Posted inଖେଳ

ନିଜର ସମସ୍ତ ହୋଟେଲକୁ ମେଡିକାଲରେ ବଦଳିବେ ରୋନାଲ୍ଡୋ

ଲିସବନ,୧୬।୩- ବିଶ୍ୱକୁ ଘାରି ଥିବା କରୋନା ଭାଇରସ ସହ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛନ୍ତି ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ। ନିଜର ସମସ୍ତ ହୋଟେଲକୁ ମେଡିକାଲରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି ରୋନାଲ୍ଡୋ। ସେଥିରେ କରୋନା ଅକ୍ରାନ୍ତଙ୍କ ଚିକିତ୍ସା କରାଯିବ। ମାଗଣାରେ ଏହି ସୁବିଧା ପ୍ରଦାନ କରାଯିବ ବୋଲି ସ୍ପାନିଶ ଖବରକାଗଜ ମାର୍କାର ଏକ ରିପୋର୍ଟରେ ପ୍ରକାଶ ପାଇଛି। ମେଡିକାଲର କର୍ମକର୍ତ୍ତା ଓ ଡାକ୍ତରଙ୍କ ଦରମା ଲାଗି ଜୁଭେଣ୍ଟସ ଷ୍ଟାର ଖର୍ଚ୍ଚ କରିବେ। ସ୍ପେନର ଅଗ୍ରଣୀ ଖବରକାଗଜ ଏହି ଖବର ପ୍ରକାଶ କରିଥିବାବେଳେ ପର୍ତ୍ତୁଗାଲ ଜର୍ନାଲିଷ୍ଟ ଫିଲିପେ କାଟାନୋ ଏହାକୁ ଉଡା ଖବର ବୋଲି କହିଛନ୍ତି। ନିକଟରେ ରୋନାଲ୍ଡୋ ନିଜ ଫ୍ୟାନ ଓ ଜନସାଧାରଣଙ୍କ ଲାଗି ଏକ ଭାବବିହ୍ବଳ ବାର୍ତ୍ତା ଦେଇଥିଲେ। ସେଥିରେ ସେ ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ (ଡବ୍ଲୁଏଚ୍‌ଓ) ଦ୍ୱାରା ଜାରି ନିୟମକୁ ମାନିବାକୁ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ, ଜୁଭେଣ୍ଟସ ଦଳର ଜଣେ ଖେଳାଳି କରୋନାରେ ପୀଡ଼ିତ ଥିବା ରିପୋର୍ଟ ଆସିବା ପରେ ରୋନାଲ୍ଡୋଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଏବେ ଦଳର ୧୧ ଜଣଙ୍କ ସ୍ବାବ ରିପୋର୍ଟ ପଜେଟିଭ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାହାଣୀ କପ୍‌ ଫୁଟ୍‌ବଲ : ରାଉରକେଲା, ଦେବଗଡ଼, ଭୁବନେଶ୍ୱର, ବାଲେଶ୍ୱର ବିଜୟୀ

କଟକ ଅଫିସ, ୭ା୧୨- ବରଗଡ଼ ଓ ଢେଙ୍କାନାଳରେ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ଚାଲିଥିବା ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ ଚାମ୍ପିୟନଶିପ...

ଏଟିପି ଫାଇନାଲ୍ସ: ସେମିଫାଇନାଲରେ ସିତ୍‌ସିପାସ

ଲଣ୍ଡନ, ୧୪।୧୧ (ଏଏଫ୍‌ପି)- ଗ୍ରାଣ୍ଡସ୍ଲାମ ପରେ ବର୍ଷର ଦ୍ୱିତୀୟ ଶ୍ରେଷ୍ଠ ଟେନିସ ପ୍ରତିଯୋଗିତା ଏଟିପି ଫାଇନାଲ୍ସରେ ଗ୍ରୀକର ଷ୍ଟିଫାନୋସ ସିତ୍‌ସିପାସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି...

ଅଟୋ ଚଳାଇ ପୁଅକୁ କ୍ରିକେଟର କରିଥିଲେ ମୋହମ୍ମଦ ଗୌସ: ଟେଷ୍ଟରେ ଡେବ୍ୟୁ ଦେଖିବା ପୂର୍ବରୁ ନିଧନ

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଦ୍ରୁତ ବୋଲର ମୋହମ୍ମଦ ସିରାଜଙ୍କ ବାପା ମୋହମ୍ମଦ ଗୌସଙ୍କ ଶୁକ୍ରବାର ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ସେ...

ଇଂଲଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ

ଲଣ୍ଡନ,୧୮ା୮(ଏଏଫ୍‌ପି)-ଚଳିତ ଆଶେସ ସିରିଜରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ସ୍ଥାନୀୟ ଲଡର୍‌ସଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ...

କୋଭିଡ-୧୯: ୨୦ ଲକ୍ଷ ଟଙ୍କା ସଂଗ୍ରହ କଲା ଭାରତୀୟ ମହିଳା ହକି ଦଳ

ବେଙ୍ଗାଲୁରୁ,୪।୫(ପି.ଟି.): କୋଭିଡ-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତୀୟ ମହିଳା ହକି ଦଳ ୨୦ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ...

ଭାରତର ପରାଜୟ ପରେ ଉପଅଧିନାୟକଙ୍କ ଅଜବ ମନ୍ତବ୍ୟ

ସିଡନୀ,୩୦।୧୧: ଅଷ୍ଟ୍ରେଲିଆଠାରୁ କ୍ରମାଗତ ଦୁଇଟି ମ୍ୟାଚ ପରାସ୍ତ ହୋଇ ଭାରତୀୟ ଦଳ ସିରିଜ୍‌ ୨-୦ରେ ହାରିଛି । ଏବେ ଡିସେମ୍ବର ୨ରେ ସେ ସମ୍ମାନ ବଞ୍ଚାଇବା...

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପାକ୍‌ ଦଳରୁ ବାଦ୍‌ ପଡ଼ିଲେ ଆସାଦ, ଆମୀର, ମଲିକ

କରାଚୀ,୧୨।୧୧: ଆଗାମୀ ନୁଜିଲାଣ୍ଡ ଗସ୍ତ ପାଇଁ ପାକିସ୍ତାନ ଏକ ୩୫ ଜଣିଆ ଯୁବ ଦଳ ଘୋଷଣା କରିଛି। ୩ଟି ଯାକ ଫର୍ମାଟ ପାଇଁ ବାବର ଆଜମଙ୍କୁ...

ବିଶ୍ୱ ଜୁନିୟର ସ୍ପ୍ରିଣ୍ଟ୍‌ କୁଇନ୍‌ ଡୋପ୍‌ ଟେଷ୍ଟରେ ବିଫଳ

କିଙ୍ଗ୍‌ଷ୍ଟନ,୨୯।୮(ଏଏଫ୍‌ପି)- ଦୁଇଥର ୨୦ ବର୍ଷରୁ କମ୍‌ ବିଶ୍ୱ ସ୍ପ୍ରିଣ୍ଟି ଟାଇଟଲ ହାସଲ କରିଥିବା ଜାମାଇକାର ବ୍ରିଆନା ଓ୍ବିଲିୟମ୍ସ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ନିଷିଦ୍ଧ ଡିୟୁରେଟିକ୍‌...


Coronavirus Update

Archives

Model This Week

Why Dharitri