ନାଥୁରାମଙ୍କୁ ନେଇ ପୁଣି କଂଗ୍ରେସ-ଭାଜପା ମୁହାଁମୁହିଁ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ସୋମବାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ନେଇ ଉଭୟ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ହୋଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କ ପ୍ରସଙ୍ଗ ଉଠାଇ ପରୋକ୍ଷରେ ଭାଜପା ଓ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଥିଲେ। ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ମଧ୍ୟ ନରସିଂହଙ୍କୁ କଡା ଜବାବ ଦେଇଥିଲେ। ଏହାକୁ ନେଇ ବିଧାନସଭା ଶୂନ୍ୟକାଳରେ ଉଭୟ ଦଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମଙ୍ଗଳବାର ମଧ୍ୟ ଏ ପ୍ରସଙ୍ଗକୁ ନେଇ ଭାଜପା ଏବଂ କଂଗ୍ରେସ ପରସ୍ପରକୁ ଆକ୍ଷେପ ଏବଂ ପ୍ରତିଆକ୍ଷେପ କରିଥିଲେ। କିଛିସମୟ ପାଇଁ ଗୃହରେ ଉତ୍ତେଜନା ଦେଖାଯାଇଥିଲା। ଶୂନ୍ୟକାଳରେ ନରସିଂହ କହିଥିଲେ ଯେ, ବିରୋଧୀଦଳର ଉପନେତା ଗତକାଲି ମୋତେ ଆକ୍ଷେପ କରିଥିଲେ। ଜାନୁୟାରୀ ୩୦ରେ, ଯେଉଁଦିନ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା, ସେହିଦିନ ତାଙ୍କ ଫଟୋକୁ ଗୁଳି ମରାଯାଇଥିଲା। କେତେକ ଗୋଷ୍ଠୀ ନାଥୁରାମଙ୍କୁ ଦେଶଭକ୍ତ ଆଖ୍ୟା ଦେଲେଣି, ତାଙ୍କ ମନ୍ଦିର ନିର୍ମାଣ କଲେଣି। ଏହି ପ୍ରସଙ୍ଗରେ ମୁଁ କୌଣସି ଦଳକୁ ଆକ୍ଷେପ କରି ନ ଥିଲି, ମାତ୍ର ବିରୋଧୀ ଦଳ ଉପନେତା ମଣିଶଙ୍କର ଆୟାର ଏବଂ ସିଦ୍ଧୁଙ୍କ ନାମ ନେଇ ସମାଲୋଚନା କରିଥିଲେ। ଯେଉଁମାନେ କି ଏହି ଗୃହର ସଦସ୍ୟ ନୁହନ୍ତି। ମୋ ବିରୋଧରେ ଯେଉଁ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରାଯାଇଛି ତାହାକୁ ଗୃହର ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ନରସିଂହ କହିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀଙ୍କୁ କହିବାକୁ ଅନୁମତି ଦେଇଥିଲେ। ସେ କହିଥିଲେ ଯେ, ନରସିଂହ ମିଶ୍ର କାଲି ନୁହେଁ, ପୂର୍ବରୁ ଦୁଇଥର ମଧ୍ୟ ଏହିଭଳି ଟିପ୍ପଣୀ କରିଥିଲେ। ନାଥୁରାମ ଗଡ୍‌ସେ ଆର୍‌ଏସ୍‌ଏସ୍‌ର ସଦସ୍ୟ ନ ଥିଲେ। ସେ ବିଶ୍ୱ ହିନ୍ଦୁ ମହାସଭାର ସଦସ୍ୟ ଥିଲେ । କଂଗ୍ରେସ ଦଳର ସଭାପତି ମଧ୍ୟ ଅନେକ ସମୟରେ ଗଣମାଧ୍ୟମରେ ବହୁ ଅବାନ୍ତର କଥା କହିଛନ୍ତି। ତିରୁପତି ପାଣିଗ୍ରାହୀ ଗୃହର ସଦସ୍ୟ ନ ଥିଲେ ମଧ୍ୟ ତାଙ୍କ କଥା ବି ଏଠି ଆଲୋଚନା ହୋଇଛି। ନରସିଂହଙ୍କ ବିରୋଧରେ ହୋଇଥିବା ଆପତ୍ତିଜନକ ଶବ୍ଦକୁ ବିବରଣୀରୁ ବାଦଦେବା ନେଇ କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡି ଆସି ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ଭାଜପା ସଭ୍ୟ ସନାତନ ବିଜୁଳି ଛିଡା ହୋଇ ପ୍ରତିବାଦ କଲେ। ବାଚସ୍ପତି ତାଙ୍କୁ ହାତ ହଲାଇ ବସ ବସ ବୋଲି ପାଟି କଲେ। ଏହାଦେଖି ବିଷ୍ଣୁ ଉତ୍ତେଜିତ ହୋଇପଡିଥିଲେ। ସେ ପ୍ରତିବାଦ କରି କହିଲେ ଯେ, ଆମେ କ’ଣ ମୂଲିଆ ଆମକୁ ଏମିତି ହାତ ହଲେଇ ବସ ବସ ବୋଲି କହିବେ। ଏହି ସମୟରେ ଭାଜପାର ଅନ୍ୟ ସଦସ୍ୟମାନେ ନିଜ ସିଟ ନିକଟରେ ଛିଡା ହୋଇ ହୋ ହଲ୍ଲା କରିଥିଲେ। ଆଗାମୀ ଦିନରେ ଗୃହର ସଦସ୍ୟ ନ ଥିବା ଲୋକଙ୍କ ବିଷୟରେ ଯେପରି ଆଲୋଚନା ନ କରନ୍ତି ସେନେଇ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବାଚସ୍ପତିଙ୍କୁ ବିଷ୍ଣୁ କହିଥିଲେ। କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଦେଖି ବାଚସ୍ପତିି ବିରୋଧୀଦଳ ଉପନେତା ନରସିଂହଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ସନ୍ଧ୍ୟା ସୁଦ୍ଧା ଅନୁଧ୍ୟାନ କରି ରୁଲିଂ ଦେବେ ବୋଲି କହିଥିଲେ। ଶେଷରେ ବାଚସ୍ପତି ନରସିଂହଙ୍କ ପ୍ରତି ହୋଇଥିବା ଆକ୍ଷେପମୂଳକ ଶବ୍ଦକୁ ଗୃହର ବିବରଣୀରୁ ବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫି’ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କେନ୍ଦ୍ର...

କେମିତି ହୋଇଥିଲା ଗ୍ୟାଙ୍ଗଷ୍ଟର

ଭୁବନେଶ୍ୱର,୨୪।୭: ୧୯୮୦ ଦଶକର କଥା। ସେତେବେଳେ ଜଣେ କୁଖ୍ୟାତ ଅପରାଧି ଥିଲେ ରବୀନ୍ଦ୍ର ବେହେରା। ତାଙ୍କର ଅପରାଧର ଶାଖା ମେଲାଇଥିଲେ ଟିଟୋ, ହାଇଦର ଏବଂ ସୁଲେମାନ।...

ନୟାଗଡ ସୀମା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ

ଫୁଲବାଣୀ ଅଫିସ, ୪ା୬- କନ୍ଧମାଳ ଜିଲାରେ ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନଙ୍କ ଦ୍ୱାରା ମିଳିତ କୋମ୍ବିଂ ବେଳେ ନୟାଗଡ ଜଙ୍ଗଲ ସୀମାରେ ଏକ ମାଓବାଦୀ କ୍ୟାମ୍ପ...

ପଞ୍ଚଭୂତରେ ବିଲୀନ ହେଲେ ଶାନ୍ତି ଦେବୀ

ଗୁଣପୁର,(ଡି.ଏନ୍‌.ଏ.)/ରାୟଗଡ଼ା ଅଫିସ, ୧୮।୧: ଭୂଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ରବିବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୮ବର୍ଷ...

ଭୁବନେଶ୍ୱରରୁ ଆଜି ପୁଣି ୨୦ ପଜିିଟିଭ୍‌ ଚିହ୍ନଟ: ୪୩ ସୁସ୍ଥ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ଆଉ ୨୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଏସସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ

କଟକ ଅଫିସ,୫।୩: କରୋନାକୁ ନେଇ ରାଚିଆଡେ ଭୟର ମାହୋଲ। ଏଭଳି ସ୍ଥଳେ କଟକ ଏସ୍‌ସିବି ମେଡିକାଲର କରୋନା ୱାର୍ଡରୁ ଜଣେ ସନ୍ଦିଗ୍ଧ ଗୁରୁବାର ରାତିରୁ ଚମ୍ପଟ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ଭଦ୍ରକର ପି.ଏନ୍‌. ଏଜେନ୍ସିି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପି.ଏନ୍‌. ଏଜେନ୍ସିି...

ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର ଅଫିସ,୧୧ା୭: ହୀରାକୁଦ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳଭଣ୍ଡାରକୁ ଜଳର ପ୍ରବେଶ ମାତ୍ରା ବୃଦ୍ଧି ପାଇଛି । ଜଳଭଣ୍ଡାରରେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ରବିବାର...

Advertisement
Archives

Model This Week