ନାବାଳିକାଙ୍କ ବିବାହ ଯୋଜନା ଧରାପଡ଼ିଲା, ୩ଗିରଫ

ବୌଦ୍ଧ, ୨୯ା୪(ସ୍ବ.ପ୍ର)-ଜଣେ ନାବାଳିକାଙ୍କ ବିବାହ ଯୋଜନା ପୋଲିସ ହାତରେ ଧରାପଡିଛି ା ଏହି ବିବାହରେ ବ୍ୟବହୃତ କାର ପାଇଁ ଜାଲ୍‌ ପାସ୍‌ ବ୍ୟବହାର କରାଯାଇଥିବା ଘଟଣା ସାମ୍‌ନାକୁ ଆସିବା ପରେ ପୋଲିସ ୩ଜଣଙ୍କୁ ଗିରଫ କରିଛି ା ସେମାନେ ହେଲେ କାର ମାଲିକ ବୌଦ୍ଧ ନାରାୟଣପୁର ଗଁାର ଅର୍ଜୁନ ପୃଷ୍ଟି, ଜନସେବା କେନ୍ଦ୍ରର ମାଲିକ ଅରୁଣ କୁମାର ମହାପାତ୍ର ଓ କାର୍‌ ଚାଳକ ପଳାସ ଗ୍ରାମର ଜିତେନ୍ଦ୍ର ଦ୍ୱାରି ା ପୋଲିସ ବ୍ୟବହୃତ କାର୍‌କୁ ଜବତ କରି ତଦନ୍ତ ଜାରି ରଖିଛି ା ଉକ୍ତ ଘଟଣା ପରେ ସମ୍ପୃକ୍ତ ନାବାଳିକାଙ୍କ ବିବାହ ଅଟକିଛି ା
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ସକାଳେ ବୌଦ୍ଧ ପୋଲିସ ପକ୍ଷରୁ ସହରର ବ୍ରିଜ ଛକରେ ଗାଡ଼ି ମୋଟର ଚଳାଚଳର ତନଖି କରାଯାଉଥିଲା ା ଏହି ସମୟରେ ଏକ ପାସ୍‌ ଲାଗିଥିବା ଏକ କାର (ନଂ.ଓଡି-୨୭-୮୬୮୬) ସୋନପୁର ଆଡକୁ ଯାଉଥିଲା। ପୋଲିସ କର୍ମଚାରୀ ଉକ୍ତ ଗାଡିକୁ ଅଟକାଇ ଥିଲେ। ଗାଡି ଭିତରେ ୫ଜଣ ବସିଥିଲେ। ପଚରାଉଚରା ବେଳେ ଏକ ବିବାହ କାର୍ଯ୍ୟରେ କନ୍ୟା ଓ ତାଙ୍କ ପରିବାର ଲୋକଙ୍କୁ ଧରି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଇଚ୍ଛାପୁର ଗ୍ରାମକୁ ଯାଉଥିବା ଡ୍ରାଇଭର ପ୍ରକାଶ କରିଥିଲେ। ହେଲେ ଗାଡ଼ି ପାସ୍‌ରେ ମେଡିକାଲ କାମରେ ଯାଉଥିବା ଉଲ୍ଲେଖ ଥିବାରୁ ପୋଲିସ ଗାଡ଼ି ସହ ସମସ୍ତ ଯାତ୍ରୀଙ୍କୁ ବୌଦ୍ଧ ଥାନାକୁ ଆଣିଥିଲା। ତଦନ୍ତ ପରେ ବିିବାହ କରିବାକୁ ଯାଉଥିବା କନ୍ୟା ଜଣକ ନାବାଳିକା ଥିବା ଜଣାପଡିଥିଲା ା ଏହାପରେ ପୋଲିସ ଗାଡିରେ ଥିବା ନାବାଳିକାଙ୍କ ବିବାହ ରୋକିଥିଲା ା ଏହାପରେ ପୋଲିସ ଗାଡିରେ ଲାଗିଥିବା ପାସ୍‌ର ବୈଧତା ନେଇ ଖୋଳତାଡ ଆରମ୍ଭ କରିଥିଲା ା ଏହା ଜାଲ୍‌ ଥିବା ଏବଂ ବୌଦ୍ଧ ସହରର ରାମମନ୍ଦିର ନିକଟ ଜନସେବା କେନ୍ଦ୍ରରେ ପ୍ରସ୍ତୁତ କରାଯାଇଥିବା ଜଣାପଡିଥିଲା। ଗାଡି ମାଲିକ ପୃଷ୍ଟି ନିଜ ତ୍ରୁଟି ସ୍ବୀକାର କରିବା ପରେ ପୋଲିସ ଜନସେବା କେନ୍ଦ୍ରର ମାଲିକ ମହାପାତ୍ରଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣିଥିଲା ା ସେ ମଧ୍ୟ ଜାଲ୍‌ ପାସ୍‌ ପ୍ରସ୍ତୁତ କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ଏନେଇ ବୌଦ୍ଧ ପୋଲିସ ପକ୍ଷରୁ ଜାଲ୍‌ ପାସ୍‌ ପ୍ରସ୍ତୁତି ଓ କରୋନା କଟକଣା ଉଲ୍ଲଂଘନ ନେଇ ଏକ ମାମଲା (ନଂ.୧୧୨/୨୦)ରୁଜୁ କରାଯାଇଛି। ଗାଡି ମାଲିକ ପୃଷ୍ଟି, ଡ୍ରାଇଭର ଦ୍ୱାରି ଓ ଜନସେବା କେନ୍ଦ୍ର ମାଲିକ ମହାପାତ୍ରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତପସ୍ବିନୀ କହଁର କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri