ନାବାଳିକା ଅସଦାଚରଣ ମାମଲା ଯୁବକଙ୍କୁ ୫ ବର୍ଷ ଜେଲ

ନୟାଗଡ଼ ଅଫିସ,୨୮।୫-ପ୍ରଥମ ଶ୍ରେଣୀର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଅଭିଯୁକ୍ତ ଯୁବକଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଯୁବକ ଜଣଙ୍କ ହେଲେ ଖଣ୍ଡପଡ଼ା ଥାନା ବେଣାଗାଡ଼ିଆ ଗ୍ରାମର ଅଶୋକ ମୁଦୁଲି ଓରଫ ବରୁଣ (୨୧)।
ପ୍ରକାଶ ଯେ, ଭାପୁର ବ୍ଲକ ଫତେଗଡ଼ ଥାନା ଅଞ୍ଚଳର ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ୯ ଅକ୍ଟୋବର ୨୦୧୫ ମସିହା ଅପରାହ୍ନରେ ଖାଇବା ଛୁଟିରେ ବିଦ୍ୟାଳୟରୁ ଘରକୁ ଖାଇବା ପାଇଁ ଆସୁଥିଲେ। ଘରଠାରୁ ଅଳ୍ପ ଦୂରରେ ବରୁଣ ଏକ ନମ୍ବର ବିହୀନ ହିରୋହୋଣ୍ଡା ଗାଡ଼ିରେ ଆସି ନାବାଳିକାଙ୍କୁ ତାଙ୍କ ମାମୁ ଘରକୁ ନେବେ ବୋଲି କହିଥିଲେ। ନାବାଳିକା ଜଣଙ୍କ ମନା କରିବାରୁ ବରୁଣ ତାଙ୍କୁ ଜୋର ଜବରଦସ୍ତ ବାଇକ୍‌ରେ ବସାଇ ଅସଦାଚରଣ କରିଥିଲେ। ନାବାଳିକା ଚିତ୍କାର କରିବାରୁ ବରୁଣ ତାଙ୍କୁ ଗାଡ଼ିରେ ବସାଇ ନେଇ ପଳାଇ ଯାଇଥିଲେ। ପରେ ଗ୍ରାମର କେତେକ ଲୋକ ବାଇକ୍‌ରେ ବରୁଣଙ୍କ ପିଛା କରି କିଛି ଦୂରରେ ତାଙ୍କୁ ଧରିଥିଲେ। ଯୁବକଙ୍କୁ ଗ୍ରାମକୁ ଆଣି ଫତେଗଡ଼ ଥାନାକୁ ଖବର ଦେଇଥିଲେ। ଫତେଗଡ଼ ପୋଲିସ ଗ୍ରାମରେ ପହଞ୍ଚତ୍ ବାଇକ ଉଦ୍ଧାର କରିବା ସହିତ ବରୁଣଙ୍କୁ ଗିରଫ କରିଥିଲା। ଥାନାରେ ୧୧୪/୧୫ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହା ପରଠାରୁ ବରୁଣ ନୟାଗଡ଼ ଜେଲ୍‌ରେ ରହି ଆସୁଥିଲେ। ସୋମବାର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପ୍ରସନ୍ନ କୁମାର ପଣ୍ଡା ୧୦ ଜଣ ସାକ୍ଷୀଙ୍କ ବୟାନ ଓ ନାବାଳିକାଙ୍କ କଥାକୁ ଭିତ୍ତି କରି ମୁଦାଲା ବରୁଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବରୁଣଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ଦେବା ସହିତ ୬ ହଜାର ଟଙ୍କା ଜରିମାନା କରିଥିଲେ। ଜରିମାନା ଅନାଦାୟେ ଅଧିକ ୬ ମାସ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ। ସରକାରୀ ଓକିଲ ବଂଶୀଧର ରାଉତରାୟ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ ସେଣ୍ଟର ଅନୁଧ୍ୟାନ କଲେ ଜିଲାପାଳ

ଆର.ଉଦୟଗିରି,୨ା୫(ଡି.ଏନ.ଏ.): ଗଜପତି ଜିଲାପାଳ ଅନୁପମ ଶାହା ନୂଆଗଡ ବ୍ଲକର କରୋନା ପାଇଁ ଖୋଲାଯାଇଥିବା ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାପାଳ ଖଜୁରିପଦା...

ମୁଖ୍ୟ ଡାକଘର ସମ୍ମୁଖରେ ଗଣବିକ୍ଷୋଭ

ଅନୁଗୋଳ ଅଫିସ/ ଛେଣ୍ଡିପଦା,୨୨।୬  – ଅନୁଗୋଳ ନଗର କଂଗ୍ରେସ ଓ ବ୍ଲକ କଂଗ୍ରେସ ନେତୃତ୍ୱରେ ମଙ୍ଗଳବାର ଜିଲା ମୁଖ୍ୟ ଡାକଘର ସମ୍ମୁଖରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।...

ଡିସେମ୍ବର ୧ରୁ ଇକୋ ରିଟ୍ରିଟ୍‌

ରାଜନଗର, ୩୦ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ପେଣ୍ଠଠାରେ ଚଳିତବର୍ଷ ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେଉଛି। ଇକୋ ରିଟ୍ରିଟ୍‌ ଯେପରି ସଫଳ ହେବ, ସେଥିପାଇଁ ପ୍ରଶାସନ ପକ୍ଷରୁ...

ଜୀବନ ପାଇଁ ଯୋଜନାର ଅଭାବ

ଯାଜପୁର ଅଫିସ,୨୩ା୮:ଯାଜପୁର ଜିଲାରେ ୨୦୨୦ ଅଗଷ୍ଟ ବନ୍ୟାରେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିଲା। ୧୦ ବ୍ଲକ ଓ ୧ ପୌର ପରିଷଦର ପ୍ରାୟ ୧୦...

ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର: ଇକୋ ପାର୍କ ଉନ୍ନତୀକରଣ କରାଯାଉ

ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳ ସହରରେ ଥିବା ଇକୋ ପାର୍କରେ ଏବେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ଏପରି କି ପାର୍କରେ ଥିବା ଆସୁଷଙ୍ଗିକ...

ଶିଶୁଭବନରେ କରୋନା ଆକ୍ରାନ୍ତ ମୃତଦେହ ନେଇ ମା’-ବାପା ଫେରାର

କଟକ ଅଫିସ,୧।୮: କରୋନା ଆକ୍ରାନ୍ତ ଶିଶୁର ହସ୍ପିଟାଲରେ ମୃତ୍ୟୁ ହେବା ପରେ ତାକୁ ଧରି ମା’ ବାପା ସେଠାରୁ ଫେରାର ହୋଇଯାଇଛନ୍ତି। କଟକସ୍ଥିତ ଶିଶୁଭବନରେ ଶୁକ୍ରବାର...

ଲକ୍‌ଡାଉନ୍‌: ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ, ସାମୁଦ୍ରିକ ମାଛ ଦର ଆକାଶଛୁଆଁ

କେନ୍ଦ୍ରାପଡ଼ା ଅଫିସ, ୧।୪: କେନ୍ଦ୍ରାପଡ଼ା ଜିଲାରେ ତାଲା ବନ୍ଦର ପ୍ରଭାବ ସାମୁଦ୍ରିକ ଖାଦ୍ୟ ଉପରେ ପଡିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମହାକାଳପଡ଼ା, ରାଜନଗର ବ୍ଲକଠାରୁ ଆରମ୍ଭ...

ଚିକିତ୍ସା ଅବହେଳାରୁ ଶିଶୁକନ୍ୟାଙ୍କ ମୃତ୍ୟୁ ଅଭିଯୋଗ: ପ୍ରତିବାଦରେ ମେଡ଼ିକାଲ୍‌ରେ ଉତ୍ତେଜନା

ବାରିପଦା ଅଫିସ,୨୪ା୫-ମୟୂରଭଞ୍ଜ ଜିଲା ବାରିପଦା ସହରର ବାଲେଶ୍ୱର ଗୋଲେଇସ୍ଥିତ ଜୀବନଦୀପ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାଙ୍କ ପିତା...

Advertisement
Archives

Model This Week