Posted inଜାତୀୟ

ନିଆରା ଗୁରୁଦକ୍ଷିଣା: ଶିକ୍ଷୟିତ୍ରୀଙ୍କ ବିବାହରେ କନ୍ୟାଦାନ କଲେ ଛାତ୍ରୀଛାତ୍ର

ଯୋଧପୁର,୧୫।୧୨: ଗୁରୁଦକ୍ଷିଣା ଭାବେ ଛାତ୍ରୀଛାତ୍ରମାନେ ଶିକ୍ଷାଦାତାଙ୍କୁ ବିଭିନ୍ନ ଉପହାର ଦେଇଥାନ୍ତି। ଏହା ଭାରତୀୟ ସଂସ୍କୃତିରେ ବେଶ୍‌ ପ୍ରଚଳିତ। ରାଜସ୍ଥାନ ପାଲିସ୍ଥିତ ସୁନ୍ଦରନଗରଠାରେ ଥିବା ରାଜଶ୍ରୀ ସ୍କୁଲର ଛାତ୍ରୀଛାତ୍ର ସେମାନଙ୍କ ଶିକ୍ଷୟିତ୍ରୀଙ୍କୁ ଏକ ନିଆରା ଗୁରୁଦକ୍ଷିଣା ଦେଇଛନ୍ତି। ଶିକ୍ଷୟିତ୍ରୀ ହେମା ପ୍ରଜାପତଙ୍କର ମାତାପିତା ନାହାଁନ୍ତି। ତେଣୁ ତାଙ୍କ ବିବାହ ଅବସରରେ ସ୍କୁଲର ୧୨ ଶହ ଛାତ୍ରୀଛାତ୍ର ନିଜର ପକେଟ ଖର୍ଚ୍ଚ ସଂଗ୍ରହ କରି ଏକ ଲକ୍ଷ ୭୧ ହଜାର ଟଙ୍କା ଜମା କରିବା ସହିତ ହେମାଙ୍କ ବିବାହ କରାଇଛନ୍ତି। ଛାତ୍ରୀଛାତ୍ର ହେମାଙ୍କ କନ୍ୟାଦାନ ମଧ୍ୟ କରିଛନ୍ତି। ଛାତ୍ରୀଛାତ୍ରଙ୍କ ଏଭଳି କାର୍ଯ୍ୟରେ ସ୍କୁଲ ପ୍ରବନ୍ଧନ ସହାୟତା କରିଥିଲେ। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ହେମାଙ୍କୁ ୬ ମାସ ହୋଇଥିବାବେଳେ ତାଙ୍କର ପିତାଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୧୬ ବର୍ଷ ବୟସରେ ମାତା ଦୁନିଆ ଛାଡ଼ିଥିଲେ। ପାଠପଢ଼ିବା ପରେ ହେମା ରାଜଶ୍ରୀ ସ୍କୁଲରେ ଯୋଗଦେଇଥିଲେ। ସ୍କୁଲ ସମୟ ପରେ ସେ ଛାତ୍ରୀଛାତ୍ରଙ୍କୁ ବିନା ଫିରେ ୨ ଘଣ୍ଟା କୋଚିଂ ଦେଉଥିଲେ ବୋଲି ସ୍କୁଲର ନିର୍ଦ୍ଦେଶକ ରାଜେନ୍ଦ୍ର ସିଂ ଘୁରାସନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରୋନ୍ ଥିଲେ ଥାନାରେ ଦେବାକୁ ପଡିବ ସୂଚନା

ଶ୍ରୀନଗର,୪ ।୭: ଜମ୍ମୁ ବିମାନ ବନ୍ଦରର ଟେକ୍ନିକାଲ ଏରିଆରେ ଡ୍ରୋନରେ ଆକ୍ରମଣ କରାଯିବା ପରେ ଏବେ ପ୍ରଶାସନ ଏହାର ବ୍ୟବହାରକୁ ନେଇ କଡା ନିର୍ଦ୍ଦେଶ ଜାରି...

କୁକୁରକୁ ଭାରତ ପଠାଇଲେ ଛାତ୍ର, ନିଜେ ଆସିବାକୁ ମନା କଲେ; କାରଣ ଜାଣିଲେ…

ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। ଏବେ ବି କିଛି ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ଭାରତ ସରକାର ‘ଅପରେଶନ ଗଙ୍ଗା’ ଯୋଗେ...

ମୋର ସବୁକିଛି ଚାଲିଗଲା

ଅହମ୍ମଦାବାଦ,୨ା୧୧: ରବିବାର ଛୁଟି ଥିବାରୁ ସ୍ବାମୀଙ୍କ ସହ ୯ ବର୍ଷୀୟା ଝିଅ ଓ ୭ ବର୍ଷର ପୁଅ ସହ ଝୁଲାପୋଲକୁ ବୁଲି ଯାଇଥିଲୁ। ସେମାନେ ବ୍ରିଜ୍‌...

ପଞ୍ଜାବ ସରକାରଙ୍କ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ୧୧ ହଜାରରୁ ଅଧିକ ଲୋକଙ୍କୁ ମିଳିବ ସମ୍ପତ୍ତି ଅଧିକାର…

ନୂଆଦିଲ୍ଲୀ,୯।୩ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଞ୍ଜାବ ସରକାରଙ୍କ ଏକ ବିଲକୁ ଅନୁମୋଦନ କରିଛନ୍ତି। ଯାହା ପରେ ଏହା ଆଇନରେ ପରିଣତ ହୋଇଛି । ଏହି...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୪୩୫

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ସ୍ଥିତି ବେଳକୁ ବେଳ ଉଦ୍‌ବେଗଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ...

ଆସାନସୋଲ ଉପନିର୍ବାଚନ: ଭାଜପା ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ

କୋଲକତା,୧୨।୪:ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନ ପାଇଁ ମଙ୍ଗଳବାର ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ ସମୟରେ ହିଂସା ଘଟଣା ସାମ୍ନାକୁ ଆସିଛି। ଭାଜପା ପ୍ରାର୍ଥୀ ଅଗ୍ନିମିତ୍ର...

ଉତ୍ତର ପ୍ରଦେଶ, କର୍ନାଟକ, ମୁମ୍ବାଇରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୩ ।୧୨: ଚାଇନାରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ଭାରତକୁ ଏହାର ଭୟ ଫେରିଛି । ଚାଇନାରେ ଓମିକ୍ରନର ସବ ଭାରିଏଣ୍ଟ ବିଏଫ.୭...

ଦିନକରେ ୨ କୋଟି କୋଭିଡ୍‌ ଟିକା

ନୂଆଦିଲ୍ଲୀ, ୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୭୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ କୋଭିଡ୍‌ ଟିକାକରଣର ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

Advertisement
Archives

Model This Week