Posted inଜାତୀୟ

ନବରାତ୍ରୀରେ ନୂଆ ପାର୍ଟିର ଘୋଷଣା କରିବେ ଆଜାଦ, ପଞ୍ଜିକରଣ ପାଇଁ ତିନି ସଦସ୍ୟ ବିଶିଷ୍ଟ ଟିମ କରୁଛନ୍ତି କାମ

ଜମ୍ମୁ,୨୨ ।୯: ପ୍ରାୟ ଏକ ମାସ ହେବ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବି ଆଜାଦ ତାଙ୍କ ନୂଆ ଦଳର ନାମର ଘୋଷଣା ନବରାତୀରେ କରିବେ । ଆସନ୍ତା ସପ୍ତାହରେ ଏହାର ଘୋଷଣା ହୋଇପାରେ । ଏହାପରେ ଦଳ ନିର୍ବାଚନ କମିଶନରଙ୍କ ନିକଟରେ ଏହାର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିବ । ଏଥିରେ ଦଳର ନିର୍ବାଚନ ଚିହ୍ନ ଓ ପତାକା ସାମିଲ ହେବ ।
ଆଜାଦଙ୍କ ସହ ଜଡିତ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳର ନାଁ ଘୋଷଣା ୨୬ ବା ୨୭ ସେପ୍ଟେମ୍ବରରେ ହୋଇପାରେ । ଦଳର ନାମକୁ ନେଇ ମନ୍ଥନ ହେବା ପରେ ପ୍ରାୟତଃ ଏହାକୁ ଶେଷ ରୂପ ଦିଆଯାଇ ସରିଛି । ଆଉ କେତେଜଣ ଶୁଭଚିନ୍ତକଙ୍କ ସହ ନାମକୁ ନେଇ ଚର୍ଚ୍ଚା ଚାଲିଛି । ଦଳର ନାମ ଓ କାମ ଉଭୟ ଧର୍ମନିରପେକ୍ଷ ଛବିକୁ ପ୍ରଦର୍ଶିତ କରିବ ।
ଦଳର ନିୟମ ଓ ସର୍ତ୍ତ ସ୍ଥିର କରିବାକୁ ୩ ସଦସ୍ୟ ବିଶିଷ୍ଟ ସମିତି ଗଠନ କରାଯାଇଛି ଯେଉଁମାନେ ଦିଲ୍ଲୀରେ ତାଙ୍କ କାମ ଯୁଦ୍ଧ କାଳିନ ଭିତ୍ତିରେ କରୁଛନ୍ତି । ଏଥିରେ ସମସ୍ତ ଆଇନଗତ ପ୍ରକ୍ରିୟାଠାରୁ ଅନ୍ୟ ପ୍ରକ୍ରିୟାର ନିୟମ ଉପରେ ଚର୍ଚ୍ଚା କରାଯାଇ ଏହାକୁ ଅନ୍ତିମ ରୂପ ଦେବାକୁ ପ୍ରସ୍ତୁତି ଚାଲିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ଦଳର ନାମ ସହିତ ଦଳ ଜମ୍ମୁ-କଶ୍ମୀରର ପଦାଧିକାରୀଙ୍କ ନାମ ବି ଘୋଷଣା ହୋଇପାରେ । ଏହାପରେ ଜିଲା ଓ ବ୍ଲକସ୍ତରୀୟ କମିଟି ଗଠନ କରାଯିବ । ନୂଆ ଦଳ ଗଠନ ପରେ ଆଜାଦ ଜମ୍ମୁ ଓ କଶ୍ମୀର ଯାତ୍ରା କରିବାର ଯୋଜନା ରହିଛି । ଯାହାଦ୍ୱାରା ସେ ସ୍ଥାନୀୟ ସ୍ତରରେ ଦଳର ନାମ ଘୋଷଣା କରିପାରିବେ । ଏହାସହ ଭୋଟରଙ୍କୁ ଏହା ବି ଭରା ଦିଆଯିବ କି ଦଳ ହେଉଛି ସେମାନଙ୍କର ଅସଲ ସାଥି । ଆଜାଦଙ୍କ ବିଶ୍ୱାସ ପାତ୍ର ତଥା ପୂର୍ବତନ ମନ୍ତ୍ରୀ ଜିଏମ ସରୁରୀ କହିଛନ୍ତି ଦଳର ନାମ ଓ ଜମ୍ମୁ-କଶ୍ମୀର ଅଧ୍ୟକ୍ଷର ଘୋଷଣା ଖୁବଶୀଘ୍ର କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri