Posted inଜାତୀୟ

ନାମର ସରନେମ୍‌ ସ୍ଥାନରେ ରହିବ ଗାଁ ନାମ: ଖାପ୍‌ ପଞ୍ଚାୟତ ନେଲା ନିଷ୍ପତ୍ତି

ଜିନ୍ଦ୍‌,୨୩।୭: ନାମରେ ରହିବନି ଜାତି ଅବା ଧର୍ମର କୌଣସି ସଙ୍କେତ। ସଭିଏଁ ମଣିଷ ଏବଂ ମାନବ ଧର୍ମ ସର୍ବଶ୍ରେଷ୍ଠ। ଏନେଇ ହରିୟାଣାର ଖାପ୍‌ ପଞ୍ଚାୟତ ପକ୍ଷରୁ ନାମର ସରନେମ୍‌ ସ୍ଥାନରେ ଗାଁ ନାମ ରଖିବାକୁ ନିଷ୍ପତ୍ତି ହୋଇଛି। ସ୍ଥାନୀୟ ଜିନ୍ଦ୍‌ ଜିଲାର ଖେଡ଼ା ଖାପ୍‌ ପଞ୍ଚାୟତ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତି ଓ ଧର୍ମକୁ ନେଇ ଚାଲିଥିବା ହିଂସାକାଣ୍ଡ ବନ୍ଦ କରିବାକୁ ପଞ୍ଚାୟତ ଏହି ନିଷ୍ପତ୍ତି ନେଇଛି। ଏଥିପାଇଁ କମିଟି ଗଠନ କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଯୋଜନା ପ୍ରସ୍ତୁତ କରାଯାଇଛି। ଏଠାରେ ଥିବା ୨୪ଟି ଗାଁ ଲୋକେ ଏଣିକି ନିଜ ନିଜ ନାମର ସରନେମ୍‌ ସ୍ଥାନରେ ଗାଁ ନାମ ଲେଖିବେ। ଏନେଇ ଖାପ୍‌ ପଞ୍ଚାୟତ ପକ୍ଷରୁ ଏଠାକାର ଗାଁ ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ପଞ୍ଚାୟତର ଯୁବବର୍ଗଙ୍କୁ ଏଥିରେ ସାମିଲ୍‌ କରାଯାଇଥିବା ଖାପ୍‌ ସଦସ୍ୟ ଉଦୟବୀର ବାରସୋଲା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାୟାବତୀଙ୍କ ନିର୍ଦ୍ଦେଶକୁ ପାଳିଲେ ନାହିଁ ବିଧାୟକ: କହିଲେ, ଟୁଇଟ୍‌ ଦେଖି ନ ଥିଲି

ବେଙ୍ଗାଲୁରୁ, ୨୪।୭: କୁମାରସ୍ବାମୀ ସରକାରଙ୍କ ଆସ୍ଥାଭୋଟ ବେଳେ ବିଧାନସଭାରେ ଅନୁପସ୍ଥିତ ରହିଥିବା ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଏକମାତ୍ର ବିଧାୟକ ଏନ୍‌. ମହେଶଙ୍କୁ ମଙ୍ଗଳବାର ରାତିରେ...

ତରକାରୀକୁ ନେଇ ସ୍ତ୍ରୀ-ସ୍ବାମୀ ୧୭ ବର୍ଷ ହେଲା ରହୁଥିଲେ ଅଲଗା,ବିଚାରପତି ଏମିତି କରାଇଲେ ମିଳନ

ଭୋପାଳ,୨୮।୧୧: ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କଥାକୁ ନେଇ ଝଗଡା ଲାଗି ରହିଥାଏ। ସାମାନ୍ୟ ତରକାରୀକୁ ନେଇ ଲାଗିଥିବା ଝଗଡା ଯୋଗୁ ଦୀର୍ଘ ୧୭ ବର୍ଷ...

ୟୁଏନ୍‌ଏସ୍‌ସି: ସମୁଦ୍ର ସୁରକ୍ଷାକୁ ନେଇ ଆରମ୍ଭ ହେଲା ବୈଠକ

ନୂଆଦିଲ୍ଲୀ,୯ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି) ବୈଠକକୁ ସମ୍ବୋଧିତ କରିଛନ୍ତି । ଭିଡିଓ କନଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ବୈଠକର...

‘ଗଣତନ୍ତ୍ର ପାଇଁ ସବୁଠୁ ଖରାପ ସମୟ’

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ଭାରତୀୟ ଗଣତନ୍ତ୍ର ଏବେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ବୋଲି ରବିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମାଲୋଚନା କରିଛନ୍ତି। ୩...

ଖୋଲିଲା କେଦାରନାଥ ମନ୍ଦିର କବାଟ: ପ୍ରଧାନମନ୍ତ୍ରୀଙ୍କ ନାଁରେ ହେଲା ପ୍ରଥମ ପୂଜା

ଡେରାଡୁନ,୨୯।୪: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇ ମଧ୍ୟରେ ବୁଧବାର ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ଧାମ କେଦାରନାଥ ମନ୍ଦିରର କବାଟ ଖୋଲାଯାଇଛି। ରୀତିନୀତି ଓ...

ଫିଲ୍ମ ଥ୍ରୀ ଇଡିଅଟ୍ସ ଦେଖି ମିରର ରାଇଟିଂ କରୁଛନ୍ତି ସପ୍ତମ ଶ୍ରେଶୀ ଛାତ୍ରୀ

ରାଇପୁର,୧୬।୯: ଭାରତ ଭଳି ଦେଶରେ ପ୍ରତିଭାଙ୍କର ଅଭାବ ନାହିଁ ବୋଲି କୁହାଯାଏ। ତେବେ ବଲିଉଡ୍‌ର ବ୍ଲକ୍‌ ବୁଷ୍ଟର ମୁଭି ‘ଥ୍ରୀ ଇଡିଅଟ୍ସ’ରୁ ଏବେ ପ୍ରେରଣା ପାଇ...

ଯୋଗୀ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡିଦେବି କହିଥିବା ମୁନ୍ନଓ୍ବର ରାଣାଙ୍କ ଘର ଆଗରେ ବଢିଲା ସୁରକ୍ଷା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣନା ଚାଲିଛି। ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଡି ହିଟ ହୋଇଛି। ପ୍ରାରମ୍ଭିକ ଭାବେ...

ସାମ୍ପ୍ରଦାୟିକ ହିଂସା ପରେ ୧୦ଥାନା ଅଞ୍ଚଳରେ କର୍ଫ୍ୟୁ: ଭାଜପା ବିଧାୟକଙ୍କ ଘର ଆଗରେ ଦୁର୍ବୃତ୍ତ ଜାଳିଦେଲେ ବାଇକ୍‌

ଯୋଧପୁର,୩।୫: ଗତ କିଛି ଦିନରୁ ଦେଶରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜସ୍ଥାନ ମଧ୍ୟ ବାଦ୍‌ ପଡ଼ିନି। ରାଜସ୍ଥାନର ଯୋଧପୁରରେ ସୋମବାର ବିଳମ୍ବିତ...

Advertisement
Archives

Model This Week