ନାୟିକାର ନଁ। ଟିକିନା

ପ୍ରଥମେ କମେଡି ତା’ପରେ ମୁଖ୍ୟ ଭୂମିକା। ନିଜର ଦାୟିତ୍ୱକୁ ବେଶ୍‌ ସୂଚାରୁ ରୂପରେ ତୁଲାଇ ଜଲିଉଡ୍‌ରେ ନିଜକୁ ଜଣେ ଆଗଧାଡ଼ିର ଅଲରାଉଣ୍ଡର ନାୟିକା ଭାବରେ ପରିଚିତ କରାଇପାରିଛନ୍ତି ସେ। ରୋଲ୍‌ ରୋମାଣ୍ଟିକ ହେଉ ଅବା ଇମୋଶନାଲ-ସେଗୁଡ଼ିକରେ ସେ ଶତ ପ୍ରତିଶତ ସକ୍‌ସେସ ହୋଇଛନ୍ତି। ଏହି ନାୟିକା ଜଣକ ହେଲେ ଟିକିନା। ମାତ୍ର ୧୨ ବର୍ଷ ବୟସରେ ମଞ୍ଚ ଉପରେ ଟିକିନା ପାଦ ଦିଅନ୍ତି। ଜୟଦୁର୍ଗା ଗଣନାଟ୍ୟରେ ତାଙ୍କୁ ମିଳିଥିବା ସୁଯୋଗକୁ ଆଦୌ ହାତଛଡ଼ା କରି ନ ଥିଲେ ଟିକିନା। ତା’ପରେ ଓଡ଼ିଶା ଅପେରା, ଶିବାନୀ ଗଣନାଟ୍ୟ, ମା’ ତାରିଣୀ, ରଙ୍ଗମହଲ, ଇଷ୍ଟର୍ନ ରେଡ୍‌, ସ୍ବର୍ଣ୍ଣମହଲରେ ଅଭିନୟ କରିବା ପରେ ଏବେ ବିଶ୍ୱଦରବାରରେ ଅଭିନୟ ଜାରି ରଖିଛନ୍ତି। ବିଶେଷଭାବରେ କମେଡ଼ି ଚରିତ୍ରରେ ନିଜର ଦମ୍‌ ଦେଖାଇବା ପରେ ହାତୀ ମୁଣ୍ଡରେ ସୁନା କଳସ ଢାଳିବା ପରି ତାଙ୍କୁ ନାୟିକା ସାଜିବାର ସୁଯୋଗ ମିଳିଥିଲା। ତା’ପରେ ଯାହା ଘଟିଥିଲା ତାହା ଇତିହାସ। ଟିକିନାଙ୍କ ଅଭିନୟ ଦର୍ଶକଙ୍କୁ କେତେ ପ୍ରଭାବିତ କରିଛି ତାହାର ଉଦାହରଣ ମଧ୍ୟରେ ରହିଥିବା ପ୍ରମୁଖ ନାଟକଗୁଡ଼ିକ ହେଲା ‘ଫଗୁଣ ଦେଇଛି ପହିଲି ଚିଠି, ଶୂନ ଫୋଟକା, ବେତାଳ କଥା, ଆକାଶ କଇଁଆ ଚିଲିକା ମାଛ, ବର୍ଷା ରାତିର ସାଥୀ, ତୁମ କଥା ଭାରି ମନେ ପଡୁଛି ଏବଂ ଗୁପ୍ତ ସମ୍ପର୍କ’। ଅଭିନୟ ଜୀବନର ବର୍ଷ କେଇଟା ପରେ ଖଳନାୟକ ଶୁଭେନ୍ଦୁଙ୍କ ସହ ଘର ସଂସାର କରିଥିଲେ ଟିକିନା। ତେବେ ଦର୍ଶକଙ୍କୁ ନିଜ ଅଭିନୟ ମାୟାରେ ବାନ୍ଧି ରଖିଥିବା ଟିକିନା ଭବିଷ୍ୟତରେ ଜଲିଉଡ୍‌ରେ କି କମାଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁୟର୍କରେ ଛୁଟି ମନାଇ ମୁମ୍ବାଇ ଫେରିବା ପରେ କ୍ୟାମେରା ସାମ୍ନାରେ ମୁହଁ ଲୁଚାଇଲେ ରଣବୀର, ମୁରୁକି ହସୁଥିଲେ ଆଲିଆ

ଆଲିଆ ଏବଂ ରଣବୀରଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା କମୁନି। କିଛିଦିନ ତଳେ ଦୁଇଜଣ ଯାକ ନ୍ୟୁୟର୍କରେ ଛୁଟି ମନାଉଥିବା ଖବର ଆସିଥିଲା। ତେବେ ଛୁଟି କଟାଇ...

ଫୋନ୍‌ରେ ଶୁଣିବାକୁ ମିଳୁଥିବା କରୋନା ଟୋନ୍‌ ସହ ଯୋଡା ଗଲାଣି ବଲିଉଡ୍‌ ଫିଲ୍ମର କିଛି ଦୃଶ୍ୟ

ମୁମ୍ବାଇ: ଏବେ ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ଏହାକୁ ଦୃଷ୍ଟିରେ...

‘ଉଜଡା ଚମନ’କୁ ଅଜୟଙ୍କ ସମର୍ଥନ, ନଭେମ୍ବର ପହିଲାରେ ପରଦାକୁ ଆସିବ

ମୁମ୍ବାଇ: ସମାନ ଧରଣର କାହାଣୀ ଉପରେ ପର୍ଯ୍ୟବେଶିତ ଦୁଇ ବଲିଉଡ୍‌ ଫିଲ୍ମ ‘ଉଜଡା ଚମନ’ ଏବଂ ‘ବାଲା’ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଭିନ୍ନ ମୋଡ...

ସଲ୍‌ମାନଙ୍କ ଫିଟ୍‌ ଇଣ୍ଡିଆ ବାର୍ତ୍ତା

ନୂଆଦିଲ୍ଲୀ: ଅକ୍ଟୋବର ୨ରେ ସାରା ଦେଶରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଉପଲକ୍ଷେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି...

‘ମାୟାବିନୀ ମୌସୁମୀ’ରେ ନାରୀର କଥା

ନାରୀ ହେଉଛି ପ୍ରକୃତି ସ୍ବରୂପା। ନାରୀ ହିଁ ଏ ପୁରୁଷ ପ୍ରାଧାନ୍ୟ ସମାଜର ଏକ ପ୍ରଧାନ ଉତ୍ସ। ନାରୀ ହସିଲେ ସମାଜ ହସେ। ନାରୀ କାନ୍ଦିଲେ...

ସୁଶାନ୍ତ ସିଂ ରାଜପୁତଙ୍କୁ ଆମେରିକାରୁ ମିଳିଲା ସମ୍ମାନ

ଓ୍ବାଶିଂଟନ, ୧୫।୮: ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହିତ କରିବା ତଥା ଭାରତୀୟ ସିନେମାର ତାଙ୍କର ଅତୁଳନୀୟ ଅବଦାନ ଲାଗି ଆମେରିକାର କାଲିଫର୍ନିଆ ରାଜ୍ୟ...

ମହିଳାଙ୍କ ସୁରକ୍ଷାକୁ ନେଇ ଟୁଇଟ୍‌ କଲେ ଶିଳ୍ପା

ମୁମ୍ବାଇ,୮।୧୨: ଦେଶରେ ମହିଳାଙ୍କ ଉପରେ ବଢିଚାଲିଥିବା ଅପରାଧକୁ ଦେଖି ଏବେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି ବଲିଉଡ୍‌ ଫିଟ୍‌ କୁଇନ୍‌ ଶିଳ୍ପା ସେଟ୍ଟି। ପ୍ରଧାନମନ୍ତ୍ରୀ...

ସରିଲା ‘ଶକୁନ୍ତଳା ଦେବୀ’ ପ୍ରଥମ ସିଡ୍ୟୁଲର ଶୁଟିଂ

ମୁମ୍ବାଇ: ବଲିଉଡ୍‌ ମୁଭି ‘ଶକୁନ୍ତଳା ଦେବୀ’ର ପ୍ରଥମ ସିଡ୍ୟୁଲର ଶୁଟିଂ ଶେଷ ହୋଇଛି। ଏହାପରେ ଏଥିରେ ଅଭିନୟ କରୁଥିବା କଳାକାରମାନେ ପାର୍ଟି କରୁଥିବା ନଜର ଆସିଛି।...

Coronavirus Update


Archives

Model This Week

Why Dharitri