Posted inଜାତୀୟ

ନଦୀରେ ଓଲଟିଲା ଡଙ୍ଗା:୭ ମୃତ, ୨୦ ନିଖୋଜ

ପାଟନା,୪।୧୦:ବିହାରର କଟିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ମହାନନ୍ଦା ନଦୀରେ ଏକ ଡଙ୍ଗା ବୁଡି ଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ୨୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ ବୋଲି ଜଣାପଡିଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ, ଡଙ୍ଗାରେ ବସିଥିବା ଲୋକ ପଶ୍ଚିମବଙ୍ଗର ମାଳଦାରୁ ବିହାରର କଟିହାର ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ ଦୋକାନରେ ଶସ୍ତାରେ ମିଳିବ ପିଆଜ

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀରେ ପିଆଜ ଦର ଏବେ ଆକାଶ ଛୁଆଁ ହୋଇଛି। ତେବେ କଳାବଜାରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀର ରାଶନ ଦୋକାନରେ ଶାସ୍ତା...

ଆସାମକୁ ୫୦ହଜାର ପିପିଇ କିଟ୍‌ ପଠାଇଲା ଚାଇନା

ଗୁଆହାଟୀ,୧୬।୪(ପି.ଟି.): କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚାଇନାରୁ ଆସାମକୁ ଆସିଛି ୫୦ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) କିଟ୍‌। କୋଭିଡ-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କ...

ନୂଆ ଆକ୍ରାନ୍ତ ସଂଖ୍ୟା ବଢ଼ିଲା, ମୃତକଙ୍କ ସଂଖ୍ୟା କମିଲା…

ନୂଆଦିଲ୍ଲୀ,୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ଜେଏନ୍‌ୟୁ ଛାତ୍ରସଂଘର ଅଧ୍ୟକ୍ଷାଙ୍କ ନାଁରେ ଏତଲା

ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ଛାତ୍ରସଂଘର ଅଧ୍ୟକ୍ଷା ଐଶ ଘୋଷ ଓ ୧୯ ଛାତ୍ରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ରୁଜୁ କରିଛି। ଜାନୁୟାରୀ...

ଏନ୍‌ଆର୍‌ସି ବିରୋଧରେ ପ୍ରସ୍ତାବ ଆଣିବେ ମମତା ସରକାର

କୋଲକତା,୪।୯: ଏନ୍‌ଆର୍‌ସି ବିରୋଧରେ ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାର ଖୁବ୍‌ ଶୀଘ୍ର ଏକ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଚଳିତ ସପ୍ତାହରେ ଏହି ପ୍ରସ୍ତାବ ଅଣାଯିବାର ଯୋଜନା...

ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଅପରାହ୍ନ ୪ଟାରେ କୋଭିଡ-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା...

ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ରାହୁଲ ଗାନ୍ଧୀଙ୍କୁ ପଠାଇଲେ କେଶ, ଜାଣନ୍ତୁ କାହିଁକି

ଭୋପାଳ, ୨୦।୨: ମଧ୍ୟ ପ୍ରଦେଶର ଭୋପାଳରେ ଜଣେ ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ତାଙ୍କ କେଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି। ଦୀର୍ଘ...

ସ୍ତ୍ରୀଙ୍କୁ ଯିଏ ଆଣିବ ଫେରାଇ, ତାଙ୍କୁ ଦେବି ଭୋଟ…

ଲକ୍ଷ୍ନୌ,୫।୪: ଉତ୍ତରପ୍ରଦେଶରେ ଆଗକୁ ପଞ୍ଚାୟତ ନିର୍ବାଚନ ହେବ। ତେବେ ନିର୍ବାଚନରେ ପ୍ରାର୍ଥୀଙ୍କୁ ଭୋଟ ଦେବାନେଇ ଜଣେ ଭୋଟର ଅଜବ ସର୍ତ୍ତ ରଖିଛନ୍ତି। ସ୍ଥାନୀୟ ରହିମାବାଦ ଅଞ୍ଚଳର...

Advertisement
Archives

Model This Week