ନିସ୍ତେଜ ହେଉଛି ନରହନ୍ତା ଦନ୍ତା

ବନ୍ତଳା/ତାଳଚେର,୧୯।୧(ନି.ପ୍ର.) – ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ କରିବା ସହ ୬ ଜଣଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତା ହାତୀକୁ ଶନିବାର ଟ୍ରାଙ୍କୁଲାଇଜ୍‌ କରୁଛି ବନ ବିଭାଗ। ସନ୍ଧ୍ୟାରୁ ବିଳମ୍ବିତ ରାତି ମଧ୍ୟରେ ୪ଥର ଟ୍ରାଙ୍କୁଲାଇଜ କରାଯାଇଛି। ରାତିରେ ଯଦି ହାତୀ ସମ୍ପୂର୍ଣ୍ଣ ନିସ୍ତେଜ ହୁଏ ତାହାକୁ ରବିବାର ସକାଳେ ଟ୍ରକ୍‌ରେ ଲଦି ଢେଙ୍କାନାଳର କପିଳାସ ଚିଡ଼ିଆଖାନାକୁ ନିଆଯିବ ବୋଲି ସୂଚନା ମିଳିଛି।
ତାଳଚେର ରେଞ୍ଜ ଅଞ୍ଚଳରେ ଦୁଇଦିନ ହେଲା ଜଗି ରହିଥିବା ବନ ବିଭାଗର ଅଫିସର ଓ କର୍ମଚାରୀମାନେ ଶନିବାର ଅପରାହ୍ନରେ ଖୋଲା ଜାଗାରେ ଦନ୍ତା ବୁଲୁଥିବା ଦେଖିଥିଲେ। ଫଳରେ ସୁବିଧା ଦେଖି ରାତି ପ୍ରାୟ ୭ଟାରେ ଡେରା ଅନନ୍ତ ପି.ଓ. ଅଫିସ ସମ୍ମୁଖରେ ଟ୍ରାଙ୍କୁଲାଇଜ୍‌ କରିଥିଲେ। ପ୍ରଥମ ଡୋଜ୍‌ କାମ ନ ଦେବାରୁ ୭ଟା ୪୫ରେ ପୁନର୍ବାର ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ଏହାପରେ ହାତୀଟି ବୁଦା ମଧ୍ୟରେ ଲୁଚି ରହିଥିଲା। ଦ୍ୱିତୀୟ ଡୋଜ୍‌ ଅଳ୍ପ କାମ କରିବାରୁ ରାତି ୮ଟା ୩୦ରେ ତୃତୀୟ ଡୋଜ୍‌ ଦିଆଯାଇଥିଲା। ଏହାପରେ ବିଳମ୍ବିତ ରାତିରେ ଆଉ ଏକ ଡୋଜ୍‌ ଦିଆଯାଇଥିଲା। ଫଳରେ ନରହନ୍ତା ହାତୀ ଧୀରେ ଧୀରେ ନିସ୍ତେଜ ହେଉଥିବା ବନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ରାତିରେ ଦନ୍ତା ନିସ୍ତେଜ ହୋଇଗଲେ ଏକ ସ୍ବତନ୍ତ୍ର ଟ୍ରକ୍‌ରେ ସୁରକ୍ଷା ମଧ୍ୟରେ କପିଳାସସ୍ଥିତ ଚିଡ଼ିଆଖାନାକୁ ନେବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଏହି ଅପରେଶନ୍‌ ଟିମ୍‌ରେ ଅନୁଗୋଳ ଡିଏଫ୍‌ଓ ଭି. କାର୍ତ୍ତିକ, ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର ସାହୁ, ସାତକୋଶିଆ ଏସିଏଫ୍‌ ସରୋଜ କୁମାର ପଣ୍ଡା, ନନ୍ଦନକାନନ ଟ୍ରାଙ୍କୁଲାଇଜ୍‌ ଟିମ୍‌, ଅନୁଗୋଳ ଡିଭିଜନ ଅଫିସର ପ୍ରୋବେଶନାଲ ଆଇଏଫ୍‌ଏସ୍‌ ସାଇକରଣ, ଏସିଏଫ୍‌ ବାସୁଦେବ ନାଏକ, ଏକ୍ସପର୍ଟ କମଳ ଲୋଚନ ପୁରୋହିତ, ଅନୁଗୋଳ ରେଞ୍ଜର ସତ୍ୟବ୍ରତ ପ୍ରଧାନ, ତାଳଚେର ରେଞ୍ଜର ହିମାନୀ ନାୟକ, ତାଳଚେର ଫରେଷ୍ଟର ଲିଜାଲିନ ସାହୁଙ୍କ ସମେତ କଣିହଁା, ଛେଣ୍ଡିପଦା ରେଞ୍ଜରଙ୍କ ସହ ପ୍ରାୟ ୪୦ କର୍ମଚାରୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ପାଠଶାଳାରେ ଗଛ ଚିହ୍ନିଲେ ପିଲା, ପରିବେଶ ସୁରକ୍ଷା ସହ…

ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ତିଲୋରୀ ପଞ୍ଚାୟତ ଦୁର୍ଗମ ଗଣ୍ଡିଗୁଡ଼ା ଗ୍ରାମରେ ଶିଶୁମାନଙ୍କର ଏକ ଦିବସୀୟ ପ୍ରକୃତି ପାଠଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ…

ପ୍ରସବ ଯନ୍ତ୍ରଣାରେ ଛଟପଟ ମା’: ଆମ୍ବୁଲାନ୍ସ ରେ ଜନ୍ମ ହେଲା ଛୁଆ, ସୁରକ୍ଷିତ ପ୍ରସବ କରାଇ ପ୍ରଶଂସା ସାଉଁଟିଲେ…

ଦିଗପହଣ୍ଡି,୨୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜନଜାତି ବହୁଳ ଟି. ଗୋବିନ୍ଦପୁର ପଞ୍ଚାୟତ ଗୁହାରିଖୋଲ ଗାଁ ର ଲକ୍ଷ୍ମଣ ଗମାଙ୍ଗଙ୍କ ଗର୍ଭବତୀ ସ୍ତ୍ରୀ  ସସ୍ମିତା…

Iran US Talk in Switzerland:ଆମେରିକା ସହ ନା ହାତ ମିଳାଇଲା ନା ଫଟୋ ଉଠାଇଲା, ଆଲୋଚନା ଟେବୁଲରେ ବି ମତ ପରିବର୍ତ୍ତନ କଲା ନାହିଁ ଇରାନ

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଇରାନ ଏବଂ ଆମେରିକା ମଧ୍ୟରେ ରବିବାର (ଜୁନ ୨୧, ୨୦୨୬)ରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଦେଖାଯାଇଥିଲା।…

ସରିଲା ଛୁଟି, କେଭିରେ ଆରମ୍ଭ ହେଲା +୨ ପାଠପଢ଼ା

ଭଞ୍ଜନଗର,୨୨ା୬(ବାବୁଲା ପ୍ରଧାନ): ଗ୍ରୀଷ୍ମ ଛୁଟି ସରିବା ପରେ ସୋମବାରଠାରୁ ଗଞ୍ଜାମ ଜିଲାର ସମସ୍ତ ବିଦ୍ୟାଳୟ ଖୋଲିଛି। ଛାତ୍ରୀଛାତ୍ର ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟକୁ ଆସିଛନ୍ତି। ଅନ୍ୟପଟେ ଚଳିତ ବର୍ଷ…

ପିତୃ ଦିବସରେ ବାପାଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଏହି କ୍ରିକେଟର, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୬: ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଏହି ଗସ୍ତ ସମୟରେ, ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ପାଞ୍ଚଟି ଟି-୨୦ ମ୍ୟାଚ…

ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହେବା ପରେ ସମାଲୋଚକମାନଙ୍କୁ କଡ଼ା ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୨।୬: ଶ୍ରୀଲଙ୍କା ଏ’କୁ ପରାସ୍ତ କରିବା ପରେ ‘ପ୍ଲେୟାର ଅଫ ଦି ମ୍ୟାଚ’ ବିବେଚିତ ବୈଭବ ସୂର୍ଯ୍ୟବଂଶୀ କହିଛନ୍ତି ଯେ ସେ ପ୍ରଥମ ୧୦ ଓଭରର ଫାଇଦା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ କତାର ଗ୍ୟାସ ଟର୍ମିନାଲରେ ବଡ଼ ବିସ୍ଫୋରଣ; ୫୪ ଜଣ ଆହତ, ୧୮ ନିଖୋଜ

ଦୋହା,୨୨।୬: ରବିବାର ରାତିରେ (ଜୁନ ୨୧) କତାରର ରାସ ଲାଫାନରେ ଏକ ପ୍ରମୁଖ ପ୍ରାକୃତିକ ଗ୍ୟାସ ରପ୍ତାନି ଟର୍ମିନାଲରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଇରାନ ଦ୍ୱାରା…

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri