Posted inଫୁରସତ

ନାପ୍‌ ଷ୍ଟୋର

ବ୍ୟସ୍ତବହୁଳ ଜୀବନ ଭିତରେ ଶାନ୍ତିର ନିଦ ଶୋଇବା ଲାଗି କାହା ପାଖେ ସମୟ ନାହିଁ। କାର୍ଯ୍ୟ ବ୍ୟସ୍ତତା ଏବଂ ସମୟର ଘୋର ଅଭାବ ହେତୁ ଅନେକେ ଅନିଦ୍ରା ଭଳି ରୋଗରେ ମଧ୍ୟ ପିଡିତ ହେଉଛନ୍ତି। ଏହାକୁ ଧ୍ୟାନରେ ରଖି ନ୍ୟୁୟର୍କଠାରେ ଖୋଲିଛି ଏଭଳି ଏକ ନାପ୍‌ ଷ୍ଟୋର ଯେଉଁଠାରେ ଦୂରଦୂରାନ୍ତରୁ ଲୋକମାନେ ଆସି ଆରାମରେ କିଛି ସମୟ ଶୋଇକରି ବିତାନ୍ତି। ଏହି ଷ୍ଟୋରର ନା’ ରହିଛି ‘କ୍ୟାସପର’। ଏଠାରେ ୪୫ ମିନିଟ ଶୋଇବା ପାଇଁ ଗ୍ରାହକଙ୍କୁ ୨୫ ଡଲାର ଦେବାକୁ ପଡିଥାଏ। ଆଉ ଏହି ୪୫ ମିନିଟର ନିଦ ଆପଣଙ୍କୁ ଦିନ ସାରାର ଥକାପଣକୁ ଦୂର କରିବାରେ ସାହାଯ୍ୟ କରିଥାଏ। ତେବେ କ୍ୟାସପରର ଇଣ୍ଟେରିୟର ମଧ୍ୟ ବେଶ୍‌ ଆରାମଦାୟକ। ଗ୍ରାହକଙ୍କୁ ଶାନ୍ତିର ନିଦ ପ୍ରଦାନ କରିବା ଲାଗି ଏଠାରେ ରହିଛି ୯ ଟି କ୍ୟାବିନ ଯେଉଁଥିରେ ନରମ ଆରାମଦାୟକ ଗଦି ଏବଂ ତକିଆର ବେଡ ରହିଛି। ପ୍ରତ୍ୟେକ କ୍ୟାବିନରେ ଏକ ଟିଭି ମଧ୍ୟ ରହିଛି। ଏହାର ଛାତ ଖୋଲା ଆକାଶ ଭଳି ଦେଖାଯାଏ ଯେଉଁଠି ଆକାଶର ତାରା ସଦୃଶ ଲାଇଟ ମଧ୍ୟ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri