Posted inଜାତୀୟ

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ଡିସିପି

ଫରିଦାବାଦ୍‌,୧୪।୮: ହରିୟାଣାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଫରିଦାବାଦର ଡେପୁଟୀ କମିଶନର ଅଫ୍‌ ପୋଲିସ୍‌(ଡିସିପି) ବିକ୍ରମ କପୁର ବୁଧବାର ସକାଳୁ ନିଜ ବାସଭବନରେ ଗୁଳିମାରି ଆତ୍ମହତ୍ୟା କରିଛନ୍ତି। ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡିନାହିଁ। ସୂନଚାଯୋଗ୍ୟ, ବିକ୍ରମ ନିଜ ପରିବାର ସହ ପୋଲିସ କଲୋନୀରେ ରହୁଥିଲେ। ତାଙ୍କ ସ୍ତ୍ରୀ ଗାଧୁ ଘରେ ଥିବାବେଳେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ହଠାତ୍‌ ଏକ ପାଟି ଶୁଣି ସେ ବାହାରକୁ ଆସି ଦେଖିଲାବେଳେକୁ ବିକ୍ରମଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ତାଙ୍କ ଆତ୍ମହତ୍ୟା ଖବର ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନିକଟରେ ବିକ୍ରମ ଆଇପିଏସ୍‌ ପାହ୍ୟାକୁ ପଦୋନ୍ନତି ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନ ଅନୁସାରେ ମହାତ୍ମା ନୁହଁନ୍ତି ଜାତିର ପିତା: ସମ୍ବିଧାନର ଅନୁଚ୍ଛେଦ ୧୮(୧) ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଲା ସୂଚନା

ନୂଆଦିଲ୍ଲୀ,୨୬।୯: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ଜାତିର ପିତା ବୋଲି କହିଛନ୍ତି। ଏହାକୁ କଂଗ୍ରେସ ନେତା ନାପସନ୍ଦ କରିଛନ୍ତି।...

କରୋନା ଆରୋଗ୍ୟ ହାର ୨୫.୧୯%

ନୂଆଦିଲ୍ଲୀ,୧।୫: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ କରିଥିବାବେଳେ ଆରୋଗ୍ୟ ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୧୪ ଦିନ ତଳେ ଆରୋଗ୍ୟ ହାର...

ଏନ୍‌ପିଆର୍‌, ଜନଗଣନା ସ୍ଥଗିତ

ନୂଆଦିଲ୍ଲୀ,୨୬ା୩(ପି.ଟି.) : ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଯୋଗୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ପିଆର୍‌) ଏବଂ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଏହି...

ପୃଥିବୀର ଉଚ୍ଚତମ ବ୍ରିଜ୍‌ ଟାଓ୍ବାର: ଉଚ୍ଚତା ୧୧୦ ମହଲା କୋଠା ସଦୃଶ

ବେଜିଂ, ୩୧।୧୨: ଚାଇନାର ଦକ୍ଷିଣ-ପଶ୍ଚିମ ଗିୟାଝୋଇ ପ୍ରାନ୍ତରେ ଥିବା ପିଙ୍ଗ୍‌ଟାଙ୍ଗ୍‌ ବ୍ରିଜ୍‌ ଟାଓ୍ବାରକୁ ମଙ୍ଗଳବାର ଲୋକାର୍ପିତ କରାଯାଇଛି। ଦୁଇ ପାହାଡ଼ ମଧ୍ୟରେ ଥିବା ଏହି ୨୧୩୫...

ଗୋଆରେ ଲାଗିବ ମାରାଡୋନାଙ୍କ ବିଶାଳ ପ୍ରତିମା

ପଣଜୀ,୨୬।୧୧: ଆର୍ଜେଣ୍ଟିନାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିରେ ଏକ ବିଶାଳ ପ୍ରତିମା ସ୍ଥାପନ କରିବେ ବୋଲି...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି

ଲକ୍ଷ୍ନୌ,୨୦।୩: ଭାରତରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ଏହି ମହାମାରୀ ଦେଶର ୧୯ଟି ରାଜ୍ୟରେ ବ୍ୟାପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ...

ପଦ୍ମ ଧରିଲେ ସାଇନା ନେହଓ୍ବାଲ

ନୂଆଦିଲ୍ଲୀ, ୨୯।୧: ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ବୁଧବାର ଭଉଣୀ ଚନ୍ଦ୍ରାଂଶୁ ନେହଓ୍ବାଲଙ୍କ ସହ ଭାଜପାରେ ଯୋଗଦେଇଛନ୍ତି। ଭାଜପାର ଦିଲ୍ଲୀ କାର୍ଯ୍ୟାଳୟଠାରେ ଦଳର...

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଉତ୍ସବ ମନା

ନୂଆଦିଲ୍ଲୀ,୭।୧୦: କରୋନା ଯୋଗୁ କେତେକ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏ ସବୁ ଜୋନ୍‌ରେ କୌଣସି ଉତ୍ସବ କାର୍ଯ୍ୟକ୍ରମ କରାଯାଇପାରବ ନାହିଁ ବୋଲି...


Coronavirus Update

Archives

Model This Week

Why Dharitri