ନାଁ ବଦଳାଇ ପୁଣି ଜବରଦଖଲ: ରଙ୍ଗିଲା ହଟିଲା, ତାରିଣୀ ଲାଗିଲା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ପ୍ରବଳ ଉତ୍ତେଜନା ଓ ଆନ୍ଦୋଳନ ପରେ ଉଚ୍ଛେଦ ହୋଇଥିଲା ମାଷ୍ଟରକ୍ୟାଣ୍ଟିନ ବସ୍‌ ଟର୍ମିନାଲ ନିକଟରେ ଜବରଦଖଲରେ ଥିବା ରଙ୍ଗିଲା ଢାବା। ମୁଖ୍ୟ ଶାସନ ସଚିବଙ୍କ ଚିଠି ଓ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଆଧାରରେ ବିଏମ୍‌ସି ପ୍ରଥମେ ଉକ୍ତ ଢାବାକୁ ଥଇଥାନ କରିଥିଲା। ଏହାପରେ ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଜୁଲାଇ ୧୫ରେ ସରକାରୀ ଜମି ପ୍ଲଟ୍‌ ନଂ. ୯୫୫ ଓ ୧୪୮୯ରେ ଥିବା ରଙ୍ଗିଲା ଢାବା ସହ ଏକ ସାଇକେଲ ଷ୍ଟାଣ୍ଡ୍‌କୁ ସେଠାରୁ ହଟାଇଥିଲା। ମାତ୍ର ମାସକ ନ ପୂରୁଣୁ ଉକ୍ତ ସରକାରୀ ପ୍ଲଟ୍‌ରେ ପୁଣି ଜବରଦଖଲ ଗଢ଼ି ଉଠିଥିଲା। ରଙ୍ଗିଲା ବଦଳରେ ତାରିଣୀ ହୋଟେଲର ବୋର୍ଡ ଲଗାଯାଇ ବେପାର ଆରମ୍ଭ ହୋଇଛି। ଅଧରାତି ଯାଏ ଉକ୍ତ ଢ଼ାବା ଖୋଲା ରହି ଅସାମାଜିକଙ୍କ ଆଡ୍ଡା ଜମୁଥିଲେ ମଧ୍ୟ ପୋଲିସ ଓ ପ୍ରଶାସନ କେହିହେଲେ ମୁହଁ ଖୋଲୁନାହାନ୍ତି।
ସୂଚନାଯୋଗ୍ୟ, ଢ଼ାବା ଯୋଗୁ ମୋ ବସ୍‌ ଚଳାଚଳ ପ୍ରଭାବିତ ହେଉଥିବାରୁ କ୍ରୁଟ କର୍ତ୍ତୃପକ୍ଷ ଏନେଇ ବିଡିଏକୁ ଅବଗତ କରାଇଥିଲେ। ଏଥିସହ ବସ୍‌ କର୍ମଚାରୀଙ୍କୁ ଦୁର୍ବ୍ୟବହାର ସହ ଧମକଚମକ ଦେଉଥିବା ଜଣାଇଥିଲେ। ଏପିରକି ଏହାର ପ୍ରତିବାଦରେ ୩୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟ ବନ୍ଦ କରି ବସ୍‌ ଟର୍ମିନାଲରେ ଧାରଣା ଦେଇଥିଲେ। ଏହାପରେ ଉକ୍ତ ଢାବାକୁ ଉଚ୍ଛେଦ କରାଯାଇଥିଲା। ଏବେ ସେଠାରେ ପୁଣି ଜବରଦଖଲ ହୋଇଛି। ଏ ସଂକ୍ରାନ୍ତରେ ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଅଧିକାରୀ ପ୍ରମୋଦ ପାତ୍ର କହିଛନ୍ତି, ରଙ୍ଗିଲା ସେଠାରେ ପୁଣିଥରେ ଢାବା ଆରମ୍ଭ କରିବା ନେଇ ମୋ’ବସ୍‌ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ହେଲେ ଢାବା ମାଲିକ ହାଇକୋର୍ଟ କାଗଜପତ୍ର ଦେଖାଉଛନ୍ତି। ତାହାକୁ ଆମେ ବିଏମ୍‌ସିକୁ ହସ୍ତାନ୍ତର କରିଛୁ, କର୍ତ୍ତୃପକ୍ଷ ଯାହା କରିବେ। କିନ୍ତୁ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଅବନୀକାନ୍ତ ପଟ୍ଟନାୟକ ଜାଣି ନ ଥିବା କହି ଜୋନାଲ ଡେପୁଟି କମିଶନର ରୂପକ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। ପଟ୍ଟନାୟକ କୁହନ୍ତି, ବିଡିଏ କର୍ତ୍ତୃପକ୍ଷ ଏନେଇ ଜଣାଇଛନ୍ତି। କିନ୍ତୁ ଉକ୍ତ ଘଟଣାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ମାମଲାଟି ବିଏମ୍‌ସିର ଆଇନ୍‌ ବିଭାଗ ନିକଟରେ ପଡ଼ିରହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଆଇନ ବିଭାଗ ଦାୟିତ୍ୱରେ ଥିବା ଡେପୁଟି କମିଶନର ଆଶୋକ ମହାନ୍ତି ଉକ୍ତ କାଗଜପତ୍ର ସଂକ୍ରାନ୍ତରେ କିଛି ଜାଣି ନ ଥିବା କହିଛନ୍ତି। ତେବେ ଅଧିକାରୀଙ୍କ ମଧ୍ୟରେ ତାଳମେଳ ନ ରହିବା ଓ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଯାଉଥିବାରୁ ନାନା ପ୍ରଶ୍ନକରିଛନ୍ତି ସାମାଜିକ କର୍ମୀ ନାରାୟଣଚନ୍ଦ୍ର ଓଝା। ସେ କୁହନ୍ତି, ସହରରେ ବହୁ ସ୍ଥାନରେ ଉଚ୍ଛେଦ ପରେ ଜମିମାଫିଆମାନେ ଅଧିକାରୀଙ୍କ ଜାଣତରେ ହିଁ ପୁଣି ଜବରଦଖଲ କରୁଛନ୍ତି। ଏହାର ଠିକ୍‌ ତଦନ୍ତ ଆବଶ୍ୟକ। ହେଲେ ବିଭାଗୀୟ ଅଧିକାରୀମାନେ ନିରପେକ୍ଷତା ଭୁଲିଗଲେଣି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରାହୁଲ ଗାନ୍ଧୀ ନିଜେ ଏକ ବଡ଼ ପରିହାସ’: କଂଗ୍ରେସକୁ ଟାର୍ଗେଟ କଲା DMK,ଦଳ ଉପରେ ଲଗାଇଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୬।୬: ଦେଶବ୍ୟାପୀ ଚାଲିଥିବା ରାଜନୈତିକ ଉଷ୍ମତା ମଧ୍ୟରେ, ବିରୋଧୀ ମେଣ୍ଟ (ଇଣ୍ଡିଆ ବ୍ଲକ) ଭିତରେ ଫାଟ ଏବେ ଖୋଲାଖୋଲି ଭାବରେ ଦେଖାଦେଇଛି। ତାମିଲନାଡୁରେ କ୍ଷମତା ହାସଲ କରୁଥିବା…

ପାଉଁଶ ବୋଝେଇ ହାଇୱାକୁ ପିଟିଲା ବାଇକ୍, ଡ଼ାକ୍ତରଖାନା ନେବା ବେଳେ ଅଧାବାଟରେ ମୃତ୍ୟୁ

ଲାଞ୍ଜିଗଡ,୧୬।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ହାଇୱା ସହିତ ବାଇକ ଧକ୍କା ହୋଇଛି । ଚିକିତ୍ସାଧୀନ…

ଆମେରିକା-ଇରାନ ଶାନ୍ତି ଚୁକ୍ତିରେ ପୁଣି ନୂଆ ପେଞ୍ଚ; ଟ୍ରମ୍ପ ୩୦୦ ବିଲିୟନ ଡଲାର ପ୍ରଦାନ ଦାବିକୁ କହିଲେଣି…

ଓ୍ବାଶିଂଟନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ଏହି ଶାନ୍ତି ଚୁକ୍ତିନାମା ଅନୁଯାୟୀ, ଆମେରିକା ଇରାନକୁ ୩୦୦ ବିଲିୟନ ଡଲାର ସହାୟତା…

କ୍ଷଣିକରେ ଖୁସି ପାଲଟିଲା ଦୁଃଖ, ରୋଟାଭେଟରରେ କାଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି,୧୬।୬(ପ୍ରଶାନ୍ତ କୁମାର ବିଶ୍ବାଳ): ରୋଟାଭେଟରରେ କାଟି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆ ରୋଟାଭେଟର ଆଣି ଖୁସିରେ ଟ୍ରାଏଲ କରିବା ପରେ ବନ୍ଦକରିବାକୁ ଯାଇ…

ହ୍ବାଇଟ ହାଉସରେ ଇତିହାସର ସବୁଠାରୁ ମହଙ୍ଗା UFC ଶୋ; ରାଷ୍ଟ୍ରପତି ଟ୍ରମ୍ପ ଅନନ୍ୟ ଶୈଳୀରେ ପାଳନ କଲେ ୮୦ତମ ଜନ୍ମଦିନ, ଖର୍ଚ୍ଚ ଜାଣିଲେ…

ଓ୍ବାଶିଂଟନ,୧୬।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ୮୦ତମ ଜନ୍ମଦିନକୁ ପ୍ରକୃତରେ ଅନନ୍ୟ ଏବଂ ସ୍ମରଣୀୟ ଢଙ୍ଗରେ ପାଳନ କରିଥିଲେ। ଏହି ବିଶେଷ ଅବସର ପାଇଁ, ହ୍ବାଇଟ…

ବିଏମ୍‌ସିରେ ବଢୁଛି କୁକୁର କାମୁଡ଼ା, ୨ ମାସରେ….

ଭୁବନେଶ୍ୱର,୧୫।୬ (ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ୨୦୩୦ ସୁଦ୍ଧା ଜଳାତଙ୍କ ମୁକ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଇତିମଧ୍ୟରେ ବିଏମ୍‌ସି ପକ୍ଷରୁ ୭୫ ପ୍ରତିଶତ…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ୩୩ତମ ସର୍ବୋଚ୍ଚ ବିଦେଶୀ ସମ୍ମାନ; ସ୍ଲୋଭାକିଆ ରାଷ୍ଟ୍ରପତି ଦେଲେ ‘ଦି ଅର୍ଡର ଅଫ ଦି ହ୍ବାଇଟ ଡବଲ କ୍ରସ’

ବ୍ରାଟିସଲାଭା,୧୬।୬: ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ପୁଣିଥରେ ତାଙ୍କୁ ଏକ ମର୍ଯ୍ୟାଦାଜନକ ବିଦେଶୀ ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲେଗ୍ରୀନି ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri