ନାବାଳକଙ୍କ ଗୋଡ଼ରେ ବେଡ଼ି ପକାଇ ନିର୍ଯାତନା

ଭୁବନେଶ୍ୱର,୩।୮(ବ୍ୟୁରୋ): ଭୁବନେଶ୍ୱର ରେଳଷ୍ଟେଶନରେ ଜଣେ ନାବାଳକଙ୍କୁ ଗୋଡ଼ରେ ଲୁହା ବେଡ଼ି ପଡ଼ିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଚାଇଲ୍ଡ ଲାଇନ ସଦସ୍ୟମାନେ ତାଙ୍କୁ ଗୁରୁବାର ଉଦ୍ଧାର କରିଥିଲେ। ତାଙ୍କ ବୟସ ୧୬ ବର୍ଷ ହୋଇଥିବାବେଳେ ସେ ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଚାଇଲ୍ଡ ଲାଇନ ସଦସ୍ୟମାନେ କଟର ଦ୍ୱାରା ଲୁହା ବେଡ଼ି କାଟି ଖୋଲିଥିଲେ। ଦେହରେ ମାଡ଼ ଓ କିଛି କ୍ଷତ ଚିହ୍ନ ଥିବାରୁ ତାଙ୍କୁ ଚିକିତ୍ସା କରାଯାଇଛି। ହେଲେ ତାଙ୍କର ଏଭଳି ଅବସ୍ଥା ପାଇଁ ବାପା ଓ ଭାଇଙ୍କୁ ଦାୟୀ କରିଛନ୍ତି ନାବାଳକ ଜଣକ।
ଚାଇଲ୍ଡ ଲାଇନ୍‌ ସଦସ୍ୟଙ୍କୁ ନାବାଳକଙ୍କ କହିବା ମୁତାବକ, ତାଙ୍କ ପରିବାର କହିଲେ ବାପା, ମା’ ଓ ବଡ଼ ଭାଇ। ବାପା ଓ ମା’ ମୁଢି ବ୍ୟବସାୟ କରି ପରିବାର ଚଳାନ୍ତି। ହେଲେ ଛୋଟ ଛୋଟ କଥାକୁ ନେଇ ବାପା ଓ ବଡ଼ ଭାଇ ତାଙ୍କୁ ନିର୍ଘାତ ବାଡ଼ାନ୍ତି। ଫଳରେ ଭୟରେ ସେ ଅନେକ ଥର ଘର ଛାଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ। ତେଣୁ ବାପା ଓ ଭାଇ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ସହ ବେକକୁ କୁକୁର ଚେନ୍‌ରେ ବାନ୍ଧି ରଖୁଥିଲେ। ସେ ଚିତ୍କାର କଲେ ତାଙ୍କୁ ଉଭୟ ବାଡ଼ି ଓ ଲୁହାରଡ୍‌ରେ ପିଟୁଥିଲେ। ଏହିଭଳି ୨ମାସ ଧରି ସେମାନେ ନାବାଳକଙ୍କୁ ଘର ଭିତରେ ବେଡି ପକାଇ ଚେନ୍‌ରେ ବାନ୍ଧି ରଖିଥିଲେ। ପଡୋଶୀମାନେ ତାଙ୍କ ବିଷୟରେ ପଚାରିଲେ ସେ ପାଗଳ ହୋଇଯାଇଥିବା ବାପା ଓ ଭାଇ ଉତ୍ତର ଦେଉଥିଲେ। ୪ଦିନ ବାପା ଓ ମା’ ମୁଢି ବ୍ୟବସାୟ କରିବାକୁ ଯାଇଥିବା ବେଳେ ବଡ଼ ଭାଇ କୌଣସି କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗରେ ନାବାଳକ ଜଣକ ବେକରେ ବନ୍ଧା ଯାଇଥିବା ଚେନ୍‌କୁ ଛିଣ୍ଡାଇ ଏବଂ କବାଟ ଲକ୍‌ ଭାଙ୍ଗି ଘରୁ ବାହାରି ଆସିଥିଲେ। ଏହାପରେ ସେ ଛତ୍ରପୁର ରେଳଷ୍ଟେଶନ ଯାଇ ପ୍ଲାଟ୍‌ଫର୍ମରେ ବହୁ ସମୟ ବସିବା ପରେ ଏକ ଟ୍ରେନ୍‌ରେ ଚଢି ଯାଇଥିଲେ। ସେ କୁଆଡ଼େ ଯିବେ ଜାଣି ନ ଥିଲେ। ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେଶନରେ ବହୁ ସମୟ ରହିବା ପରେ ସେ ଓହ୍ଲାଇ ପଡିଥିଲେ। ଗୁରୁବାର ପ୍ଲାଟ୍‌ଫର୍ମରେ ବସି କାନ୍ଦୁଥିବାବେଳେ କେତେଜଣ ଚାଇଲ୍ଡଲାଇନ ସଦସ୍ୟଙ୍କ ନଜରକୁ ଆସିଥିଲେ। ସେମାନେ ତାଙ୍କୁ ପଚରାଉଚରା କରିବା ପରେ ଉଦ୍ଧାର କରି ଶୈଶବ କେନ୍ଦ୍ର ‘ରୁଚିକା’ରେ ରଖିଖିଲେ। ଜ୍ୱର ହୋଇଥିବାରୁ ତାଙ୍କୁ ଔଷଧ ଦିଆଯିବା ପରେ ଶୁକ୍ରବାର ସେ ସୁସ୍ଥ ହୋଇଛନ୍ତି। ଏନେଇ ଚାଇଲ୍ଡ ଲାଇନ୍‌ ପକ୍ଷରୁ ଛତ୍ରପୁର ଥାନା ଅଧିକାରୀ ଓ ବ୍ରହ୍ମପୁର ସିଡବ୍ଲ୍ୟୁସିକୁ ଜଣାଇଛନ୍ତି। ଶନିବାର ସିଡବ୍ଲ୍ୟୁସି ପକ୍ଷରୁ ଥାନାରେ ନାବାଳକଙ୍କ ବାପା ଓ ଭାଇଙ୍କ ନାମରେ ଏକ ଅଭିଯୋଗ କରାଯିବ ବୋଲି ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧବିମାନବାହୀ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?