ନାବାଳିକାଙ୍କୁ ଅପହରଣ ମାମଲା : ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୬।୭: ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଶନିବାର ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ ୧୦ବର୍ଷ ଜେଲଦଣ୍ଡ ସହ ୧୦ହଜାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୬ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
ଗତ ୨୦୧୬ ସେପ୍ଟେମ୍ବର ୩୦ତାରିଖରେ ବାଲିଆପାଳ ଥାନା ଅଞ୍ଚଳର ଜଣେ ୧୨ବର୍ଷୀୟ ଝିଅକୁ ଘରେ କେହି ନ ଥିବାବେଳେ ଆଳଦିଆପନ୍ତା ଗ୍ରାମର ଭୀମ ସାହୁ (୨୬) ଅପହରଣ କରିନେଇଥିଲେ। ପରିବାର ଲୋକେ ଘରକୁ ଫେରି ନାବାଳିକାଙ୍କୁ ଖୋଜାଖୋଜି କରିଥିଲେ। ପଡ଼ୋଶୀ, ବନ୍ଧୁବାନ୍ଧବଙ୍କ ଘରୁ କୌଣସି ଖୋଜଖବର ନ ପାଇ ପରିବାର ଲୋକେ ହତାଶ ହୋଇପଡିଥିଲେ। ପରେ ନାବାଳିକାଙ୍କ ବାପା କୌଣସି ସୂତ୍ରରୁ ଖବର ପାଇ ତାଙ୍କ ଝିଅକୁ ଭୀମ ସାହୁ ନାମକ ଯୁବକ ଅପହରଣ କରିନେଇଥିବା ଅକ୍ଟୋବର ୮ ତାରିଖରେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ ମାମଲା (ନଂ. ୧୭୫/୨୦୧୬) ରୁଜୁ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିବା ବେଳେ ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ କୋର୍ଟରେ ସ୍ପେଶାଲ ମାମଲା (ନଂ. ୫୬୯/୨୦୧୬) ରୁଜୁ କରାଯାଇ ବିଚାର ଜାରି ରହିଥିଲା। ସାକ୍ଷୀମାନଙ୍କ ବୟାନ ଭିତ୍ତି କରି ଜଜ୍‌ ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ ପ୍ରକାଶ ପଣ୍ଡା ମାମଲାର ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶର କର୍ଣ୍ଣଧାର ଥିଲେ ପର୍ଶୁରାମ

ଖଇରା, ୧ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ନିର୍ବାଚନମଣ୍ଡଳୀରେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସ୍ବର୍ଗତ ପର୍ଶୁରାମ ପାଣିଗ୍ରାହୀଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ଖଇରା ବ୍ଲକର...

ପ୍ରସୂତି ଗୃହ ନିର୍ମାଣରେ ଅନିୟମିତତା

ଖଇରା, ୨୧।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ପ୍ରଦତ୍ତ ୨୦ଲକ୍ଷ ଟଙ୍କା ଅନୁଦାନରେ ପ୍ରସୂତି ଗୃହ ନିର୍ମାଣ କାର୍ଯ୍ୟ...

ରାତିରେ ଚାଲିଥିଲା ପଞ୍ଚାୟତ ଅଫିସ କାର୍ଯ୍ୟ, ସବୁ ଖାଇଯିବେ ଭାବି ଘେରିଗଲେ ଲୋକେ

ବାଲେଶ୍ୱର ଅଫିସ,୧୦।୧: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ରବିବାର ଉତ୍ତେଜନା ଦେଖାଦେଇଥିଲା। ଛୁଟିଦିନରେ ରାତି ଅଧିଆ ଅଫିସ କାର୍ଯ୍ୟ ଚାଲୁଥିବା...

୩ କର୍ମଚାରୀରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଭୋଗରାଇ, ୧୭।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଆବଶ୍ୟକ କର୍ମଚାରୀ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି...

ଶୋଇଥିବା ବେଳେ ଶାବଳ ଭୁଷି ୭୫ ବର୍ଷର ବୃଦ୍ଧଙ୍କୁ ମାରିଦେଲେ

ବାଲେଶ୍ୱର ଅଫିସ, ୧୪।୪: ବାଲେଶ୍ୱର ଜିଲାର ରେମୁଣା ଥାନା ଅନ୍ତର୍ଗତ ବଡପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ...

ଅପମୃତ୍ୟୁ ହେଲା ହତ୍ୟା ମାମଲା

ଖୁଣ୍ଟା, ୬ା୬(ଡି.ଏନ୍‌.ଏ)- ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧିନ ଗୋଡିସାହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ଏକ ଅପମତ୍ୟୁ ମାମଲା ରୁଜୁ ହୋଇଥିବା...

ଭୋଗରାଇରେ ପୁଣି ଲଜ୍ଜା: ଅଶ୍ଳୀଳ ଭିଡିଓ ଶୁଟିଂ କରି ବ୍ଲାକମେଲିଂ

ଭୋଗରାଇ, ୧୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଉପାନ୍ତ ତାଳସାରୀ ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ରଖିବାକୁ ବାଧ୍ୟ କରି ଏହାର...

ଝଡ଼ାଫୁଙ୍କା ଆଳ: ଗୁଣିଆଙ୍କ ମାଡ଼ରେ ନାବାଳକ ଆହତ, ଗୁଣିଆ ଦମ୍ପତି ଚମ୍ପଟ

ଭୋଗରାଇ,୧୩।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମରଦା ଥାନା ଅଧୀନ ରାଣୀଗୁଡ଼ା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି l ଏହି ଗ୍ରାମର ଜଣେ...

Advertisement
Archives

Model This Week