ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲା: ୨୦ ବର୍ଷ ଜେଲ୍‌

ଅନୁଗୋଳ ଅଫିସ, ୨୨।୧୨- ଅନୁଗୋଳ ଜିଲା ବଅଁରପାଳ ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲାର ବିଚାର କରି ଶନିବାର ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ଅଭିଯୁକ୍ତ ରସାନନ୍ଦ ବେହେରା(୪୫)ଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମୋଟ୍‌ ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଯାଇଛି। ସମ୍ପୃକ୍ତା ନାବାଳିକାଙ୍କ ମା’ ଓ ବାପା ଦିନ ମଜୁରିଆ ଭାବେ କାମ କରୁଥିବାରୁ ଅଧିକାଂଶ ସମୟ ଘରେ ରହୁ ନ ଥିଲେ। ଏହାର ସୁଯୋଗ ନେଇ ରସାନନ୍ଦ ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା ଜଣଙ୍କ ଗର୍ଭବତୀ ହେବା ଜଣାପଡ଼ିବା ପରେ ଅଭିଯୁକ୍ତ ତାଙ୍କୁ ନାଲି ଆଖି ଦେଖାଇବା ସହ ହତ୍ୟା ଧମକ ଦେଉଥିଲେ। ଏ ନେଇ ନାବାଳିକାଙ୍କ ମା ଓ ବାପା ବଅଁରପାଳ ଥାନାର ଦ୍ୱାରସ୍ଥ ହୋଇଥିଲେ। ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାୟୋମେଟ୍ରିକ୍‌ରେ ହାଜିରା ଦେବେ ସଫେଇ କର୍ମଚାରୀ

ଅନୁଗୋଳ ଅଫିସ, ୨୬।୨ – ଆଉ କାଗଜକଲମରେ ଉପସ୍ଥାନ ଚଳିବ ନାହିଁ। ଅନୁଗୋଳ ପୌରପାଳିକା ଅଧୀନରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀମାନଙ୍କ ଉପସ୍ଥାନ ଏଣିକି ବାୟୋମେଟ୍ରିକ୍‌...

ଛେଣ୍ଡିପଦାରେ ଫସିଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇଲା ପ୍ରଶାସନ

ଛେଣ୍ଡିପଦା,୫।୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଝାଡଖଣ୍ଡ ଅଞ୍ଚଳର ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଅନୁଗୋଳ ଅଫିସ, ୨୪।୯ ଅନୁଗୋଳ ନୂଆମୌଜା ପଞ୍ଚାୟତ ଶରଧାପୁର ଗ୍ରାମର ଅନେକ ଲୋକ ସରକାରୀ ଯୋଜନା ଓ ସହାୟତାରୁ ବଞ୍ଚିତ ରହିଛନ୍ତି। ଏ ନେଇ ଗ୍ରାମର...

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ତାଳଚେର,୨୨।୬(ନି.ପ୍ର.) – ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମର ସୁଧାକର ମହାନ୍ତି(୭୦)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଗୁରୁବାରଠାରୁ ସେ ନିଖୋଜ...

ଆତ୍ମନିଯୁକ୍ତିର ଆହ୍ବାନ ଦେଇଥିଲେ ଗାନ୍ଧୀ

ଅମିତ କୁମାର ସାମଲ ଅନୁଗୋଳ ଅଫିସ୍‌, ୧୫।୮ – ସ୍ବାଧୀନତାର ୭୪ ବର୍ଷ ଅବସରରେ ସେହି ସଂଗ୍ରାମ ଓ ସଂଗ୍ରାମୀଙ୍କୁ ମନେ ପକାଉଛି ଅନୁଗୋଳର ମାଟି।...

ଆଜି ଶୈଳଶ୍ରୀକ୍ଷେତ୍ରକୁ ବାହୁଡ଼ିବେ ଶ୍ରୀଜୀଉ: ସନ୍ଧ୍ୟା ସାଢ଼େ ୬ଟାରେ ଛୁଇଁବ ଚକଡ଼ା

ଅନୁଗୋଳ ଅଫିସ, ୧୨।୭-୯ ଦିନ ଜନ୍ମବେଦିରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଶୁକ୍ରବାର ଭଉଣୀ ଭାଇଙ୍କୁ ଧରି ଶୈଳଶ୍ରୀକ୍ଷେତ୍ର ଫେରିବେ ମହାପ୍ରଭୁ ଜଗନ୍ନାଥ। ଏ ନେଇ...

ଭାଙ୍ଗିଗଲାଣି ତନଖି ଫାଟକ ଗୃହ

ଛେଣ୍ଡିପଦା,୧୯।୯(ସ୍ବ.ପ୍ର.) – କାଠ ମାଫିଆଙ୍କ ଉପରେ ରୋକ ଲଗାଇବାକୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ବନାଞ୍ଚଳର ଉଗୀ-ଅନ୍ତୁଳିଆ ରାସ୍ତାରେ ଥିବା ତନଖି ଫାଟକ କାମରେ...

ଭାନୁ, ଧ୍ରୁବଙ୍କୁ ମିଳିବ ଘର

ବଇଣ୍ଡା, ୧୯ା୭(ଡି.ଏନ.ଏ)  ଘର ଖଣ୍ଡିଏ ନ ଥିବାରୁ ଦୁର୍ବିଷହ ଜୀବନ କାଟୁଥିବା କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ବିଲେଇନାଳୀ ଗ୍ରାମର ଭାନୁ ଦେହୁରୀ ଓ ନୁନୁକାପଶି...

Coronavirus Update


Archives

Model This Week

Why Dharitri