ନଦୀବନ୍ଧରେ ଆବର୍ଜନା, ବଢୁଛି ଅସନ୍ତୋଷ

ଖଣ୍ଡପଡ଼ା,୨୮ା୫(ସ୍ବ.ପ୍ର.)-ପରିବେଶକୁ ସ୍ବଚ୍ଛ ସୁନ୍ଦର ରଖିବା ସହିତ ବାହାରେ ମଳତ୍ୟାଗ ନ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ା ଏ ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ମଧ୍ୟ କାର୍ଯ୍ୟ କରୁଛି। ମାତ୍ର କଣ୍ଟିଲୋ ଅଞ୍ଚଳର ମୁଖ୍ୟ ରାସ୍ତା ଓ ନଦୀବନ୍ଧ ଉପରେ ଅଳିଆ ଆବର୍ଜନାକୁ ଦେଖିଲେ ସଚେତନତା କାର୍ଯ୍ୟକ୍ରମର ପ୍ରଭାବ ସ୍ଥାନୀୟ ଲୋକଙ୍କ ଉପରେ ପଡୁ ନ ଥିବା କୁହାଯାଇପାରିବ। ଏହା ଦ୍ୱାରା ପରିବେଶ ପ୍ରଦୂଷିତ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
କଣ୍ଟିଲୋ ନୀଳମାଧବ କ୍ଷେତ୍ର ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ ା ଶ୍ରୀ ଜୀଉଙ୍କ ଦର୍ଶନ ପାଇଁ ପ୍ରତ୍ୟହ ଏଠାକୁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି। କଣ୍ଟିଲୋ ବଜାର ଛକ ଦେଇ ପ୍ରାୟତଃ ଯାତ୍ରୀମାନେ ମନ୍ଦିରକୁ ଯାଇଥାନ୍ତି। ଏହାଛଡା ନିକଟରେ ମହାନଦୀ ପ୍ରବାହିତ ହେଉଥିବାରୁ ତଟବର୍ତ୍ତୀ ଲୋକଙ୍କ ସୁରକ୍ଷା ପାଇଁ ମାଳବନ୍ଧ ନିର୍ମାଣ କରାଯାଇଛି। ଏହି ମାଳବନ୍ଧ ଉପରେ ମଧ୍ୟ ଯାତ୍ରୀମାନେ ଯା’ଆସ କରନ୍ତି। ହେଲେ ପରିତାପର ବିଷୟ ଏହି ମାଳବନ୍ଧକୁ ସ୍ଥାନୀୟ ବ୍ୟବସାୟୀମାନେ ଡଷ୍ଟବିନ ଭାବରେ ବ୍ୟବହାର କରୁଛନ୍ତି। ବଜାର ଛକ ଉପରେ ତଥା ଉକ୍ତ ରାଜପଥ କଡରେ ଉଠାଦୋକାନୀ ବସି ପନିପରିବା ବିକ୍ରି କରୁଛନ୍ତି। ବଜାରର ବ୍ୟବସାୟୀଠାରୁ ଆରମ୍ଭକରି ଉଠା ପରିବା ଦୋକାନୀ ଓ ମାଛ ବ୍ୟବସାୟୀମାନେ ବର୍ଜ୍ୟବସ୍ତୁ ମାଳବନ୍ଧ ଉପରେ ଫିଙ୍ଗୁଛନ୍ତି। ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ରାସ୍ତା ସଙ୍କୁଚିତ ହେଉଛି। ବେଳେବେଳେ କେତେଜଣ ଆବର୍ଜନାରେ ନିଆଁ ଲଗାଇ ପୋଡିଦେଉଥିଲେ ମଧ୍ୟ ଅଧିକାଂଶ ସମୟରେ ମାଳବନ୍ଧରେ ଅଳିଆ ଗଦା ହୋଇରହୁଛି। ବର୍ଷାଦିନେ ଏହି ଆବର୍ଜନା ନଦୀ ସ୍ରୋତରେ ଭାସି ଜଳକୁ ଅଧିକ ପ୍ରଦୂଷିତ କରିଥାଏ ା ଏହାଛଡା କେତେକ ଲୋକ ମାଳବନ୍ଧ ଉପରେ ମଳ ତ୍ୟାଗ କରୁଥିବାରୁ ତାହା ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏ ଦିଗରେ ସମସ୍ତେ ସଚେତନ ହେବା ଜରୁରୀ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।
ନିଆଳି କୈବର୍ତ୍ତ ସମାଜର ରାଜ୍ୟସ୍ତରୀୟ ମହାସଭା
ଗଣିଆ,୨୮ା୫(ଡି.ଏନ.ଏ.)- ନୟାଗଡ଼ ଜିଲା ନିଆଳି କୈବର୍ତ୍ତ ସମାଜ ତରଫରୁ ରବିବାର ଅପରାହ୍ନରେ ଗଣିଆସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ଦ୍ୱାଦଶ ମହାସଭା ଅନୁଷ୍ଠିତ ହୋଇଯାଇଛି ା ସନାତନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନବନିର୍ବାଚିତ ଦଶପଲ୍ଲା ବିଧାୟକ ରମେଶ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ସଭାପତିଙ୍କ ଅନୁମତିକ୍ରମେ ସମାଜର ବିଭିନ୍ନ ସମସ୍ୟା ଓ କାର୍ଯ୍ୟନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ମୁଖ୍ୟଅତିଥିଙ୍କ ସମେତ ଜାତିସମାଜର ବିଭିନ୍ନ ପଦବୀ ଅଳଙ୍କୃତ କରିଥିବା ବ୍ୟକ୍ତିମାନଙ୍କୁ ଫୁଲତୋଡା, ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା। ପରେ ୟୁନିସେଫ୍‌ ସହାୟତାରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆକ୍ସନ ଏଡ୍‌ର ନୟାଗଡ଼ ଜିଲା ପ୍ରତିନିଧି ପ୍ରିୟବ୍ରତ ଶତପଥୀ ବାଲ୍ୟବିବାହ ଓ କିଶୋରୀ ଶିକ୍ଷା ଅଧିକାରର ଆଇନଗତ ଦିଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଜାତି ସମାଜରେ ବାଲ୍ୟବିବାହ ଭଳି ଏକ ଘୃଣ୍ୟ ସାମାଜିକ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା। ଏହା ଏକ କଳଙ୍କିତ ପ୍ରଥା ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା, କିଶୋରୀମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସହ ସମାଜରେ ସମ୍ମାନର ସହ ବଞ୍ଚତ୍ବାର ଅଧିକାର ନେଇ ଏକ ଶପଥ ଗ୍ରହଣ ପ୍ରସ୍ତାବ ଆଗତ କରାଯାଇଥିଲା। ନିଆଳି କୈବର୍ତ୍ତ ସମାଜରେ ଝିଅକୁ ୧୮ ଓ ପୁଅକୁ ୨୧ ବର୍ଷ ପୂର୍ବରୁ ହେଉଥିବା ବିବାହକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ ା ଯଦି ଜାତି ସମାଜରେ ଏଭଳି ବିବାହକୁ କୌଣସି ବ୍ୟକ୍ତି ସ୍ବୀକୃତି ପ୍ରଦାନ କରେ କିମ୍ବା କୌଣସି ପରିବାର ନିଜ ନାବାଳକ ସନ୍ତାନଙ୍କ ବିବାହ ଆଇନ ଅନୁମୋଦିତ ସମୟ ପୂର୍ବରୁ କରିବାକୁ ପ୍ରୟାସ କରନ୍ତି ସେମାନଙ୍କୁ ଆଇନତଃ ଦଣ୍ଡିତ କରିବା ପାଇଁ ପ୍ରଶାସନକୁ ସହଯୋଗ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri