ନନ୍ଦନକାନନ ପାଇଁ ଅଡ଼ୁଆ ସାଜିଛି ବାଉଁଶ ଗଛ

ବାରଙ୍ଗ,୩୧।୭(ଡି.ଏନ୍‌.ଏ.): ବାତ୍ୟା ପ୍ରକୋପରେ ଅର୍ଦ୍ଧାଧିକ ନଷ୍ଟ ହୋଇଥିବା ନନ୍ଦନକାନନ ଚତୁଃପାର୍ଶ୍ୱକୁ ଧୀରେ ଧୀରେ ସଜଡା ଯାଉଥିବାବେଳେ ଏବେ ଅଡୁଆ ସାଜିଛି ବାଉଁଶ ଗଛ। ଏହି ବାଉଁଶ ପତ୍ର ହଁି ଜୀବଜନ୍ତୁମାନଙ୍କ ପାଇଁ ବିପଦର କାରଣ ପାଲଟିଛି। ନନ୍ଦନକାନନରେ ଏତେ ପରିମାଣର ଥିବା ବାଉଁଶ ଗଛକୁ କାଟିବା ସମ୍ଭବପର ନ ଥିବାବେଳେ ଫନୀରେ ଭାଙ୍ଗି ଯାଇଥିବା ଗଛର ମୂଳ ଉପଡାଯାଉଛି। ଏହାସହ ଗଛର ତଳପାର୍ଶ୍ୱର ଡାଳଗୁଡ଼ିକକୁ କାଟି ଦିଆଯାଉଛି। ନନ୍ଦନକାନନର ପୂର୍ବାବସ୍ଥାକୁ ଫେରାଇବା ପାଇଁ ଆନ୍ଧ୍ରପ୍ରଦେଶରୁ ବିଭିନ୍ନ ଗଛ ଅଣାଯାଇ ପରିସରରେ ଲଗାଯାଉଛି। ଏହାସହ ନଷ୍ଟ ହୋଇଯାଇଥିବା ବାଉଁଶ ଗଛଗୁଡିକ ଯେଭଳି ପଶୁପକ୍ଷୀଙ୍କ ପାଇଁ କୌଣସି କ୍ଷତି ନ ହେବ ସେଥିପ୍ରତି ଧ୍ୟାନ ରଖାଯାଉଛି। କାରଣ ଏହି ବାଉଁଶଗଛର ପତ୍ରଗୁଡିକ ତଳେ ପଡିବାପରେ ବର୍ଷାକାକରରେ ପଚି ଟିଙ୍କ ସୃଷ୍ଟି ହେଉଛି ବୋଲି ଜନ୍ତୁ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ତେଣୁ ଏନକ୍ଲୋଜରଗୁଡ଼ିକରେ ଥିବା ବାଉଁଶ ଗଛଗୁଡିକୁ ଉଞ୍ଛିବା କାର୍ଯ୍ୟରେ ଲାଗିପଡିଛି ଜନ୍ତୁବିଭାଗ। ଗତ ମାସରେ ଓୟୁଏଟିର କେତେକ ଅଧିକାରୀମାନେ ନନ୍ଦନକାନନ ପରିଦର୍ଶନରେ ଆସିଥିବାବେଳେ ବାଉଁଶ ଗଛ ନଷ୍ଟ ହେବା ପତ୍ରଗୁଡ଼ିକ ଝାଉଁଳି ପଡି ଦେଖି ଟିଙ୍କ ସୃଷ୍ଟି ହେବାର ଥିବାରୁ କର୍ତ୍ତୃପକ୍ଷଙ୍କୁ ଯଥାଶୀଘ୍ର ସଫାସୁତରା କରିବା ପାଇଁ ପରାମର୍ଶ ଦେଇଥିଲେ। ଅର୍ଦ୍ଧଭଗ୍ନାବସ୍ଥା ଓ ଶୋଇରହିଥିବା ବାଉଁଶଗଛଗୁଡିକୁ କାଟିବା ସହ ସମ୍ପୂର୍ଣ ଭାଙ୍ଗି ମୂଳଥିବା ଗଛଗୁଡିକୁ ମଧ୍ୟ ଉପୁଡାଯାଉଛି। ସବୁଦିନେ ଏନ୍‌କ୍ଲୋଜରଗୁଡିକ ସହ ଡିସପ୍ଲେଗୁଡିକର ଝାଡୁମରା ହେଉଥିବାବେଳେ ଏହି ଗଛଗୁଡିକର ମୂଳକୁ ଝାଡୁମାରିବାରେ ଅସୁବିଧା ସୃଷ୍ଟି ହୋଇଥାଏ। ତଳେ ପଡୁଥିତ୍ବା ପତ୍ରଗୁଡିକ ପଚି ଟିଙ୍କ ସୃଷ୍ଟି ହେବାରୁ ଏନକ୍ଲୋଜରରେ ରହୁଥିବା ପଶୁପକ୍ଷୀଙ୍କ ପାଇଁ ବିପଦର କାରଣ ସାଜିଥାଏ। କାରଣ ଏହି ପତ୍ର ସବୁ ସେମାନେ ଖାଇଦେଲେ କୌଣସି ରୋଗ ହେବାର ଆଶଙ୍କା ଥାଏ। ଏଣୁ ଏବେ ବିଭିନ୍ନ ବାଘ, ଏମୁ, ଅଷ୍ଟ୍ରିଜ ଆଦି ଏନକ୍ଲୋଜରରେ ଜନ୍ତୁ ବିଭାଗ ପକ୍ଷରୁ କର୍ମଚାରୀମାନଙ୍କୁ ଏହି କାମରେ ଲଗାଯାଇଥିବାର ଦେଖିବାକୁ ମିଳିଛି। ଏ ସର୍ମ୍ପକରେ ଜନ୍ତୁ ବିଭାଗ ଦାୟିତ୍ୱରେ ଥିବା ଏସିଏଫ ଅଶୋକ କୁମାର ଦାସ କୁହନ୍ତି, ବାଉଁଶ ଗଛ ମୂଳରେ ଝାଡୁମାରିବା କଷ୍ଟ ହେଉଛି। ମୂଳରେ ପତ୍ରପଡି ବର୍ଷା ପାଣିରେ ପଚି ଟିଙ୍କର ବାହକ ସାଜୁଛନ୍ତି। ନନ୍ଦନକାନନରେ ବହୁ ବାଉଁଶଗଛ ଥିବାରୁ ସେସବୁକୁ କାଟିବା ସମ୍ଭବପର ନୁହେଁ। ତେଣୁ ଭାଙ୍ଗିଥିବା ଗଛର ମୂଳକୁ ଉପାଡିବା ସହ ଗଛସବୁକୁ ତଳପଟୁ ଉଞ୍ଛୁଡା ଯିବ, ଯେପରି ଓଳାଇବାରେ ଅସୁବିଧା ନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫ ଜିଲାରେ ପ୍ରବଳ ବର୍ଷା:୪୮ ଘଣ୍ଟାରେ ଲଘୁଚାପ

ଭୁବନେଶ୍ୱର,୪।୮(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ ନୂଆପଡା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।...

ଧସିଲା ଗେଙ୍ଗୁଟି ନଦୀବନ୍ଧ

ଧାମନଗର,୩ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଣ୍ଡାସାହି ନିକଟରେ ଗେଙ୍ଗୁଟି ନଦୀର ବାମପାଶର୍‌ବ ନଦୀ ବନ୍ଧ ପ୍ରାୟ ୨ ଶହ ଫୁଟ ଲମ୍ବରେ ନଦୀ...

ଅପେକ୍ଷାର ହେବ ଅନ୍ତ

ଅନୁଗୋଳ ଅଫିସ, ୩।୧: ଦୀର୍ଘ ୯ ମାସ ଅପେକ୍ଷାର ହେବ ଅନ୍ତ। ୩ ତାରିଖ ରବିବାରରୁ ଅନୁଗୋଳ ଜିଲାରେ ଖୋଲିବ ଧର୍ମାନୁଷ୍ଠାନ। ଏଥିପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ...

ବାତ୍ୟା ୟାସ୍‌: ସ୍ଥାନାନ୍ତର ହେଲେଣି ୬୦ ହଜାର ଲୋକ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ସୋମବାର ଭୟଙ୍କର ବାତ୍ୟାର ରୁପ ନେଇଛି। ବୁଧବାର ଅର୍ଥାତ୍‌ ୨୬ ତାରିଖରେ ଏହା ଧାମରା ବନ୍ଦର...

ରାସ୍ତାକଡ଼ରୁ ଗଛ କାଟି ଦେଲେ

ଖୋର୍ଦ୍ଧା ଅଫିସ,୯।୮: ପରିବେଶ ସନ୍ତୁଳନ ଲାଗି ଚାରାରୋପଣ ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି। ଏପରି କି ରାସ୍ତା ପାର୍ଶ୍ୱରେ ବନୀକରଣକୁ ଗୁରୁତ୍ୱ ଦିଆଯାଉଛି। ପ୍ରତିବର୍ଷ ବନ...

ସୁରଟ ଫେରନ୍ତାଙ୍କୁ ବାଟରେ ଓହ୍ଲାଇ ଦେଲା ବସ୍‌

ଭଞ୍ଜନଗର,୨ା୫(ଡି.ଏନ୍‌.ଏ.)- ସୁରଟରୁ ଆସୁଥିବା ଏକ ବସ୍‌ ଶନିବାର ରାତିରେ ଆସିକା ଅଭିମୁଖେ ଯାଉଥିଲା। ଭଞ୍ଜନଗର ବଡକୋଦଣ୍ଡା ଛକ ନିକଟରେ ପ୍ରାୟ ୨୦ ଜଣ ଯାତ୍ରୀଙ୍କୁ ଓହ୍ଲାଇ...

ମୌଳିକ ସୁବିଧା ଅପହଞ୍ଚ

ଛେଣ୍ଡିପଦା,୨୧।୧(ସ୍ବ.ପ୍ର.) ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବା ଛେଣ୍ଡିପଦା ବ୍ଲକର ବଡ଼ମୂଳ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଏଯାଏ ମିଳିନାହିଁ। ବିଶେଷକରି ଗଁ। କୁ ସଂଯୋଗ...

ବାର୍‌ହା ଆକ୍ରମଣରେ ସ୍ତ୍ରୀ-ସ୍ବାମୀ ଆହତ, ଏହି ବାର୍‌ହା ମାରି ମାଂସ ନେବାକୁ ଦୁର୍ବୃତ୍ତଙ୍କ ଅପଚେଷ୍ଟା

ମହାକାଳପଡ଼ା,୯ା୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତ ତେନ୍ତୁଳିକନ୍ଧା ଗ୍ରାମର ସନ୍ତୋଷ ସ୍ବାଇଁ(୫୨), ତାଙ୍କ ସ୍ତ୍ରୀ ମମତା (୪୫) ବୁଧବାର ବିଲକୁ ଚାଷକାମ କରିବାକୁ...

Advertisement
Archives

Model This Week