ନାଟକ ଚାଲିଥିବା ବେଳେ ବାଣ ବିସ୍ଫୋରଣ: ୪ ଗୁରୁତର,୪ ଆହତ

ଆସିକା,୧୫।୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-ସୋରଡା ମୁଖ୍ୟରାସ୍ତାର ଧରାକୋଟ ଥାନା ଅନ୍ତର୍ଗତ କେ.ରାମଚନ୍ଦ୍ରପୁର (କଇଠରା) ଗ୍ରାମରେ ରବିବାର ସକାଳେ ବାଣ ବିସ୍ଫୋରଣ ଘଟି ୪ ଗୁରୁତର, ୪ ଆହତ ହୋଇଛନ୍ତି। ସକାଳେ ପୌରାଣିକ ନାଟକ ଚାଲିଥିଲା ବେଳେ ନାଟକର ଏକ ଦୃଶ୍ୟରେ ବାଣ ବିସ୍ଫୋରଣ ଘଟି ୮ରୁ ଊର୍ଦ୍ଧ୍ୱ ଦର୍ଶକ ଗୁରୁତର ହୋଇଥିଲେ । ସେମାନେ ହେଲେ ନାବାଳକ ଓମ୍‌ ରେଡି, ସୁମନ୍‌ ରେଡି, ରାଜା ଗୌଡ, ବିନୟ ଗୌଡ, ବିଜୟ ଗୌଡ, ବାବୁ ବିଷୋୟୀ, ଅରୁଣ ବିଷୋୟୀ ଓ ଚନ୍ଦନ ବିଷୋୟୀ। ସେମାନଙ୍କୁ ଚିକିତ୍ସା ଲାଗି ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବିଜୟ, ବାବୁ, ଅରୁଣ ଓ ଚନ୍ଦନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମଡେଲ ପ୍ରତ୍ୟାଶା: ଲକ୍ଷ୍ୟ ଆଇଆଇଟି ଇଞ୍ଜିନିୟର, ସଫଳ ମଡେଲ

ବାଲେଶ୍ୱର ଅଫିସ- ବାଲେଶ୍ୱର ସହରର ଝିଅ ପ୍ରତ୍ୟାଶା ପରିଜା। ମାତ୍ର ୧୨ବର୍ଷ ବୟସରୁ ସେ ପାଇସାରିଲେଣି ୭୦ରୁ ଊର୍ଦ୍ଧ୍ୱ ପୁରସ୍କାର। ମଡେଲିଂ ହେଉ କି ଡ୍ୟାନ୍ସ,...

ମିଲରଙ୍କ ମାଡ଼ରେ ଚାଷୀ ଗୁରୁତର

ମହାକାଳପଡ଼ା,୧୮ା୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ସେବା ସମବାୟ ସମିତିରେ ଜଣେ ଚାଷୀ ଗୁରୁବାର ଧାନ ବିକ୍ରି କରିବାକୁ ଯାଇ ମିଲରଙ୍କ...

କୁଇ ସମାଜ ପକ୍ଷରୁ ଥାନା ଘେରାଉ

କ.ନୂଆଗାଁ, ୧୩।୯- କନ୍ଧମାଳ ଜିଲା କୁଇ ସମାଜ ପକ୍ଷରୁ ଗୁରୁବାର କ.ନୂଆଗାଁ ଥାନା ଘେରାଉ କରାଯାଇଥିଲା। କୁଡୁଡୁଲି ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର...

ବାଲିମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର, ରାଜସ୍ବ ନୀରିକ୍ଷକ ଆହତ

ଲୋଇସିଂହା,୧୭।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଆଗଲପୁରରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ବାଲିମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ପ୍ରଭାକର ପଧାନ ଏବଂ ରାଜସ୍ବ...

ମ୍ୟାଲେରିଆ ନିରାକରଣ ନେଇ ବୈଠକ

ଛତ୍ରପୁର,୧ା୬(ଡି.ଏନ.ଏ.) -ଗଞ୍ଜାମ ଜିଲାରେ ମ୍ୟାଲେରିଆ ପ୍ରତିରୋଧକ ଅଭିଯାନ ତଥା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ କ୍ରିୟାନୁଷ୍ଠାନ କମିଟି...

ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀଙ୍କ ପଞ୍ଚଲିଙ୍ଗେଶ୍ୱର ଗସ୍ତ:‘ପୀଠର ବିକାଶ ଲାଗି ସାମୂହିକ ସହଯୋଗ ଲୋଡା’

ସଜନାଗଡ଼, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠକୁ ରବିବାର ସଂସ୍କୃତି, ପର୍ଯ୍ୟଟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗସ୍ତ କରିଥିଲେ।...

ସମସ୍ୟା ଘେରରେ କାଶୀନଗର ଏନ୍‌ଏସି

କାଶୀନଗର,୨୧ା୧୧: ଗଜପତି ଜିଲାର ଏକମାତ୍ର ଏନଏସି କାଶୀନଗର ସମସ୍ୟା ଘେରରେ ରହିଛି। ବେଶେଷକରି ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନଥିବା ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି।...

ପୋଲିଂ ବୁଥ୍‌କୁ ଗଲେ ଅଧିକାରୀ, କର୍ମଚାରୀ

ବାଲେଶ୍ୱର ଅଫିସ, ୨୮।୪-ରାଜ୍ୟର ୧୬ତମ ବିଧାନସଭା ନିର୍ବାଚନ ୨୦୧୯ର ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ୱର ଜିଲାରେ ୨୯ତାରିଖରେ ଅନୁଷ୍ଠିତ ହେବ। ଜିଲାର ୧୨ଟି ବ୍ଲକରେ ୧୮୮୭ଟି ପୋଲିଂ...

Advertisement
Archives

Model This Week