ନଜର ଆସିଲା ଶ୍ରଦ୍ଧା-ପ୍ରଭାସଙ୍କ ରୋମାନ୍ସ

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର ଓ ସାଉଥ୍‌ ଷ୍ଟାର ପ୍ରଭାସଙ୍କର ରୋମାଣ୍ଟିକ ଅନ୍ଦାଜ ଏବେ ସାମ୍ନାକୁ ଆସିଛି। ଅଗଷ୍ଟ ୩୦ରେ ରିଲିଜ୍‌ ହେବାକୁ ଥିବା ବଲିଉଡ୍‌ ମୁଭି ‘ସାହୋ’ରେ ଉଭୟ ନଜର ଆସିବେ। ହେଲେ ଏବେ ଏହାର ଏକ ପୋଷ୍ଟର ପ୍ରଭାସ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିବା ପରେ ଫିଲ୍ମକୁ ନେଇ ପୁଣି ଉତ୍ସାହିତ ହୋଇ ପଡିଛନ୍ତି ଦର୍ଶକେ। ଆକ୍ସନ, ସସପେନ୍ସ ଓ ରୋମାନ୍ସରେ ଭରପୁର ‘ସାହୋ’। ଏହା ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍‌ ହେବ ବୋଲି ପୂର୍ବରୁ ସ୍ଥିତ କରାଯାଇଥିବା ବେଳେ ନିର୍ମାତା କିନ୍ତୁ ପୁଣି ଥରେ ଏହାର ରିଲିଜ୍‌ ଡେଟ୍‌ ଘୁଞ୍ଚାଇ ଦେଇଛନ୍ତି। ତେବେ ପ୍ରଥମଥର ଲାଗି ପ୍ରଭାସ ଓ ଶ୍ରଦ୍ଧା ସ୍କ୍ରିନ୍‌ ଶେୟାର କରିଥିବାରୁ ଉଭୟଙ୍କ ଯୋଡିକୁ ଦେଖିବାକୁ ଦର୍ଶକେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି। ଏବେ ପ୍ରଭାସ ଯେଉଁ ପୋଷ୍ଟରଟି ଶେୟାର କରିଛନ୍ତି ସେଥିରେ ସେ ଲେଖିଛନ୍ତି, ଡାର୍ଲିଂ ଆମେ ଆପଣଙ୍କ ପାଖକୁ ଅଗଷ୍ଟ ୩୦ରେ ଆସୁଛୁ। ଏଥିରେ ପ୍ରଭାସ ଏକ ଗୁଇନ୍ଦା କର୍ମୀ ଭାବେ ନଜର ଆସିବେ। ତେବେ ପୂର୍ବରୁ ଏହାର ଟିଜର୍‌ ରିଲିଜ୍‌୍‌ ହୋଇସାରିଥିବା ବେଳେ ଏହାର ଏକ ଗୀତ ମଧ୍ୟ ରିଲିଜ୍‌ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲବ୍‌-୬୯

ସାଇବର କ୍ରାଇମ୍‌ ଏବେ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି କହିଲେ ଆଦୌ ଭୁଲ ହେବ ନାହିଁ। ମୋବାଇଲ୍‌ରେ ଫେକ୍‌ କଲ୍‌ ମାଧ୍ୟମରେ ମିଠା...

ହସ୍ପିଟାଲରେ ଅମିତାଭ ବଚ୍ଚନ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଅମିତାଭଙ୍କ ଆଖିରୁ ମୋତିଆବିନ୍ଦୁ ବାହାର କରିବା ପାଇଁ ଶନିବାର ଏକ ଛୋଟ ଲେଜର...

ପୁଅର ବାପାଙ୍କ ନାଁ ଖୁଲାସା କଲେ ନୁଶରତ

ଟିଏମସି ଏମ୍‌ପି ତଥା ବଙ୍ଗାଳୀ ଅଭିନେତ୍ରୀ ନୁଶରତ ଜାହାଁ ପ୍ରଥମ ଥର ପାଇଁ ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ତାଙ୍କ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ବୀକାର...

ବିବାହର ୪ ବର୍ଷପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏହି ଅଭିନେତା

ବଲିଉଡର ହ୍ୟାଣ୍ଡସମ ହିରୋ ଥିବା ପ୍ରିୟାଂଶୁ ଚାଟାର୍ଜୀ ୨୦୦୧ରେ ‘ତୁମ ବିନ’ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସୁପରହିଟ ଥିଲା। ନିର୍ମାତା ଏହି...

ଫେବୃୟାରୀ ୧୪ରେ ପୁଣି ଭାରତରେ ରିଲିଜ ହେବ ‘ଜୋକର୍‌’

ବମ୍ବେ: ପୁଣି ଥରେ ଭାରତରେ ରିଲିଜ୍‌ ହେବ ଚର୍ଚ୍ଚିତ ହଲିଉଡ୍‌ ଚଳଚ୍ଚିତ୍ର ‘ଜୋକର୍‌’। ଜ୍ୱାକୁଇନ୍‌ ଫୋନେକ୍ସଙ୍କ ଅଭିନୀତ ଏହି ଫିଲ୍ମକୁ ଫେବୃୟାରୀ ୧୪ରେ ରିଲିଜ୍‌ କରାଯିବ।...

୧୯୭୯ର ଫଟୋ ଶେୟାର କଲେ ଅମିତାଭ, ଫଟୋରେ ଥିବା କୁନି ଶିଶୁଟି ଏବେ ସୁପରଷ୍ଟାର

ବଲିଉଡର ଅମିତାଭ ବଚ୍ଚନ ସୋସିଆଲ ନେଟୱାର୍କିଂ ସାଇଟ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ। ଅନେକ ସମୟରେ ସେ ପୁରୁଣା ସ୍ମୃତିକୁ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ...

ଅନୁଷ୍କାଙ୍କ ସହ ଭଜନ-କୀର୍ତ୍ତନରେ ସାମିଲ ଥିବା ନଜର ଆସିଲେ ବିରାଟ

ଲଗାତାର ବିରାଟ କୋହଲି ଖରାପ ପ୍ରଦର୍ଶନ କରୁଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଏହା ଦେଖିବାକୁ...

ହ୍ବିଲ୍‌ଚେୟାର୍‌ରେ ବସିଥିବା ନଜର ଆସିଲେ କପିଲ ଶର୍ମା

କମେଡିଆନ୍‌ କପିଲ ଶର୍ମା ମୁମ୍ବାଇ ବିମାନବନ୍ଦରରେ ଏକ ହ୍ବିଲ ଚେୟାର ବସିଥିବା ନଜର ଆସିଥିଲେ। ତାଙ୍କୁ ଦେଖି ପ୍ରଶଂସକ ଚିନ୍ତିତ ହୋଇଯାଇଛନ୍ତି। କପିଲ ବିମାନବନ୍ଦରରେ ମିଡିଆ...

Advertisement
Archives

Model This Week