Posted inଜାତୀୟ

ନିର୍ଭୟା ମାମଲା: ଜେଲ୍‌ ପ୍ରଶାସନଙ୍କୁ ରିପୋର୍ଟ ମାଗିଲେ କୋର୍ଟ

ନୂଆଦିଲ୍ଲୀ,୧୬।୧: ଦୀର୍ଘ ୭ ବର୍ଷ ତଳର ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଶୁଣାଣି କରି ଆଜି ଦିଲ୍ଲୀର ଏକ କୋର୍ଟ ତିହାର ଜେଲ୍‌ ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି। ଆସନ୍ତା ୨୨ରେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏ ସମ୍ପର୍କରେ ଜେଲ ପ୍ରଶାସନର ପ୍ରସ୍ତୁତିକୁ ନେଇ କୋର୍ଟ ରିପୋର୍ଟ ମାଗିଛନ୍ତି। ଏବେ ଏହି ମାମଲାର ଶୁଣାଣି ଶୁକ୍ରବାର କରାଯିବ ବୋଲି କୋର୍ଟ କହିଛନ୍ତି। ଅନ୍ୟପଟେ ମୁକେଶ କୁମାର ସିଂଙ୍କ କ୍ଷମା ଆବେଦନକୁ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବେଜଲ ଖାରଜ କରିଦେବା ପରେ ଏବେ ଏହାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିକଟକୁ ପଠାଇ ଦିଆଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଦେଖିବା ପରେ ଏହା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ଏପଟେ ଆଲୋଚନା ହେଉଛି କି ୨୨ ଜାନୁୟାରୀରେ ଏମାନଙ୍କୁ ଫାଶୀ ନ ହୋଇପାରେ। କାହିଁକିନା ଯଦି ଓ ୨/୩ ଦିନ ମଧ୍ୟରେ ଏମାନଙ୍କ କ୍ଷମା ଆବେଦନ ଖାରଜ ହୋଇଯାଏ ତା’ପରେ ଏମାନଙ୍କୁ ୧୪ ଦିନ ସମୟ ମିଳିବ। ଆଉ ଏହା ଆଇନ ଅନୁଯାୟୀ ୨୨ ତାରିଖ ଅତିକ୍ରମ କରିଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ଟିଏମ୍‌ସି ନେତା ଅଭିଷେକଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ପ୍ରଶାସନ

କୋଲକାତା,୧୮।୭: ଟିଏମ୍‌ସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକ ସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ଶନିବାର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ…

ଲଘୁଚାପ ବର୍ଷାରେ ବୁଡ଼ିଲା ବିଦ୍ୟାଳୟ, ଶ୍ରେଣୀ ଗୃହରେ ବିଷଧର ସାପ ପଶିବାରୁ ଆତଙ୍କ: ସାମ୍ନାକୁ ଆସିଲା ‘୫ଟି’ ରୂପାନ୍ତରୀକରଣର…

ଧାମନଗର, ୧୮।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ…

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

ନୂଆଦିଲ୍ଲୀ,୧୮।୭: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶନିବାର ଘୋଷଣା କରାଯାଇଛି। ରାଜ କୁମାର ରାଓ ଅଭିନୀତ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ମାମୁଟ୍ଟି…

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ

ବେଙ୍ଗାଲୁରୁ,୧୮।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ଶନିବାର ସନ୍ଧ୍ୟାରେ ବେଙ୍ଗାଲୁରୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ଅପରାହ୍ନ ୪ଟାରେ ତାଙ୍କର ହୃଦଘାତରେ…

କେସିଙ୍ଗାର ଜଣଙ୍କ ପରେ ଜଣେ ଝିଅ ଆଣୁଛନ୍ତି ସୁନାମ, ଏବେ ଅଞ୍ଚଳ ପାଇଁ ଗୌରବ ଆଣିଲେ ଅନିନ୍ଦିତା

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କିଛିଦିନ ତଳେ କେସିଙ୍ଗାର ଦୁଇ ଝିଅ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଜିଲା ତଥା ରାଜ୍ୟରେ ଚହଳ ପକାଇଥିବାବେଳେ ଆଉ ଜଣେ ଆସିଷ୍ଟାଣ୍ଟ ପ୍ରଫେସର…

Sonam Wangchuk: ଅନଶନରେ ବସିଥିବା ସୋନମ ୱାଙ୍ଗଚୁକ କିପରି ଟଙ୍କା ରୋଜଗାର କରନ୍ତି, ବର୍ତ୍ତମାନ ତାଙ୍କର ସମ୍ପତ୍ତି କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୭: ପରିବେଶ କର୍ମୀ, ଇଞ୍ଜିନିୟର ଏବଂ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ଜନ୍ତର ମନ୍ତରରେ ଅନଶନରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ପରେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri