Posted inଖେଳ

ନାଇକ୍‌ର ହାଇଟେକ୍‌ ବୁଟ୍‌ ଉପରେ ଲାଗିପାରେ ବ୍ୟାନ୍‌

ମୋନାକୋ,୧୮।୧- ବିଶ୍ୱର ଅନ୍ୟତମ କ୍ରୀଡ଼ା ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ନାଇକ୍‌ର ଅତି ଉନ୍ନତର ଭାପୋରଫ୍ଲାଇ ବୁଟ୍‌ ଉପରେ ଲାଗିପାରେ ବ୍ୟାନ୍‌। ଅତି ଉନ୍ନତ ଟେକ୍‌ନୋଲୋଜି ବ୍ୟବହାର ହୋଇଥିବାରୁ ବୁଟ୍‌ର ବିକ୍ରି ବଢ଼ିଯାଇଛି। ଭାପୋରଫ୍ଲାଇ ବୁଟ୍‌ରେ ଅଧିକ ସ୍ପ୍ରିଙ୍ଗ୍‌, କାର୍ବନ ପ୍ଲେଟ୍‌ ଓ ଫୋମର ବ୍ୟବହାର କରାଯାଇଛି, ଯାହାକି ରନରଙ୍କ ପ୍ରତ୍ୟେକ ଷ୍ଟେପର ବ୍ୟବଧାନ ବୃଦ୍ଧି କରିବାରେ ସାହାଯ୍ୟକରେ। ଏହାକୁ ବ୍ୟବହାରକରି ଚାମ୍ପିୟନ କେନୀୟ ରନର ଇଲିଡ କିପଚୋଗ ଓ ବ୍ରିଗିଡ କୋସଗେଇ ଗତବର୍ଷ ଚମତ୍କାର ପ୍ରଦର୍ଶନ କରିଥିଲେ। କିନ୍ତୁ ଏନ୍‌ପିଡି ଗ୍ରୁପ୍‌ର ପରାମର୍ଶଦାତା ମାଟ୍ଟ ପାଓ୍ବେଲ କହିଛନ୍ତି, ବିବାଦ ଯୋଗୁ ବୁଟ୍‌ର ବିକ୍ରି ବଢ଼ିବ। ଭାପୋରଫ୍ଲାଇ ବୁଟ୍‌ ଅଧିକ ପ୍ରସ୍ତୁତ କରାଯାଇନାହିଁ। ଏଣୁ ବ୍ୟାନ୍‌ ହେଲେ ଆର୍ଥିକ କ୍ଷତି ହେବ ନାହିଁ। ଆମେଚର ରନରମାନେ ଏହାକୁ ଏବେ ମଧ୍ୟ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି। ବିଶ୍ୱ ଆଥ୍‌ଲେଟିକ୍ସ ଏହି ହାଇଟେକ ବୁଟ୍‌କୁ ମାସ ହେଲା ପରୀକ୍ଷା କରୁଛି। ଏଣୁ ବୁଟ୍‌ର ହୋଲ୍‌ସେଲ ବିକ୍ରି ଉପରେ ବ୍ୟାନ୍‌ ଲଗାଯାଇପାରେ କିମ୍ବା ବୁଟ୍‌ରେ ବ୍ୟବହୃତ କାର୍ବନ ପ୍ଲେଟ୍‌ ଓ ଫୋମ ସୋଲ ଟେକ୍‌ନୋଲୋଜି ବ୍ୟବହାରର ସୀମା ଧାର୍ଯ୍ୟ କରାଯାଇପାରେ। ଉଲ୍ଲେଖଥାଉ, ଭାପୋରଫ୍ଲାଇ ବୁଟ୍‌ ବ୍ୟବହାରକରି କିପଚୋଗ ଇତିହାସରେ ପ୍ରଥମ ଥର ପାଇଁ ମାରାଥନକୁ ୨ ଘଣ୍ଟା ମଧ୍ୟରେ ଶେଷ କରିଥିଲେ। ଉକ୍ତ ବୁଟ୍‌ର ମୂଲ୍ୟ ୨୫୦ ଡଲାର। ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୭.୭ ହଜାର ଟଙ୍କାରୁ ଊର୍ଦ୍ଧ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଙ୍କଟରେ ୩ ବିଶ୍ୱ ରେକର୍ଡ

ଲିଡ୍ସ,୫।୭- ଏଠାରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କ ନିକଟରେ ୩ ବିଶ୍ୱ ରେକର୍ଡ ଅଧିକାରୀ...

ଡିସି ପାଇଁ ୧୯୮ରନର ବିଜୟ ଲକ୍ଷ୍ୟ ରଖିଲା ଏସଆରଏଚ…

ନୂଆଦିଲ୍ଲୀ,୨୯।୪ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୪୦ତମ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଦଳ ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)...

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ: ପ୍ରଥମ ଟେଷ୍ଟ ପୂର୍ବରୁ ଦିବାରାତ୍ର ଓ୍ବାର୍ମଅପ୍‌ ଗେମ୍‌

ମେଲବୋର୍ନ, ୨୯।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପରେ ଭାରତୀୟ କ୍ରିକେଟ ଦଳ ୬୯ ଦିନିଆ ଗସ୍ତରେ ଅଷ୍ଟ୍ରେଲିଆ ଯିବ। ଏଥିପାଇଁ ଆୟୋଜକ ବୋର୍ଡ ପକ୍ଷରୁ...

ବର୍ଷା ଲାଗି ବାତିଲ ହେଲା ୨ ମ୍ୟାଚ୍‌

ମେଲବୋର୍ନ,୨୮ା୧୦: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି ୨୦ ବିଶ୍ୱକପ୍‌ର ଦୁଇଟି ମ୍ୟାଚ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ୍‌...

ରୟାଲ ଚ୍ୟାଲେଞ୍ଜର୍ସ ଏଲିମିନେଟ୍‌

ଆବୁଧାବି, ୭।୧୧- ଖରାପ ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚରେ...

ପୂଜାରାଙ୍କୁ ଆଖି ଦେଖାଉଥିବା ବୋଲର୍‌ଙ୍କୁ କନ୍ଦାଇଲେ ଯାଦବ

ଓଭାଲ୍‌,୭।୯: ଓଭାଲ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରିଛି। ଖେଳର ପଞ୍ଚମ ଦିନରେ ଭାରତୀୟ ବୋଲରମାନେ ଓଭାଲ ପିଚରେ ଚମତ୍କାର ବୋଲିଂ କରି...

ଐତିହାସିକ ସିରିଜ୍‌ ଜିତିଲା ଆୟର୍ଲାଣ୍ଡ

ଜାମାଇକା,୧୭।୧: ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜ ଠାରୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଅପ୍ରତ୍ୟାଶିତ ଭାବେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୧ରେ ଜିତି ନେଇଛି ଆୟର୍ଲାଣ୍ଡ।...

ଆଇପିଏଲ୍‌ କ୍ୟାମ୍ପ ସ୍ଥଗିତ

ନୂଆଦିଲ୍ଲୀ, ୧୬ା୩ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୮ଫ୍ରାଞ୍ଚାଇଜ୍‌ ସେମାନଙ୍କ ପ୍ରି-ଟୁର୍ନାମେଣ୍ଟ କ୍ୟାମ୍ପକୁ ବାତିଲ କରିଛନ୍ତି। କରୋନା ଭାଇରସ୍‌ ଆଶଙ୍କା ଲାଗି ବ୍ୟୟବହୁଳ ଇଭେଣ୍ଟକୁ ମାର୍ଚ୍ଚ...

Advertisement
Archives

Model This Week