Posted inଜାତୀୟ

ନାଗରିକତ୍ୱ ବିଲ୍‌କୁ ନେଇ ଆସାମ, ତ୍ରିପୁରାରେ ବିରୋଧ ପ୍ରଦର୍ଶନ ଜାରି: ରଣଜୀ ଟ୍ରଫି ବାତିଲ

ଗୁଆହାଟି,୧୨।୧୨: ନାଗରିକତ୍ୱ(ସଂଶୋଧନ) ବିଲ୍‌ (ସିଏବି)କୁ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଜୋରଦାର ବିରୋଧ କରାଯାଉଛି। ସବୁଠାରୁ ଅଧିକ ବିରୋଧ ଆସାମରେ ଦେଖିବାକୁ ମିଳିଛି। ଏଠାରେ ଶହ ଶହ ଲୋକ ରାଜରାସ୍ତାକୁ ଓହ୍ଲାଇ ପୋଡାଜଳା ଓ ବିକ୍ଷୋଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସମକୁ ବିମାନ ସେବା ରଦ୍ଦ କରାଯାଇଛି। ଆସାମ ଏବଂ ତ୍ରିପୁରାରେ ଆୟୋଜିତ ହେବାକୁ ଥିବା ରଣଜୀ ଟ୍ରଫି ମ୍ୟାଚ୍‌ ମଧ୍ୟ ବନ୍ଦ କରିଦିଆଯାଇଛି। ଆସାମର ଦିବ୍ରୁଗଡରେ ଏହାକୁ ନେଇ ବ୍ୟାପକ ହିଂସାକାଣ୍ଡ ଘଟିବାରୁ ଏବେ ସେଠାରେ କର୍ଫ୍ୟୁ ଜାରି କରାଯାଇଛି। ଆନ୍ଦୋଳନକାରୀମାନେ ହିଂସାକାଣ୍ଡ ଘଟାଇବାରୁ ପୁଲିସ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ତେବେ ସ୍ଥିତି ଅଣାୟାତ୍ତ ହେବାରୁ ସ୍ଥାନୀୟ ପୁଲିସ୍କୁ ସହଯୋଗ କରିବା ପାଇଁ ଆର୍ମିକୁ ମୁତୟନ କରାଯାଇଛି। ସିଏବିକୁ ବିରୋଧ କରି ଗୌହାଟୀରେ ଥିବା ପ୍ରାୟ ସମସ୍ତ କଲେଜର ହଜାର ହଜାର ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇଛନ୍ତି। ହଜାର ହଜାର ଛାତ୍ରଛାତ୍ରୀ ଗୌହାଟୀ-ଶିଲଂ ରାସ୍ତାରେ ବିକ୍ଷୋଭ କରିବାରୁ ଯାତାୟାତ ଏକ ପ୍ରକାରର ବନ୍ଦ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସବୁଠୁ ଧନୀ ଦଳ

ନୂଆଦିଲ୍ଲୀ,୨୯ା୧: ଭାରତୀୟ ଜନତା ପାର୍ଟି (ଭାଜପା) ହେଉଛି ଦେଶର ସବୁଠୁ ଧନୀ ରାଜନୈତିକ ଦଳ। ୨୦୧୯-୨୦ରେ ୭ ଜାତୀୟ ଦଳ ସମ୍ପତ୍ତିର ମୂଲ୍ୟ ୬,୯୮୮.୫୭ କୋଟି...

ଭୁଲ ଟୁଇଟ୍‌କୁ ନେଇ ଉତ୍ତେଜନା: ଜମ୍ମୁ-କଶ୍ମୀରକୁ ଚାଇନାର ଅଂଶ ବୋଲି ଦର୍ଶାଯାଇଛି

ନୂଆଦିଲ୍ଲୀ, ୧୯।୧୦: ଟୁଇଟରରେ ଏକ ଭୁଲ ଟୁଇଟ୍‌ ନେଇ ଦେଶରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ନୀତୀନ ଏ. ଗୋଖଲେ ଟୁଇଟର ହ୍ୟାଣ୍ଡେଲରୁ ଅପଲୋଡ଼ କରାଯାଇଛି...

ଶାଶୁ-ବୋହୂ କଳି ଘରୋଇ ହିଂସା ମାମଲାରେ ଭିଡ଼ିଓ-ଫଟୋର ପ୍ରାମାଣିକତା ଜରୁରୀ, କହିଲେ କୋର୍ଟ…

ନୂଆଦିଲ୍ଲୀ, ୧୮।୪ : ଶାଶୁ ବୋହୂ କଳି ଭଳି ପାରିବାରିକ ହିଂସା ମାମଲାରେ ଭିଡ଼ିଓ ଏବଂ ଫଟୋର ପ୍ରମାଣ ଜରୁରୀ ବୋଲି ଦିଲ୍ଲୀର ଏକ କୋର୍ଟ...

ଭାରତ ପାଖରେ ପର୍ଯ୍ୟାପ୍ତ ଔଷଧ ଗଚ୍ଛିତ ଅଛି, ଭୟ କରିବାର ଆବଶ୍ୟକାତା ନାହିଁ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୧୪।୨: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଚାଇନାରେ ଏହି ଭାଇରସ ୧୪ଶହରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା...

ଜାଲିକାଟୁ ପ୍ରତିଯୋଗୀତା ସମୟରେ ଜଣଙ୍କର ମୃତ୍ୟୁ, ୮୦ ଆହତ

ମଦୁରାଇ,୧୫ ।୧: ତାମିଲନାଡୁ ମଦୁରାଇର ଅଭନିୟାପୁରମରେ ଅନୁଷ୍ଠିତ ହୋଇଥିବା ଜାଲିକାଟୁ ପ୍ରତିଯୋଗୀତାରେ ଶୁକ୍ରବାର ଜଣଙ୍କର ମୃତ୍ୟୁ ହେବା ସହ ୮୦ ଆହତ ହୋଇଥିବା ସୂଚନା ମିଳିଛି...

ମୋଦିଙ୍କ ୨.୦ ସରକାରକୁ ଏକ ବର୍ଷ: ୧୦ କୋଟି ଘରେ ପହଞ୍ଚିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରକୁ ଏକ ବର୍ଷ ପୂରଣ ବେହାକୁ ଯାଉଛି। ଏଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ତେବେ...

ଡିସେମ୍ବର ସୁଦ୍ଧା ଆସିବ କରୋନା ଟିକା!

ମୁମ୍ବାଇ.୧୧।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଏବେ ଏହାର ଟିକା ବା ଭ୍ୟାକ୍ସିନକୁ ନେଇ ଚାଲିଛି ଗବେଷଣା। ଆଉ ଗୋଟିଏ...

ଅଲ କାଏଦା ମୁଖ୍ୟଙ୍କ ମୃତ୍ୟୁ ସମ୍ପର୍କରେ ଭାରତ ପାଖରେ ରହିଥିଲା ସୂଚନା!

ନୂଆଦିଲ୍ଲୀ/ୱାଶିଂଟନ,୨ ।୮: କାବୁଲରେ ଆମେରିକାର ଡ୍ରୋନ ଆକ୍ରମଣରେ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ମୁଖ୍ୟ ଅଲ-ଜବାହିରିଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପଟେ ଏହି ଅପରେଶନରେ...

Advertisement
Archives

Model This Week