ରେଳ ଧାରଣାରୁ ମଦ ଦୋକାନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର: ଲୁଟ୍‌ର ୨୪ ଘଣ୍ଟା ନ ପୂରୁଣୁ ହତ୍ୟା ସନ୍ଦେହ

ଜଗତ୍‌ସିଂହପୁର ଅଫିସ,୨୨ା୧୨: ତିର୍ତ୍ତୋଲ ଗୋପିଆକୁଦସ୍ଥିତ ସରକାରୀ ଦେଶୀ ମଦ ଦୋକାନରେ କାମ କରୁଥିବା ଅମୀନ ସେଠୀ (୩୫) ନାମକ ଯୁବକଙ୍କଠାରୁ ୨୦ ତାରିଖ ଅପରାହ୍ନରେ ଦୁର୍ବୃତ୍ତ ୫,୫୬,୦୦୦ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଥିଲା। ଏହାର ୨୪ ଘଣ୍ଟା ନ ପୁରୁଣୁ ଅମୀନଙ୍କ ମୃତଦେହ ଏହି ଥାନା ଅଧୀନ ନିମକଣା (ପିଏସ୍‌)ପାସେଞ୍ଜର ହଲ୍ଟ ନିକଟ ରେଳ ଧାରଣାରୁ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି। ଅମୀନଙ୍କୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବା ପାଇଁ ରେଳ ଧାରଣା କଡ଼ରେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ବାସ୍ତବରେ ଏହା ହତ୍ୟା, ଆତ୍ମହତ୍ୟା ନା ଆକସ୍ମିକ ଦୁର୍ଘଟଣା ତାକୁ ନେଇ ସାଧାରଣରେ ଆଲୋଚନା ଚାଲିଛି। କଟକ ଜିଆର୍‌ପି ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ପାରାଦୀପସ୍ଥିତ ଜିଆର୍‌ପି ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଆସଲାମ ଖାନ୍‌ ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଖାନ୍‌ କହିଛନ୍ତି। ଅନ୍ୟପକ୍ଷରେ ମୃତ ଯୁବକଙ୍କ ପରିବାର ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହିଛନ୍ତି। କେହି ତାଙ୍କୁ ହତ୍ୟା କରି ରେଳ ଧାରଣାରେ ପକାଇ ଦେଇଥିବା ପରିବାର େଲୋକେ ଜିଆର୍‌ପି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଜିଆର୍‌ପି ପକ୍ଷରୁ କୁହାଯାଇଛି, ଶନିବାର ସକାଳେ ଏକ ମାଲବାହୀ ରେଳ ଯାଇଥିଲା। ପରେ ଅର୍ଥାତ୍‌ ୭ଟାରେ ଆଉ ଏକ ମାଲବାହୀ ରେଳ ଯାତ୍ରା କଲାବେଳେ ପାରାଦୀପ-ଗୋରଖନାଥ ରେଳ ଧାରଣାର ନିମକଣା ପିଏଚ୍‌ ନିକଟରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ରେଳ ଚାଳକ ଏ ସମ୍ପର୍କରେ ରାହାମା ଷ୍ଟେସନ୍‌ ମାଷ୍ଟରଙ୍କୁ ସୂଚନା ଦେଇଥିଲେ। ଏହି ଷ୍ଟେସନ୍‌ ମାଷ୍ଟର କଟକ ଜିଆର୍‌ପିକୁ ଖବର ଦେବା ପରେ ରେଳବାଇ ପୋଲିସ ଘଟଣାସ୍ଥଳକୁ ଯାଇଥିଲା। ଜିଆର୍‌ପି ପାରାଦୀପ ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଖାନ୍‌ଙ୍କ କହିବା କଥା ହେଲା ଯୁବକଙ୍କ ବାମ ଗୋଡ ଆଣ୍ଠୁ ତଳକୁ କଟି ଯାଇଥିଲା। ବାମ ପାର୍ଶ୍ୱ ମୁଣ୍ଡରେ ଆଘାତ ଲାଗିଛି। ଯେଉଁ କାରଣରୁ ଗାଲରେ ରକ୍ତ ଜମାଟ ବାନ୍ଧିଛି। ଡାହାଣ ହାତର ପାପୁଲି ଉପର ଆଞ୍ଚୁଡି ହୋଇଯାଇଛି। ମୃତ ଯୁବକଙ୍କ ପରିବାର ଲୋକଙ୍କ କହିବା କଥା ହେଲା ଅମୀନ ରାତି ୧୧ରୁ ୧୨ଟା ଭିତରେ ସେମାନଙ୍କ ସହ କଥା ହୋଇଥିଲେ। ଯେବେ କଥା ହୋଇଥିଲେ ତେବେ ତା ପରେ ଏହି ଲାଇନ୍‌ରେ କୌଣସି ରେଳ ଯାତାୟାତ କରିନାହିଁ। ଯାହା ଯାଇଛି ଶନିବାର ସକାଳ ୬ଟା ପରେ। ତେବେ ରାତିରେ ଅମୀନ ଓ ତାଙ୍କ ଜଣେ ବନ୍ଧୁ ତିର୍ତ୍ତୋଲସ୍ଥିତ ଭଡା ଘରେ ରହିଥିଲେ। ରାତି ପ୍ରାୟ ୩ଟାରେ ଅମୀନ କୋଠରୀରେ ନ ଥିବା ତାଙ୍କ ବନ୍ଧୁ ସୂଚନା ଦେଇଛନ୍ତି। ବାସ୍ତବ ଚିତ୍ର ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଉନାହିଁ ବୋଲି ଖାନ୍‌ କହିଛନ୍ତି। ଶୁକ୍ରବାର ଅପରାହ୍ନରେ ଅମୀନ ମଦ ଦୋକାନ ଟଙ୍କା ନେଇ ବାଇକ୍‌ ଯୋଗେ ବାଲିକୁଦାର ଏକ ବ୍ୟାଙ୍କକୁ ଜମା କରିବାକୁ ଗଲାବେଳେ ବେଲୁରୀ ମଠ ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ। ପରେ ଅମୀନ ତିର୍ତ୍ତୋଲ ଥାନାରେ ଅଭିଯୋଗ କଲା ପରେ ପୋଲିସ ମାମଲା ସଂଖ୍ୟା ୩୭୮/୧୯ ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri