Posted inଜାତୀୟ

ନବଜାତ ଶିଶୁପୁତ୍ରଙ୍କ ନାମ ‘ନାଗରିକତା’ ରଖିଲେ ଶରଣାର୍ଥୀ ମହିଳା

ନୂଆଦିଲ୍ଲୀ,୧୨।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏବେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣ-ମୁସଲମାନ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିପାରିବ। ଏହି ଖୁସିରେ ଜନ୍ମ ହୋଇଥିବା ନବଜାତ ଶିଶୁପୁତ୍ରଙ୍କ ନାମ ନାଗରିକତା ରଖିଛନ୍ତି ଜଣେ ଶରଣାର୍ଥୀ ମହିଳା। ଶିଶୁପୁତ୍ରର ଜନ୍ମ ସୋମବାର ହୋଇଥିଲା। ଦିଲ୍ଲୀର ମଜନୁ ଟିଲାରେ ବାସ କରୁଥିବା ଏହି ମହିଳା ଜଣକ ପାକିସ୍ତାନରୁ ଆସିଛନ୍ତି। ଶିଶୁପୁତ୍ରର ନାମ ଏପରି ରଖାଯାଇଥିବା ନେଇ ବୁଢ଼ୀମା ମୀରା ଦାସ କହିଛନ୍ତି। ଗତ ୭ ବର୍ଷ ଧରି ସେମାନେ ଭାରତୀୟ ନାଗରିକତା ପାଇଁ ଅପେକ୍ଷା କରିଥିବା ଶିଶୁପୁତ୍ରଙ୍କ ମା ଆରତୀ କହିଛନ୍ତି। ଏବେ ସେମାନେ ଭାରତର ନାଗରିକ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେବା ପାଇଁ ଖଟିଆରେ ବୁହା ହୋଇ ଆସିଲେ ଶତାୟୁ: ଭିଡିଓ ଭାଇରାଲ

କାଟିହାର,୭।୧୧-ବିହାର ବିଧାନସଭା ନିର୍ବାଚନ ପାଇଁ ଶନିବାର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ଏପରିସ୍ଥିତିରେ ନିଜର ମତଦାନ ସାବ୍ୟସ୍ତ କରିବା  ପାଇଁ କାଟିହର ଜିଲାର ସୁଖଦେବ...

ପୁଣି ଅସ୍ଥାୟୀ ଭାବେ ମଙ୍ଗ ସମ୍ଭାଳିବେ ସୋନିଆ

ନୂଆଦିଲ୍ଲୀ,୨୨।୮: ପୁଣି ୬ ମାସ ଯାଏ କଂଗ୍ରେସର ମଙ୍ଗ ଧରିବେ ସୋନିଆ ଗାନ୍ଧୀ। ଏନେଇ ସୋମବାର କଂଗ୍ରେସ ସିଡବ୍ଲ୍ୟୁସି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୬...

ମିଶନ ୨୦୨୨, ଭୂପେନ୍ଦ୍ରଙ୍କ ଟିମ୍‌ରେ ୨୪ ନୂଆ ମନ୍ତ୍ରୀ…

ଅହମଦାବାଦ,୧୬।୯: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ କ୍ୟାବିନେଟ୍‌ ଟିମ୍‌ରେ ୨୪ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ଗୁରୁବାର ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ...

ବସ୍‌-କାର୍‌ ମୁହାଁମୁହିଁ ଧକ୍କା, ୫ ଜୀଅନ୍ତା ଜଳିଗଲେ

ରାଞ୍ଚି,୧୫ା୯: ଝାଡ଼ଖଣ୍ଡରେ ବୁଧବାର ସକାଳେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବସ୍‌ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଜୀଅନ୍ତା ଜଳିଯାଇଛନ୍ତି। ଏ...

‘ଆର୍‌ଜେଡି କଥା ମାନିଥିଲେ ତେଜସ୍ବୀ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ’

ନୂଆଦିଲ୍ଲୀ,୪।୧୨: ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ଶୁକ୍ରବାର କହିଛନ୍ତି, ଯଦି ଲାଲୁ ଯାଦବଙ୍କ ପରିବାର ତାଙ୍କ କଥା ମାନିଥାଆନ୍ତେ ତେବେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ...

ଏକାଦଶ ପରୀକ୍ଷାରେ ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩।୯: କେରଳରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏକାଦଶ ଶ୍ରେଣୀ ପରୀକ୍ଷା ଗୋଟିଏ ସପ୍ତାହ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର...

ପ୍ରଦୂଷଣ ବର୍ଷକରେ ନେଇଛି ୯୦ ଲକ୍ଷ ଜୀବନ

ନୂଆଦିଲ୍ଲୀ, ୧୯ା୫: ସାରା ବିଶ୍ୱରେ ପ୍ରଦୂଷଣ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇ ଉଭାହୋଇଛି। କେବଳ ୨୦୧୯ରେ ପ୍ରଦୂଷଣ ଯୋଗୁ ୯୦ ଲକ୍ଷ ଲୋକ ମୃତ୍ୟୁମୁଖରେ...

ଦୈନିକ ସଂକ୍ରମଣ ୯ ଶହ ତଳେ,୧୩ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୨।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି...

Advertisement
Archives

Model This Week