ନିର୍ବାଚନ ପାଇଁ ପୋଲିସ କମିଶନରଙ୍କ ବୈଠକ: ଟ୍ବିନ୍‌ସିଟିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୨୧ା୪ (ବ୍ୟୁରୋ)- କଟକ ଓ ଭୁବନେଶ୍ୱରରେ ଶୃଙ୍ଖଳିତ ତଥା ସୁରକ୍ଷିତ ନିର୍ବାଚନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ପୋଲିସ ଜିଲାରେ ୫୦ ଓ କଟକରେ ୬୦ ମୋବାଇଲ୍‌ ପାର୍ଟି ଗଠନ କରାଯାଇଛି। ଗୋଟିଏ ମୋବାଇଲ୍‌ ପାର୍ଟି ଅଧୀନରେ ୧୨ ବୁଥ୍‌ ରହିଛି। ୧୦ ମୋବାଇଲ୍‌ ପାର୍ଟି ଦାୟିତ୍ୱରେ ଜଣେ ଏସ୍‌ପି ର଼୍ୟାଙ୍କର ଅଫିସର ରହିବେ। ପ୍ରତି ବୁଥ୍‌ରେ ଜଣେ ସେକ୍ଟର ଅଫିସର ରହିବେ। ସେହିଭଳି ଜୋନ୍‌ ସ୍ତରରେ  ଜୋନାଲ ଅଫିସର ରହିବେ। ଗୋଟିଏ ବିଧାନସଭା କ୍ଷେତ୍ର ପାଇଁ ଜଣେ ଡିସିପି ର଼୍ୟାଙ୍କ୍‌ର ଅଫିସର ଦାୟିତ୍ୱରେ ରହିବେ। ଅନ୍ୟପକ୍ଷରେ ସମ୍ବେଦନଶୀଳ ବୁଥ୍‌ରେ ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସ ରହିବେ। ସମୁଦାୟ ୬ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

ଶନିବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଆଲୋଚନା ଅନୁସାରେ, ବୁଥ୍‌ଗୁଡିକ ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀ ଶୀଘ୍ର କ୍ଷେତ୍ରସ୍ଥଳକୁ ଯିବେ। ଭୁବନେଶ୍ୱର ପୋଲିସ ଜିଲାରେ ୧୧୦୭ ବୁଥ୍‌ ମଧ୍ୟରୁ ୪୮୫ ସମ୍ବେଦନଶୀଳ। ଏଥିପାଇଁ ୨ଟି କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଛି। ସେହିଭଳି ୨୦ ଜଣ ପ୍ରଥମ ସେକ୍ଟର ଅଫିସର ଓ ୯୪ ଜଣ ଦ୍ୱିତୀୟ ସେକ୍ଟର ଅଫିସର ରହିଛନ୍ତି। ୧୧ଜଣ ଅତିରିକ୍ତ ଡିସିପି ର଼୍ୟାଙ୍କ୍‌ର ଅଫିସର ସୁପରିଭିଜନରେ ରହିବେ। ୧୪ ଫ୍ଲାଇଂ ସ୍କ୍ବାଡ୍‌ ଓ ୧୪ ଷ୍ଟାଟିକ୍‌ ସର୍ଭିିଲାନ୍ସ ଟିମ୍‌ ରହିବ।  ୬ଜଣ ଅତିରିକ୍ତ ଡିସିପି, ୩୩ଜଣ ଇନ୍ସପେକ୍ଟର, ୨୮୪ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୨୦୩ ଜଣ ହାବିଲଦାର, ୧୩୯୯ ଜଣ କନ୍‌ଷ୍ଟେବଳ, ୩୮୪ ଏପିଆର, ହୋମ୍‌ଗାର୍ଡ ୧୧୨୧ ଓ ୧୧ଜଣ ଜିଆର ନିୟୋଜିତ ରହିବେ।

କଟକ ପୋଲିସ ଜିଲା ଅଧୀନରେ ୭୦୯ ବୁଥ୍‌ ମଧ୍ୟରୁ ୨୫୩ ସମ୍ବେଦନଶୀଳ। ଏଥିପାଇଁ ୨ କଣ୍ଟ୍ରୋଲ ରୁମ୍‌ ଖୋଲିଥିବାବେଳେ ୧୪ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌,  ୭ ଷ୍ଟାଟିକ୍‌ ସର୍ଭିଲାନ୍ସ ଟିମ୍‌ ଗଠନ କରାଯାଇଥିବାବେଳେ ୧୭ଜଣ ସେକ୍ଟର ଅଫିସର ଓ ୧୮ଜଣ ସୁପରିଭିଜନ ଅଫିସର ରହିବେ। ସେହିଭଳି ୧୦ଜଣ ଡିଏସ୍‌ପି, ୨୪ଜଣ ଇନ୍ସପେକ୍ଟର, ୨୦୭ ଏସ୍‌ଆଇ/ଏଏସ୍‌ଆଇ, ୭୨ ଜଣ ହାବିଲଦାର, ୬୦୦ଜଣ କନଷ୍ଟେବଳ, ୨୫୩ଜଣ ଏପିଆର, ୩୫୦ ଜଣ ଓଏପିଏଫ୍‌, ୪୩୦ ହୋମ୍‌ଗାର୍ଡ ଏବଂ ୧୨୪ ଜଣ ଜିଆର୍‌ ନିୟୋଜିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା

ଭୁବନେଶ୍ୱର,୧୫।୫: ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଓଡ଼ିଶା ସରକାର ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ...

ଷ୍ଟିଲ କମ୍ପାନୀ ଗୁଡିକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫ା୫: ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ମୋ’ ସରଳତାକୁ ଦୁର୍ବଳତା ଭାବନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୫: ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ, ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି...

ମୋ’ ଝିଅକୁ ପୁରୁଷ ବନ୍ଧୁ ଠେଲି ମାରିଦେଇଛନ୍ତି, ଏମିତି ଅଭିଯୋଗ ଆଣିଲେ ମା’

ଭୁବନେଶ୍ୱର,୧୫ା୫: ଭୁବନେଶ୍ୱରସ୍ଥିତ ଖଣ୍ଡଗିରି-ଜାଗମରା ପଞ୍ଚସଖା ନଗରରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଏଠାରେ ଥିବା ଏକ ଓୟୋ ହୋଟେଲ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ...

ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ଇସ୍ତଫା ଦେଲେ ମୁନା ଖାନ୍‌, ଜଣାପଡିଲା ବଡ଼ କାରଣ…

ଭୁବନେଶ୍ୱର,୧୫।୫: ଇସ୍ତଫା ଦେଲେ ମୁନା ଖାନ୍‌! ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି...

ପ୍ରଧାନଶିକ୍ଷକ, ଶିକ୍ଷକଙ୍କ ବଦଳି ପାଇଁ ଆଜିଠୁ ଆବେଦନ

ଭୁବନେଶ୍ୱର,୧୫ା୫(ସୁଚିସ୍ମିତା ସାହୁ): ୨୦୨୫-୨୬ ଶିକ୍ଷାବର୍ଷ ଲାଗି ସରକାରୀ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ବଦଳି ଆବେଦନ ଗୁରୁବାରଠାରୁ ଆରମ୍ଭ ହେବ। ଏନେଇ...

୯୭ କୋଟି ଅନୁମୋଦନ କଲେ ରାଜ୍ୟ ସରକାର, ଏହି ଜିଲାରେ ନିର୍ମାଣ ହେବ ବ୍ୟାରେଜ

ଭୁବନେଶ୍ୱର,୧୪।୫: ଓଡ଼ିଶା ସରକାର ରାଜ୍ୟରେ ଜଳସେଚନ ତଥା ଶିଳ୍ପ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ...

ନିଯୁକ୍ତିରେ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ଆସିଲା ନୂଆ ନିୟମାବଳୀ

ଭୁବନେଶ୍ୱର,୧୪।୫: ରାଜ୍ୟ ପରିବହନ ପ୍ରାକରଣ (STA) ଅଧୀନରେ ଥିବା ସବ୍-ଇନ୍ସପେକ୍ଟର ଟ୍ରାଫିକ୍ -2021 ଏବଂ ଏକ୍ସାଇଜ୍ କମିଶନରଙ୍କ ଅଧୀନ ଥିବା ଇନ୍ସପେକ୍ଟର ଏକ୍ସାଇଜ୍ ଭଳି ପୋଷ୍ଟଗୁଡିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri