ନିଆରା ରଜପାନ

ରଜପାନର ସ୍ବାଦ ସତରେ ନିଆରା। ଏହି ପର୍ବରେ ଭଳିକି ଭଳି ଭିନ୍ନ ସ୍ବାଦର ପାନ ଖୋର୍ଦ୍ଧା ଜିଲା ସାରୁଅ ବଜାରରେ ଗ୍ରାହକଙ୍କର ମନ ମୋହିଥାଏ। ଗୀତର ତାଳେ ତାଳେ ପାନ ଭଙ୍ଗାର ତରିକା ଗ୍ରାହକଙ୍କୁ ଦୋକାନୀ ପାଖକୁ ଟାଣି ଆଣିଥାଏ। ପୋଡ଼ପିଠାର ଚାହିଦା ପରି ପାନର ଚାହିଦା ବି ଏଠାରେ କମ୍‌ ନ ଥାଏ ।

ତ୍କଳୀୟ ସଂସ୍କୃତି ଓ ପରମ୍ପରାର ଗଣପର୍ବ ରଜ। ଗାଁଠାରୁ ସହର ଯାଏଁ ସବୁଠି ଲାଗି ରୁହେ ରଜରେ ମିଠାର ଅନୁଭୂତି। ଝିଅବୋହୂ ମିଳିତ ହୋଇ ପିଠାପଣା ଓ ରଜ ପାନ ଖାଇ ବିଭିନ୍ନ ପଲ୍ଲୀଗୀତ ଗାଇ ଦୋଳି ଖେଳି ରଜ ପାଳନ କରିଥାନ୍ତି। ତେବେ ରଜ ଅବସରରେ ଏବେ ପାନର ଚାହିଦା ବଢ଼ିବାରେ ଲାଗିଛି। ରଜ ପାନର ସ୍ବତନ୍ତ୍ରତା ରହୁଛି। ପାନ ଖାଇବା ଓ ନ ଖାଇବା ଲୋକ ମଧ୍ୟ ରଜ ପାନ ଖାଇ ମଜା ଉଠାଇଥାନ୍ତି। ପୂର୍ବେ ଘରେ, ଖଟିରେ ପାନ କେବଳ ଭଙ୍ଗାଯାଉଥିଲା। ଏବେ ରଜ ଆସିଲେ ଖୋର୍ଦ୍ଧା ନିକଟସ୍ଥ ସାରୁଅ ବଜାରରେ ପ୍ରାୟ ୨୫ ବର୍ଷ ଧରି ପସରା ପଡୁଛି। ସାରୁଅ ବଜାର ଦେଇ ଗଲାବେଳେ ପାନର ପସରା ଦେଖି ଗାଡି, ବାଇକ୍‌, ସାଇକେଲ ଓ ପାଦ ଚଲା ଲୋକ ଅଟକିଯାଏ ରଜ ପାନ କିଣିବା ପାଇଁ। ତେବେ ରଜ ବଜାରରେ ମିଠା ପାନର ଚାହିଦା ଅଧିକ ରହୁଛି। ସାରୁଅ ବଜାରରେ ଅକ୍ଷୟ ଭାଇନା, ମୂଷା ଭାଇନାଙ୍କ ପରି ୧୫ ଦୋକାନ ଗଢ଼ି ଉଠିଛି। ପୂର୍ବରୁ ଏଠାରେ ୭ଟି ପାନଦୋକାନ ଥିବାବେଳେ ରଜ ଉପଲକ୍ଷେ ନୂଆ ୮ଟି ଖୋଲିଛି। ସବୁ ବେଳେ ଏଠାରେ ମିଠାପତ୍ର ବନାରାସୀ ପାନ ବିକ୍ରି ହୁଏ। ତେବେ ରଜକୁ ଦୃଷ୍ଟିରେ ରଖି ଏଠାରେ ସ୍ବତନ୍ତ୍ର ଭାବେ ରଜପାନ ପ୍ରସ୍ତୁତ କରାଯାଏ। ଏଥିପାଇଁ ରଜର ୧୦ଦିନ ପୂର୍ବରୁ କଲିକତା ଯାଇ ମିଠା ପାନ ପତ୍ର ସାଙ୍ଗକୁ ମିଠା ପାନ ମସଲା ଆଣିବାକୁ ପଡିଥାଏ। ଦୋକାନ ଆଗରେ ଗୁଲକନ୍‌, ଚେରୀ, ଜେଲି ଆଦି ୮୦ ପ୍ରକାରର ମିଠା ମସଲା ସଜେଇ ହୋଇ ରହିଛି। ଗୋଟା ପାନରେ ଚନ୍ଦନ, ଧଳା ଖଇର ମାରି ଭଜା ଓ ପାତି ଗୁଆ, ଛୁଞ୍ଚି ଗୁଆ, ପ୍ରସାଦ, ନିଲମ, ଚଟଣୀ, ଲବଙ୍ଗ, ଗୁଜୁରାତି ଓ ହୀରାମୋତି ପରି ମସଲା ପଡୁଛି। ଲବଙ୍ଗ ପାନ, ତ୍ରିଭୁଜ ପାନ, ପୋଡପିଠା ପାନ, ଫାୟାର ପାନ ପରି ନଁା ଅନୁଯାୟୀ ଭିନ୍ନ ଭିନ୍ନ ମସଲା ପଡୁଛି। ସବୁ ପାନର ସ୍ବାଦ ମଧ୍ୟ ଅଲଗା। ଦୋକାନୀଙ୍କ ହାତକୁ ମଧ୍ୟ ଫୁରସତ ନ ଥାଏ। ବର୍ଷର ୪ ଦିନ ଏଠାରେ ରଜ ପାନ ମିଳିଥାଏ। ପ୍ରତି ବ୍ୟବସାୟୀ ରଜ ପାନରେ କେବଳ ୧୦ ହଜାରରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିଥାନ୍ତି। ଚଳିତବର୍ଷ ଭଲ ବ୍ୟବସାୟ ଆଶା ରଖି ପାନ ବିକ୍ରି ଆରମ୍ଭ ହୋଇଛି। ଖୋର୍ଦ୍ଧା ସହରର ଗୁରୁଜଙ୍ଗରେ ସନ୍ତୋଷ ପାଇକରାୟ, ଖୋର୍ଦ୍ଧା ବଜାର ଷ୍ଟେଟବ୍ୟାଙ୍କ ଛକ ଭରତ ପଟ୍ଟନାୟକ, ସମବାୟ ଛକରେ ସତ୍ୟନାରାୟଣ ସାହୁ, ଗାନ୍ଧୀ ମାର୍କେଟ ଛକରେ ଲୁନା ସାହୁ, ମ୍ୟୁନିସିପାଲିଟି ରୋଡ ରବି ଜେନାଙ୍କ ଦୋକାନରେ ରଜ ପାନ ମଧ୍ୟ ମିଳୁଛି।
ଲୋକନାଥ ମିଶ୍ର, ଖୋର୍ଦ୍ଧା


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୧ା୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ଭକ୍ତିମୟ ପରିବେଶ ସାଙ୍ଗକୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଉଠିଛି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି...

ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର, ୫।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ଲୋକସେବା ଭବନଠାରେ ଅନୁଷ୍ଠିତ...

ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ, ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ। ରେଳମନ୍ତ୍ରୀ ପୀୟୁଷ ଗୋଏଲ ଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମଙ୍ଗଳବାର ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ...

ଝରକା ଭାଙ୍ଗି ଲୁଟ୍‌ କଲେ; ଯିବା ବେଳେ ମୁଣ୍ଡିଆ ମାରିଲେ

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଘରେ ପଶି ଡକାୟତି କରିବା ପରେ ମୁଣ୍ଡିଆ ମାରି ଚର୍ଚ୍ଚାରେ ଲୁଟେରା। ଧଉଳି ଥାନା ନୂଆଗାଁର ବଳରାମ ବିହାରରେ ଦୁଇ ଦିନ...

ପିପିଲିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଭେଟି, ଘୋଷଣା କଲେ ୬୭.୬୮ କୋଟିର ପ୍ୟାକେଜ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ସହ...

୧୬ ରୁ ୧୮ ବର୍ଷା

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ତିନିଦିନ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ତାରିଖରେ ସମ୍ବଲପୁର, ନୂଆପଡ଼ା, ବରଗଡ଼, ଝରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ରେ...

ବିଳମ୍ବରେ ମହାଦୀପ ଉଠିବା ପ୍ରସଙ୍ଗ: ପକ୍ଷ ରଖିଲେ ସେବାୟତ

ପୁରୁଣା ଭୁବନେଶ୍ୱର,୨୮ା୨(ଡି.ଏନ୍‌.ଏ.):ଚଳିତବର୍ଷ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାରେ ରାତି ୧୦ଟାରେ ମହାଦୀପ ଉଠିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ୩ଘଣ୍ଟା...

ରାତ୍ରକାଳୀନ କର୍ଫ୍ୟୁରେ ହେବନି କୋହଳ: ରାଜ୍ୟରେ ସନ୍ଧ୍ୟା ୭ରୁ ସକାଳ ୭ ଯାଏ ବଳବତ୍ତର

ଭୁବନେଶ୍ୱର,୧ା୬(ବ୍ୟୁରୋ): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ଜୁନ୍‌...

Advertisement
Archives

Model This Week