ ମାଛ ଭାଗବଣ୍ଟାକୁ କେନ୍ଦ୍ରକରି ରବିବାର ତୀବ୍ର ଅସନ୍ତୋଷ ଦେଖାଦେଇଛି। ଫଳରେ ବଡବନ୍ଧ ପୋଖରୀ...

ଭୁଶୁଡ଼ିଲା ସ୍କୁଲ ସଭାକକ୍ଷ

କଣିହାଁ, ୮ା୯(ଡି.ଏନ.ଏ.) – ଲଗାଣ ବର୍ଷା ଯୋଗୁ ଅନୁଗୋଳ ଜିଲା କଣିହାଁ ବ୍ଲକର ସର୍ବପୁରାତନ ପବିତ୍ରମୋହନ ହାଇସ୍କୁଲର ସଭାକକ୍ଷ କୋଠା ଶୁକ୍ରବାର ବିଳମ୍ବିତ ରାତିରେ ଭୁଶୁଡି...

ବୁଷ୍ଟର ଡୋଜ୍‌ ପ୍ରଦାନରେ ଅବ୍ୟବସ୍ଥା

ଅନୁଗୋଳ ଅଫିସ,୧୧।୧ କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ମାଡ଼ୁଥିବା ବେଳେ ସୋମବାରଠାରୁ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡ଼ିତଙ୍କୁ ବୁଷ୍ଟର...

ଅନୁଗୋଳରେ ସେକ୍ସ ର଼୍ୟାକେଟ୍‌ ଠାବ, ୫ ଗିରଫ

ଅନୁଗୋଳ ଅଫିସ/ବଅଁରପାଳ ୨୦।୮ ଅନୁଗୋଳ ଥାନା ଷ୍ଟେଶନ ରୋଡରେ ଥିବା ଏକ ଲଜ୍‌ରେ ଦେହ ବ୍ୟବସାୟ ଚାଲିଥିବା ବେଳେ ରବିବାର ରାତିରେ ଅନୁଗୋଳ ପୋଲିସ ଚଢ଼ାଉ...

Advertisement
Archives

Model This Week