‘ନଟ୍‌ଖଟ୍‌’ ନିର୍ମାଣ କରିବେ ବିଦ୍ୟା

ମୁମ୍ବାଇ: ଅଭିନେତ୍ରୀ ବିଦ୍ୟା ବାଲାନ୍‌ ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ‘ନଟ୍‌ଖଟ୍‌’ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ ସେ ନିଜେ ମଧ୍ୟ ଅଭିନୟ କରିବେ। ଏଥିପାଇଁ ସେ ପ୍ରଯୋଜକ ରୋନି ସ୍କ୍ରିଉବାଲାଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ। ଏ ସମ୍ପର୍କରେ ନିର୍ମାତାଙ୍କ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି, ପୁରୁଷପ୍ରଧାନ ସାମାଜିକ ବ୍ୟବସ୍ଥା, ମହିଳା ପୁରୁଷ ଅସମାନତା, ବଳାତ୍କାର, ଘରୋଇ ହିଂସା ଭଳି ବିଭିନ୍ନ ସାମାଜିକ ସମସ୍ୟାକୁ ଭିତ୍ତିକରି ନଟ୍‌ଖଟ୍‌ ନିର୍ମାଣ ହେବାକୁ ଯାଉଛି। ଏ ସମ୍ପର୍କରେ ବିଦ୍ୟା କହନ୍ତି, ଏହା ଏକ ସୁନ୍ଦର କାହାଣୀ ହୋଇଥିବାରୁ ଏହାକୁ ପ୍ରସ୍ତୁତ କରିବା ସହିତ ଏଥିରେ ଅଭିନୟ କରିବାକୁ ଇଚ୍ଛା ହେଲା। ସ୍କ୍ରିଉବାଲା ମଧ୍ୟ ବିଦ୍ୟାଙ୍କ ସହିତ କାମ କରିବା ପାଇଁ ଇଚ୍ଛୁକ ଥିବା ପ୍ରକାଶ କରିଛନ୍ତି। ପ୍ରଥମେ ସେ ଯେତେବେଳେ ନଟ୍‌ଖଟ୍‌ର କାହାଣୀ ଶୁଣିଲେ ଏହାକୁ ନେଇ ଫିଲ୍ମ ନିର୍ମାଣ କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ। ଉକ୍ତ ସିନେମାରେ ବହୁ ସାମାଜିକ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଇଥିବାବେଳେ ଫିଲ୍ମ ମାଧ୍ୟମରେ ସମାଜକୁ ବଳିଷ୍ଠ ବାର୍ତ୍ତା ମଧ୍ୟ ଦିଆଯାଇଛି। ବିଶେଷକରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ପାଇଁ ଏଭଳି ଏକ ଫିଲ୍ମ ନିର୍ମାଣ କରାଯାଉଥିବା ନିର୍ମାତା ସୂଚନା ଦେଇଛନ୍ତି। ଏହାର କାହାଣୀ ରଚନା କରିଛନ୍ତି ଅନୁକମ୍ପା ହର୍ଷ ଏବଂ ଶାନ୍‌ ବ୍ୟାସ। ଆର୍‌ଏସ୍‌ଭିପି ସହଯୋଗୀ ପ୍ରଯୋଜକ ସନୟ ଇରାନୀଙ୍କ ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ ହେଉଥିବାବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ବ୍ୟାସ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବାରାଣସୀରେ ଛୁଟି ମନାଉଛନ୍ତି ଜାହ୍ନବୀ

ଅଭିନେତ୍ରୀ ଜାହ୍ନବୀ କପୁର ଏବେ ବାରାଣସୀରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଜଣେ ବାନ୍ଧବୀଙ୍କ ସହ...

ପ୍ରିୟଙ୍କା ମୋ ଠାରୁ ୧୦ ବର୍ଷ ବଡ଼ କହିଲେ ନିକ୍‌

ଓ୍ବାଶିଂଟନ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକା ଗାୟକ ନିକ୍‌ ଜୋନସ୍‌ଙ୍କ ବିବାହ ନେଇ ବହୁ ଚର୍ଚ୍ଚା ହୋଇଥିବା। ଏବେ ମଧ୍ୟ ବହୁ ସମୟରେ...

ଟାଇଗର ଶ୍ରଫଙ୍କ ଏହି ଗୋଲାପୀ ସ୍ଲିଭଲେସ ହୁଡିର ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଟାଇଗର ଶ୍ରଫ ଅଭିନୟ ସାଙ୍ଗକୁ ତାଙ୍କର ନୃତ୍ୟ ଦକ୍ଷତା ପାଇଁ ପ୍ରଶଂସକଙ୍କ ପ୍ରିୟ। ତାଙ୍କ ନୃତ୍ୟ ମଧ୍ୟ ଆଶ୍ଚର୍ଯ୍ୟଜନକ। ଲକ୍‌ଡାଉନ୍‌ର ଦୀର୍ଘ ଦିନ ବ୍ୟବଧାନ ପରେ...

ସୁନୀଲଙ୍କ ୟାଦେଁ

୧୯୬୪ରେ ମୁକ୍ତିଲାଭ କରିଥିଲା ଏକ ଭିନ୍ନ ଧରଣର ହିନ୍ଦୀ ସିନେମା ‘ୟାଦେଁ’। ଏଥିରେ କେବଳ ଜଣେ ଅଭିନେତାଙ୍କୁ ହିଁ ଦେଖିବାକୁ ମିଳିଥିଲା। ସେ ହେଲେ ହିନ୍ଦୀ...

ମା’, ପତ୍ନୀଙ୍କ ପ୍ରେରଣା ଆଗେଇ ନଉଛି: ଯାତ୍ରା ଜଗତର ବ୍ୟାଡ୍‌ ବୟ ଶୁଭ

‘ମୁଁ ଶୁଭଙ୍କର ସାମନ୍ତରାଏ! ମୋ ସହ ବନ୍ଧୁତା କଲେ ମୁଁ ଶୁଭଫଳ ଦିଏ। ଆଉ ବେଇମାନି କଲେ ଅଶୁଭ ଗ୍ରହ ସାଜି ବରବାଦ କରିଦିଏ। ବରବାଦ!’...

‘ଜବାନୀ ଜାନେମନ୍‌’ ଲାଗି ୧୧ କିଲୋ ଓଜନ କମ୍‌ କଲେ ସୈଫ୍‌, ଚର୍ଚ୍ଚାରେ ଲୁକ୍‌

ମୁମ୍ବାଇ: ନିଜକୁ ଫିଟ୍‌ ରଖିବା ଲାଗି ଅଭିନେତା ତଥା ଅଭିନେତ୍ରୀମାନେ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ବିଶେଷକରି ଶର୍କରା ଜାତୀୟ ଖାଦ୍ୟଠାରୁ ଦୂରରେ...

ଇମୋଶନାଲ କଲା ‘ଦିଲ୍‌ ବେଚାରା’ର ଟାଇଟେଲ ଟ୍ରାକ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟାଇଟେଲ ଟ୍ରାକ୍‌ ରିଲିଜ୍‌ ହୋଇସାରିଛି। ଆଉ ଏହା ଦର୍ଶକଙ୍କୁ ବେଶ୍‌...

ଭୂତଙ୍କ କବଳରେ ଭିକି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକି କୌଶଳଙ୍କ ଅପ୍‌ କମିଂ ହରର, ଥ୍ରୀଲର ଓ ଡ୍ରାମା ଫିଲ୍ମ ‘ଭୂତ-ପାର୍ଟ ଓ୍ବାନ ଦ ହଣ୍ଟେଡ୍‌ ଶିପ୍‌’ର ଟିଜର ରିଲିଜ୍‌...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *