Posted inଜାତୀୟ

ନବରାତ୍ରୀରେ ନୂଆ ପାର୍ଟିର ଘୋଷଣା କରିବେ ଆଜାଦ, ପଞ୍ଜିକରଣ ପାଇଁ ତିନି ସଦସ୍ୟ ବିଶିଷ୍ଟ ଟିମ କରୁଛନ୍ତି କାମ

ଜମ୍ମୁ,୨୨ ।୯: ପ୍ରାୟ ଏକ ମାସ ହେବ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବି ଆଜାଦ ତାଙ୍କ ନୂଆ ଦଳର ନାମର ଘୋଷଣା ନବରାତୀରେ କରିବେ । ଆସନ୍ତା ସପ୍ତାହରେ ଏହାର ଘୋଷଣା ହୋଇପାରେ । ଏହାପରେ ଦଳ ନିର୍ବାଚନ କମିଶନରଙ୍କ ନିକଟରେ ଏହାର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିବ । ଏଥିରେ ଦଳର ନିର୍ବାଚନ ଚିହ୍ନ ଓ ପତାକା ସାମିଲ ହେବ ।
ଆଜାଦଙ୍କ ସହ ଜଡିତ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳର ନାଁ ଘୋଷଣା ୨୬ ବା ୨୭ ସେପ୍ଟେମ୍ବରରେ ହୋଇପାରେ । ଦଳର ନାମକୁ ନେଇ ମନ୍ଥନ ହେବା ପରେ ପ୍ରାୟତଃ ଏହାକୁ ଶେଷ ରୂପ ଦିଆଯାଇ ସରିଛି । ଆଉ କେତେଜଣ ଶୁଭଚିନ୍ତକଙ୍କ ସହ ନାମକୁ ନେଇ ଚର୍ଚ୍ଚା ଚାଲିଛି । ଦଳର ନାମ ଓ କାମ ଉଭୟ ଧର୍ମନିରପେକ୍ଷ ଛବିକୁ ପ୍ରଦର୍ଶିତ କରିବ ।
ଦଳର ନିୟମ ଓ ସର୍ତ୍ତ ସ୍ଥିର କରିବାକୁ ୩ ସଦସ୍ୟ ବିଶିଷ୍ଟ ସମିତି ଗଠନ କରାଯାଇଛି ଯେଉଁମାନେ ଦିଲ୍ଲୀରେ ତାଙ୍କ କାମ ଯୁଦ୍ଧ କାଳିନ ଭିତ୍ତିରେ କରୁଛନ୍ତି । ଏଥିରେ ସମସ୍ତ ଆଇନଗତ ପ୍ରକ୍ରିୟାଠାରୁ ଅନ୍ୟ ପ୍ରକ୍ରିୟାର ନିୟମ ଉପରେ ଚର୍ଚ୍ଚା କରାଯାଇ ଏହାକୁ ଅନ୍ତିମ ରୂପ ଦେବାକୁ ପ୍ରସ୍ତୁତି ଚାଲିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ଦଳର ନାମ ସହିତ ଦଳ ଜମ୍ମୁ-କଶ୍ମୀରର ପଦାଧିକାରୀଙ୍କ ନାମ ବି ଘୋଷଣା ହୋଇପାରେ । ଏହାପରେ ଜିଲା ଓ ବ୍ଲକସ୍ତରୀୟ କମିଟି ଗଠନ କରାଯିବ । ନୂଆ ଦଳ ଗଠନ ପରେ ଆଜାଦ ଜମ୍ମୁ ଓ କଶ୍ମୀର ଯାତ୍ରା କରିବାର ଯୋଜନା ରହିଛି । ଯାହାଦ୍ୱାରା ସେ ସ୍ଥାନୀୟ ସ୍ତରରେ ଦଳର ନାମ ଘୋଷଣା କରିପାରିବେ । ଏହାସହ ଭୋଟରଙ୍କୁ ଏହା ବି ଭରା ଦିଆଯିବ କି ଦଳ ହେଉଛି ସେମାନଙ୍କର ଅସଲ ସାଥି । ଆଜାଦଙ୍କ ବିଶ୍ୱାସ ପାତ୍ର ତଥା ପୂର୍ବତନ ମନ୍ତ୍ରୀ ଜିଏମ ସରୁରୀ କହିଛନ୍ତି ଦଳର ନାମ ଓ ଜମ୍ମୁ-କଶ୍ମୀର ଅଧ୍ୟକ୍ଷର ଘୋଷଣା ଖୁବଶୀଘ୍ର କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

ଗୟାରେ ଗର୍ଜିଲେ ମୋଦି, ବିରୋଧୀଙ୍କୁ କଲେ ଟାର୍ଗେଟ

ଗୟା,୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଗୟାଠାରେ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି ଏବଂ କିଛି ସମୟ ପରେ ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri