Posted inଖେଳ

ନମ୍ବର ୪ ହେଉଛି ମୋ ଫେଭରାଇଟ୍‌: ରାହାନେ

କୋଲକାତା, ୪।୮(ପି.ଟି.)- ବିଶ୍ୱକପ୍‌ ପାଇଁ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖାର ଶିକାର ହୋଇଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରହାନେ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରଜରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ। ଗତ ମେ ଓ ଜୁଲାଇରେ ୮ଟି କାଉଣ୍ଟି ଚାମ୍ପିୟନଶିପ୍‌ ମ୍ୟାଚ୍‌ ଖେଳିଥିବା ରାହାନେ ବ୍ୟାଟିଂ କ୍ରମର ୪ ନମ୍ବର ସ୍ଥାନ ତାଙ୍କର ଫେଭରାଇଟ ବୋଲି କହିଛନ୍ତି। ଟେଷ୍ଟ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତ ହୋଇଥିବା ରାହାନେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ କରିବା ପୂର୍ବରୁ ରାହୁଲ ଡ୍ରାଭିଡଙ୍କ ତତ୍ତ୍ୱାବଧାନରେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ପ୍ରସ୍ତୁତି ଚଳାଇଛନ୍ତି। ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିବାରୁ ବେଙ୍ଗାଲୁରୁରେ ସେ ଫିଟ୍‌ନେସ୍‌ ନେଇ ପ୍ରସ୍ତୁତି ଜାରି ରଖିଛନ୍ତି। ଆଉଟ୍‌ଡୋର ଟ୍ରେନିଂ ପାଇଁ ବେଙ୍ଗାଲୁରୁ ଶ୍ରେଷ୍ଠ ସ୍ଥାନ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି ଚଳାଇଛି ବୋଲି କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓ ଅଲିମ୍ପିକ୍ସ: ନୂଆ କରୋନା ନିୟମ ଲାଗୁ କଲା ଜାପାନ

ଟୋକିଓ,୧୦।୪(ପି.ଟି.): ଆଗକୁ ଅଲିମ୍ପିକ୍ସ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ଆୟୋଜକ ଜାପାନ କୋଭିଡ୍‌-୧୯ର ବର୍ଦ୍ଧିତ ପ୍ରଭାବକୁ ଦୃଷ୍ଟିରେ ରଖି ନୂଆ ନିୟମ ଜାରି ରଖିଛି। ରାଜଧାନୀ...

କ୍ୟାପଟେନ କୁଲଙ୍କ ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ କାର୍ଯ୍ୟକଳାପ, ଫ୍ୟାଶନ ଓ ହେୟାର ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହେଲେ...

ରାଜସ୍ଥାନକୁ ହରାଇ ଦିଲ୍ଲୀ ଶୀର୍ଷରେ

ଜୟପୁର, ୨୩ା୪ (ପି.ଟି.)-ସ୍ଥାନୀୟ ସଓ୍ବାଇ ମାନସିଂ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏକ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ଅଜିଙ୍କ୍ୟ ରାହାନେ ଅପରାଜିତ ଶତକ ହାସଲ...

ନୋ’ ବଲ୍‌ ସବୁ ବିଗାଡି ଦେଲା: ଭାରତ ବିଶ୍ୱକପ୍‌ରୁ ବିଦା

ଖ୍ରୀଷ୍ଟଚର୍ଚ୍ଚ,୨୭।୩: ମହିଳା ବିଶ୍ୱକପ୍‌ରୁ ବାଦ୍‌ ପଡିଛି ଭାରତୀୟ ମହିଳା ଦଳ। ଭାରତୀୟ ଦଳର ସେମିଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ ଭାଙ୍ଗି ଯାଇଛି। ମିତାଲି ରାଜଙ୍କ ନେତୃତ୍ୱରେ...

ଦୀପକ, ହୁସାମୁଦ୍ଦିନ, ନିଶାନ୍ତ ପଦକ ନିଶ୍ଚିତ କଲେ

ତାସକେଣ୍ଟ, ୧୧।୫ (ପି.ଟି.): ବକ୍ସର ଦୀପକ ଭୋରିଆ (୫୧ କେଜି), ମହମ୍ମଦ ହୁସାମୁଦିନ (୫୭ କେଜି) ଓ ନିଶାନ୍ତ ଦେବ (୭୧ କେଜି) ଚଳିତ ବିଶ୍ୱ...

କେରଳ ବ୍ଳାଷ୍ଟର୍ସର ପ୍ରଥମ ବିଜୟ

ବାମ୍ବୋଲିମ (ଗୋଆ),୨୮ା୧୨: ସ୍ଥାନୀୟ ଜିଏମ୍‌ସି ଆଥଲେଟିକ୍‌ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଏକ ମ୍ୟାଚରେ କେରଳ ବ୍ଳାଷ୍ଟର୍ସ ୨-୦ ଗୋଲରେ...

୧୯୦ ରନ୍‌ରେ ଖେଳୁଥିବାବେଳେ କୋହଲିଙ୍କୁ ଏମିତି କିଛି କହୁଥିଲେ ଇଶାନ କିଶନ

ଢାକା,୧୧।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ବାଂଲାଦେଶ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ବିସ୍ଫୋରକ ଇଂନିସ ଖେଳିଥିଲେ। ଚଟ୍ଟୋଗ୍ରାମରେ ଖେଳାଯାଇଥିବା ମ୍ୟାଚରେ କିଶନ...

ଭାରତୀୟ ଦଳ ପାଇଁ ଖରାପ ଖବର,ହସ୍ପିଟାଲ ଗଲେ ଏହି ଖେଳାଳି

ଚେନ୍ନାଇ,୧୬।୨: ଚେନ୍ନାଇ ଟେଷ୍ଟରେ ଭାରତୀୟ ଦଳ ବିଜୟ ଆଡକୁ ଗତି କରିଛି। ଏହି ଟେଷ୍ଟରେ ଯଦିଓ ଭାରତ ବିଜୟ ସୁନିଶ୍ଚିତ ରହିଛି, କିନ୍ତୁ ଭାରତୀୟ ଦଳ...

Advertisement
Archives

Model This Week