ନିଲାମ ଘାଟରୁ ବେଆଇନ ବାଲି ଚାଲାଣ

ରସୁଲପୁର,୧୧।୧୦(ଡି.ଏନ୍‌.ଏ.): ରସୁଲପୁର ତହସିଲ ଅଧିନରେ ଥିବା ବ୍ରାହ୍ମଣୀ ନଦୀର ଅଧିକାଂଶ ନିଲାମ ବାଲି ଘାଟରେ ପାଣି ପଶିି ଯାଇଛି। ତେଣୁ ବାଲି ଉତ୍ତୋଳନ ଓ ପରିବହନ ସାମୟିକ ବନ୍ଦ ରହିଛି। ଏହି ସୁଯୋଗରେ ବାଲି ମାଫିଆମାନେ ନଦୀ ଗର୍ଭରେ ଥିବା ଉଚ୍ଚା ଓ କୁଦ ସ୍ଥାନକୁ ଟାର୍ଗେଟ କରିଛନ୍ତି। ବିଶେଷକରି ରସୁଲପୁର ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତର ବ୍ରାହ୍ମଣୀ ନଦୀରେ ଚାଲିଥିବା ରଣେଶ୍ୱରୀ ନିଲାମ ବାଲିଘାଟରୁ ବେଆଇନ ଭାବରେ ବାଲି ପରିବହନ ହେଉଥିବା ଅଭିଯୋଗ ହେଉଛି। ଆଉ ଏହି ଘାଟରୁ ଉଠାଯାଇଥିବା ଫଟୋରୁ ଅଭିଯୋଗର ସତ୍ୟତା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଯାଉଛି। ଲିଜ୍‌ଧାରୀ ଘାଟ ପରିଚାଳନାରେ ଆଇନକୁ ଖୋଲାଖୋଲି ଭାବରେ ଊଲ୍ଲଂଘନ କରୁଛନ୍ତି। ଏଠାରେ ବାଲି ଉତ୍ତୋଳନକାରୀମାନେ ଆବଶ୍ୟକ ଠାରୁ ଅଧିକ, ଅନୁମତି ନ ଥିବା ଯନ୍ତ୍ରାଂଶ ଓ ଭାରିଯାନ ସବୁ ବ୍ୟବହାର କରି ବାଲି ଉତ୍ତୋଳନ କରୁଛନ୍ତି। ଏଦିଗରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁ ନ ଥିବାରୁ ବାଲି ଚାଲାଣକାରୀମାନେ ମାଲେମାଲ ହେଉଥିବାବେଳେ ସରକାରୀ ରାଜସ୍ବ ଆଦାୟ ବାଟବଣା ହୋଇଯାଇଛି। ବେଆଇନ ବାଲି ଉତ୍ତୋଳନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି।
ଘଟଣାରୁ ପ୍ରକାଶ ଯେ, ୨୦୧୬-୧୭ ଆର୍ଥତ୍କ ବର୍ଷରେ ରସୁଲପୁର ତହସିଲ ପକ୍ଷରୁ ରଣେଶ୍ୱରୀ ଘାଟକୁ ନିଲାମ ଦିଆଯାଇଛି। ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ନିୟମ ଆଧାରରେ ବାଲି ଉତ୍ତୋଳନ କରିବାକୁ ନେଇ ଲିଜ୍‌ଧାରୀ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ବାଲି ପରିବହନରେ ଛୋଟ ଗାଡ଼ି ଯଥା ଟ୍ରାକ୍ଟର, ଟାଟା ଏସିଇ, ୪୦୭, ମିନିଟ୍ରକ ଆଦି ବ୍ୟବହାର କରାଯିବ ା ଉକ୍ତ ଗାଡ଼ିକୁ ବାଲି ବୋଝେଇ କରିବା ପାଇଁ ଶ୍ରମିକଙ୍କୁ ନିଯୁକ୍ତି ଦିଆଯିବ। ଏଦିଗରେ କୌଣସି ମେଶିନ ବ୍ୟବହାର କରାଯିବ ନାହିଁ। ଏପରି କି ଆବଶ୍ୟକତାଠାରୁ ଅଧିକ ଗଭୀର ପର୍ଯ୍ୟନ୍ତ ବାଲି ଖୋଳା ଯାଇପାରିବ ନାହିଁ। ମାତ୍ର ଏଠାରେ ଏସବୁ ନିୟମକୁ ଖୋଲାଖୋଲି ଭାବରେ ଊଲ୍ଲଂଘନ କରାଯାଉଛି। ଲିଜ୍‌ଧାରୀ ସ୍ଥାନୀୟ ଅଞ୍ଚଳର କେତେକ ମାଫିଆଙ୍କୁ ଢାଲକରି ବାଲିଘାଟରେ ବ୍ୟବହୃତ ଗାଡ଼ିକୁ ବାଲି ବୋଝେଇ କରିବା ପାଇଁ ଜେସିବି ମେଶିନ ବ୍ୟବହାର କରୁଛନ୍ତି। ଛୋଟ ଗାଡ଼ି ବଦଳରେ ହାଇୱା ଓ ୧୦ଚକିଆ ଟ୍ରକ ବ୍ୟବହାର କରୁଛନ୍ତି। ଆବଶ୍ୟକତାଠାରୁ ଅଧିକ ବାଲି ପରିବହନ କରୁଛନ୍ତି। ତହସିଲ ପକ୍ଷରୁ ଚିହ୍ନଟ କରାଯାଇଥିବା ଅଞ୍ଚଳକୁ ଛାଡ଼ିଦେଇ ଯଥେଷ୍ଟ ଅଧିକ ଅଞ୍ଚଳକୁ ଅକ୍ତିଆର କରି ବାଲି ଉଠାଯାଉଛି। ଭାରିଯାନ ଚଳାଚଳ ଦ୍ୱାରା ଗ୍ରାମ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି। ବଡ଼ ଗାଡ଼ିଗୁଡ଼ିକ ଗାଁ ରାସ୍ତାରେ ବେପରୁଆ ଭାବରେ ଗାଡ଼ି ଚାଳନା କରିବା ଦ୍ୱାରା ଧନ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଉକ୍ତ ବେଆଇନ ବାଲି ଚାଲାଣକୁ ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ତହସିଲଦାରଙ୍କୁ ଅବଗତ କରାଇଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇ ପାରି ନାହିଁ । ଏ ସମ୍ପର୍କରେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ପଚାରିବାରେ ସେ ଏସଂକ୍ରାନ୍ତରେ ତାଙ୍କ ନିକଟକୁ କେତେକ ଅଭିଯୋଗ ହୋଇଥିବା କଥାକୁ ସ୍ବୀକାର କରିବା ସହ ଘଟଣାସ୍ଥଳ ପରିଦର୍ଶନ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ

ଆର.ଉଦୟଗିରି,୧୩।୨(ଡି.ଏନ.ଏ.) ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ଗ୍ରାମର ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକଙ୍କ ୧ କୋଟି ୧୭ ଲକ୍ଷ ୫୭ହଜାର ୬୯୪ ଟଙ୍କାର...

ବିଶ୍ୱ ଦରବାରରେ ପହଞ୍ଚିବ କୋରାପୁଟ କଫି

କୋରାପୁଟ/ନବରଙ୍ଗପୁର, ୨୮ା୧୧(ସ୍ବ.ପ୍ର./ବି.ପ୍ର.): କୋରାପୁଟ ଓ ନବରଙ୍ଗପୁର ଜିଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଶନିବାରଠାରୁ ଆରମ୍ଭ ହୋଇଛି। ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ...

ବିଶ୍ୱବ୍ୟାଙ୍କ ଅନୁଦାନ ଅର୍ଥ ମିଳିବାରେ ବିଳମ୍ବ

ତିହିଡ଼ି, ୧୯।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧାସ୍ଥିତ ବିରଞ୍ଚିନାରାୟଣ ମାଧବ ଅର୍ଜୁନ(ବିଏନ୍‌ଏମ୍‌ଏ) କଲେଜର ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ...

କାର୍‌ରେ ମଦ ଚାଲାଣ, ୨ ଗିରଫ

କାମାକ୍ଷାନଗର, ୧୪।୬(ଡି.ଏନ୍‌.ଏ.)-କାର୍‌ରେ ମଦ ଚାଲାଣ କରୁଥିବାବେଳେ କାମାକ୍ଷାନଗର ପୋଲିସ ହାତରେ ଧରାପଡ଼ିଛନ୍ତି ୨ ଅଭିଯୁକ୍ତ। ସେମାନେ ହେଲେ ମାର୍ଥାପୁର ଗ୍ରାମର ଅନିଲ ମିଶ୍ର ଏବଂ ଡ୍ରାଇଭର...

ବିତରଣରେ ହେରଫେର ଅଭିଯୋଗ

ଅନୁଗୋଳ ଅଫିସ, ୧୯।୪ – ଅନୁଗୋଳ ଜିଲା ଛେଳିଆପଡ଼ାସ୍ଥିତ ଖାଉଟି ଦ୍ରବ୍ୟ ବିତରକ ଜନ୍ମେଜୟ ସାହୁ (ଡିଲର ନମ୍ବର- ୦୧୦୧ପି୦୬୦) ୩ ମାସର ରାଶନ ସାମଗ୍ରୀ...

ତହସିଲ ପକ୍ଷରୁ ଚଢାଉ: ୭ଟି ଗାଡ଼ି ଜବତ

ଧର୍ମଶାଳା,୪।୬(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲଦାର ଓ ଅତିରିକ୍ତ ତହସିଲଦାର ରବିବାର ଓ ସୋମବାର ରାସ୍ତାକାମ ପାଇଁ ବେଆଇନଭାବେ ମାଟି ଆଣୁଥିବା ୬ଟି ହାଇୱା, ଗୋଟିଏ ଟ୍ରାକ୍ଟର ଓ...

ଗ୍ରାହକ ସେବା କେନ୍ଦ୍ରରେ ଟଙ୍କା ଆତ୍ମସାତ୍‌ ଘଟଣା:ସିଏସ୍‌ପି ମୁଖ୍ୟ ଗିରଫ

ନୂଆପଡା ଅଫିସ,୧୭ା୮ ଏସ୍‌ବିଆଇର ଗ୍ରାହକ ସେବା କେନ୍ଦ୍ରରେ ଚଞ୍ଚକତା କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି ା ଗ୍ରାହକଙ୍କ ଏପରି ଅଭିଯୋଗ ପରେ ଜଣେ...

ଫୁଲବାଣୀରେ ୮, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ

ଫୁଲବାଣୀ ଅଫିସ/ ଦାରିଙ୍ଗବାଡି (ଡି.ଏନ୍‌.ଏ.) ୮ା୧୨-କନ୍ଧମାଳ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। ଗତ ୨ଦିନ ଧରି ଏହାର ପ୍ରକୋପ ବେଶ୍‌ ଅନୁଭୂତ ହେଉଛି। ବିଶେଷ...

Advertisement
Archives

Model This Week