Posted inଜାତୀୟ

ନିଖୋଜ ବିମାନକୁ ଖୋଜିବେ ପର୍ବତାରୋହୀ

ଗୁଆହାଟି,୧୦।୬: ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ ନିଖୋଜ ହେବାର ୮ ଦିନ ବିତିଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ତା’ର ପତ୍ତା ମିଳିପାରିନାହିଁ। ସୋମବାର ପାଗ ଖରାପ ଥିବାରୁ ସର୍ଚ୍ଚ ଅପରେସନ୍‌ରେ ବାଧା ସୃଷ୍ଟି ହୋଇଛି। ଅପରପକ୍ଷରେ ନିଖୋଜ ବିମାନକୁ ଖୋଜିବା ପାଇଁ ଏବେ ସର୍ଚ୍ଚ ଅପରେସନ୍‌ରେ ସାମିଲ ହୋଇଛନ୍ତି ପର୍ବତାରୋହୀ। ପର୍ବତାରୋହୀଙ୍କ ୭ ଜଣିଆ ଦଳ ବିମାନର ପତ୍ତା ଲଗାଇବେ ବୋଲି ଜଣାପଡ଼ିଛି। ଏହି ସଦସ୍ୟଙ୍କ ଭିତରେ ୨ଜଣ ମାଉଣ୍ଟ ଏଭରେଷ୍ଟ ଚଢ଼ାଳି ରହିଛନ୍ତି। ରବିବାର ସକାଳ ୬ଟାରୁ ସେମାନେ ସର୍ଚ୍ଚ ଅପରେସନ୍‌ରେ ଲାଗି ପଡ଼ିଛନ୍ତି। ଯେଉଁ ଯେଉଁ ସ୍ଥାନରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ରହିଛି ସେହିଗୁଡ଼ିକ ସ୍ଥାନରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଛି। ଅରୁଣାଞ୍ଚଳ ପ୍ରଦେଶ ସିୟାଙ୍ଗ ଜିଲାର ପାୟୁମ ସର୍କଲରେ ଥିବା ଘନ ଜଙ୍ଗଲ ଓ କାୟିଙ୍ଗ ସର୍କଲରେ ପର୍ବତାରୋହୀମାନେ ନିଖୋଜ ବିମାନକୁ ଖୋଜିବାରେ ଲାଗିପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ,୧୪।୯-ପୁଣି ଥରେ ଜେଡିୟୁର ହରିବଂଶ ନାରାୟଣ ସିଂ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ସୋମବାର ନିର୍ବାଚିତ ହୋଇଛନ୍ତି। ମୌଖିକ ଭୋଟରେ ହରିବଂଶ ନାରାୟଣଙ୍କୁ ନିର୍ବାଚିତ କରାଯାଇଛି। ହରିବଂଶ...

ସବ୍‌କା ସାଥ୍‌-ସବ୍‌କା ବିକାଶ-ସବ୍‌କା ବିଶ୍ୱାସ ସହିତ ସବ୍‌କା ପ୍ରୟାସ ମଧ୍ୟ ଜରୁରୀ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮: ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ସହିତ ସବ୍‌କା ପ୍ରୟାସ ମଧ୍ୟ ଜରୁରୀ ବୋଲି ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ...

ସଲମାନ୍‌ଙ୍କ ବିରୋଧରେ ମାମଲା

ମୁମ୍ବାଇ,୨୬ା୬(ପି.ଟି.): ମୁମ୍ବାଇର ଜଣେ ଖବରଦାତା ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିଛନ୍ତି। ଜେକେ ନ୍ୟୁଜ୍‌ ଚ୍ୟାନେଲ୍‌ର ମହାରାଷ୍ଟ୍ର ମୁଖ୍ୟ ଅଶୋକ...

ଦେବୀ ସୀତାଙ୍କ ଉପରେ ଅପମାନଜନକ ଟିପ୍ପଣି ଦେଇ ଅଡୁଆରେ ଟିଏମ୍‌ସି ଏମ୍‌ପି

କୋଲକାତା,୧୧ ।୧: ପଶ୍ଚିମବଙ୍ଗରେ ଦେବୀ ସୀତାଙ୍କୁ ନେଇ ତ୍ରୁଣମୂଳ କଂଗ୍ରେସର ଏମ୍‌ପି କଲ୍ୟାଣ ବାନାର୍ଜୀ ଏକ ଅପମାନ ଜନକ ଟିପ୍ପଣି ଦେଇଛନ୍ତି । ଏହାପରେ ଏବେ...

ହାଇଓ୍ବେରେ ଓଲଟିଲା ଖାଇବା ତେଲ ବୋଝେଇ ଟ୍ୟାଙ୍କର୍‌ , ବାସନ କୁସନରେ ବୋହି ନେଲେ ଲୋକେ…

ପାଲଘର, ୨୨।୫ : ମହାରାଷ୍ଟ୍ରର ବ୍ୟସ୍ତବହୁଳ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଖାଇବା ତେଲ ନେଇଥିବା ଏକ ଟ୍ୟାଙ୍କର୍‌ ଓଲଟି ପଡିଥିଲା। ଯେଉଁଥିପାଇଁ ପ୍ରାୟ ତିନି ଘଣ୍ଟା ଧରି...

ଅନ୍‌ଲକ୍‌-୪: ମେଟ୍ରୋ ଚାଲିବା-ବାର୍‌ ଖୋଲିବା ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ, ୨୫।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସେପ୍ଟେମ୍ବର ୧ରୁ ଅନ୍‌ଲକ୍‌-୪ କାର୍ଯ୍ୟକାରୀ ହେବ। ଅନ୍‌ଲକ୍‌-୪ରେ ମେଟ୍ରୋ ଚଳାଚଳ ଏବଂ ବାର୍‌ ଖୋଲିବା...

୨ ସପ୍ତାହ ମଧ୍ୟରେ କର ପୌର ପରିଷଦ ନିର୍ବାଚନ ଘୋଷଣା, ରାଜ୍ୟ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ…

ନୂଆଦିଲ୍ଲୀ, ୪।୫ : ମହାରାଷ୍ଟ୍ରରେ ସ୍ଥାନୀୟ ପୌର ପରିଷଦ ନିର୍ବାଚନକୁ ନେଇ ରାଜ୍ୟ ସରକାର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆସନ୍ତା ୨ ସପ୍ତାହ...

ଦାମ୍‌ ବଢ଼ିଲା, ଚାହିଦା କମିଲା, ୧୫ ଦିନରେ ୧୦ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ, ୧୬।୪ : ଦେଶରେ ପେଟ୍ରୋଲ ଡିଜେଲ ଦାମ୍‌ରେ ଲଗାତାର ବୃଦ୍ଧି ଜାରି ରହିଛି। ଦାମ୍‌ ବଢ଼ିବା ଯୋଗୁ ଗତ ୧୫ ଦିନ ମଧ୍ୟରେ ଦେଶରେ...

Advertisement
Archives

Model This Week