ନକଲି ସାର୍ଟିଫିକେଟ୍‌ରେ ଚାକିରି, ଷ୍ଟାଇପେଣ୍ଡ ଲୁଟ୍‌

ଭଦ୍ରକ ଅଫିସ,୨୭।୧୧- ଭଦ୍ରକ ଜିଲାରେ ନକଲି ସାର୍ଟିଫିକେଟ୍‌ କାରବାର ବୃଦ୍ଧି ପାଇଛି। ଏଭଳି ସାର୍ଟିଫିକେଟ୍‌ ହାତେଇ କେତେକ ଶିକ୍ଷକତା ଭଳି ସରକାରୀ ଚାକିରି କରିଥିବା ଜଣାପଡିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି। ଗତ ମାସକ ମଧ୍ୟରେ ଦୁଇଜଣ ନକଲି ସାର୍ଟିଫିକେଟ୍‌ଧାରୀ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇ ଥାନାରେ ଏତଲା ଦିଆଯିବା ଭଳି ଘଟଣା ଘଟିଛି। ସେହିପରି ନକଲି ଜାତିଗତ ପ୍ରମାଣପତ୍ର ଦେଇ କେତେକ ଘରୋଇ ଅନୁଷ୍ଠାନ ଓ ଛାତ୍ରୀଛାତ୍ର ସରକାରୀ ଷ୍ଟାଇପେଣ୍ଡ ଲୁଟୁଥିବା କୁହାଯାଉଛି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ବଳରେ ଜିଲା ଶିକ୍ଷା ବିଭାଗରୁ ତଥ୍ୟ ଅଣାଯାଇ ହୋହଲ୍ଲା କରାଯିବାରୁ ଅନ୍ୟ କେତେକ ଜାଲ ସାର୍ଟିଫିକେଟ୍‌ଧାରୀ ଶିକ୍ଷକ ଇସ୍ତଫା ଦେଇ ଚୁପ୍‌ ବସିଥିବା ନଜିର ରହିଛି।
ଉଲ୍ଲେଖନୀୟ ଯେ, ଜାଲ୍‌ ସାର୍ଟିଫିକେଟ କାରବାର ଜିଲା ପାଇଁ କିଛି ନୂଆ କଥା ହୋଇ ରହି ନାହିଁ । ଏଠାରେ ଜାଲ ସାର୍ଟିଫିକେଟ ଯୋଗାଉଥିବା ର଼୍ୟାକେଟ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ଗତବର୍ଷ ଜିଲାରେ ଶିକ୍ଷକତା ପାଇଁ ଆବେଦନ କରିଥିବା ୯ ଜଣ ନକଲି ସାର୍ଟିଫିକେଟ୍‌ଧାରୀଙ୍କୁ ଗିରଫ କରାଯାଇଥିଲା। ଦୁଇମାସ ପୂର୍ବେ ରାଜ୍ୟ ଶିକ୍ଷା ବିଭାଗରୁ ଜିଲାର ସମସ୍ତ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟକୁ ନିର୍ଦ୍ଦେଶ ଆସିଥିଲା। ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ହୋଇପାରି ନାହିଁ। କେତେକ ଶିକ୍ଷକଙ୍କ କ୍ଷେତ୍ରରେ ଉପରଠାଉରିଆ ଯାଞ୍ଚ କରାଯାଉ ଥିବାରୁ ନକଲି ଶିକ୍ଷକମାନେ ସହଜରେ ଖସିଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁଙ୍କୁ ପଚାରିବାରୁ କହିଛନ୍ତି, ଜିଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ବୋର୍ଡକୁ ପଠାଯାଇଛି। ବୋର୍ଡ଼ରୁ ପ୍ରତ୍ୟୁତ୍ତର ଆସିବା ପରେ ଏହା ନକଲି ହୋଇଥିବା ଜଣାପଡିଲେ ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିଭଳି ନକଲି ଜାତିଗତ ପ୍ରମାଣପତ୍ର ଦେଇ ଜିଲା ମଙ୍ଗଳ କାର୍ଯ୍ୟାଳୟ ମାଧ୍ୟମରେ କେତେକ ଘରୋଇ ଶିକ୍ଷାନୁଷ୍ଠାନ ଷ୍ଟାଇପେଣ୍ଡ ବାବଦ ଟଙ୍କା ହରିଲୁଟ୍‌ କରୁଥିବା ଅଭିଯୋଗ ହେଉଛି। ଏପରି କି ଦୀର୍ଘଦିନ ଧରି ବନ୍ଦ ପଡିଥିବା ଅନୁଷ୍ଠାନରେ ପାଠ ପଢୁଥିବା ଦର୍ଶାଇ ହରିଜନ ଓ ଆଦିବାସୀ ପିଲାଙ୍କ ନାଁରେ ବୃତ୍ତି ଟଙ୍କା ଲୁଟ୍‌ କରାଯାଉଛି । ହେଲେ ଏଭଳି ଅଭିଯୋଗ ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ଭଳି ମନେ ହେଉନାହିଁ। ଏନେଇ ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନାଙ୍କୁ ପଚାରିବାରୁ କହିଛନ୍ତି, ସମସ୍ତ ସାର୍ଟିଫିକେଟ୍‌କୁ ଏବେ ଯାଞ୍ଚ କରାଯାଉଛି । ଏହାମଧ୍ୟରେ କେତେଜଣ ନକଲି ସାର୍ଟିଫିକେଟ୍‌ଧାରୀଙ୍କୁ ଚିହ୍ନଟ କରାଯାଉଛି। ଆବଶ୍ୟକ ପଡ଼ିଲେ ଏ ନେଇ ପୋଲିସର ଆଶ୍ରୟ ନିଆଯିବ। ସେହିଭଳି ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ନକଲି ସାର୍ଟିଫିକେଟ୍‌ରେ ଷ୍ଟାଇପେଣ୍ଡ ନିଆଯାଉଥିବା ଅଭିଯୋଗ ହସ୍ତଗତ ହେବା ପରେ ଏହାର ଯାଞ୍ଚ ଚାଲିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣକାରୀଙ୍କୁ ୫ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ

କେନ୍ଦୁଝର, ୧୦ା୧ (ସ୍ବ.ପ୍ର.)- ଜଣେ ଯୁବତୀଙ୍କୁ ଅପହରଣ କରାଯିବା ମାମଲାର ବିଚାର କରି ସ୍ଥାନୀୟ ସିଜେଏମ କୋର୍ଟ ଶୁକ୍ରବାର ନନ୍ଦନ କୁମାର ସାହୁ ଓରଫ ଅଯୋଧ୍ୟା(୩୨)ନାମକ...

ବିପଦସଙ୍କୁଳ ଭାବେ ଚାଲିଛି ଶାଳଣିଆ ଅଙ୍ଗନଓ୍ବାଡ଼ି କେନ୍ଦ୍ର

ହାଟଡିହୀ, ୪।୬(ଡି.ଏନ୍‌.ଏ.)- ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ଠାରୁ ଆରମ୍ଭ କରି ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଅଞ୍ଚଳରେ ଅଙ୍ଗନଓ୍ବାଡ଼ି...

ହେଲ୍‌ମେଟ ଚେକ୍‌ ଆଳରେ ଜୟପୁର ପୋଲିସର ଦବଙ୍ଗଗିରି: ଭିଡିଓ ଭାଇରାଲ

ଜୟପୁର, ୧୮।୬(ନି.ପ୍ର.): କୋରାପୁଟ ଜିଲା ଜୟପୁର ୨୦ ନମ୍ବର ଜାତୀୟ ରାଜପଥ ଟାଉନ ଥାନା ସମ୍ମୁଖରେ ମଙ୍ଗଳବାର ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ହେଲ୍‌ମେଟ ଚେକ...

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲା: ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଅଟକ

ପୁରୀ ଅଫିସ,୨୧।୩: ଶ୍ରୀମନ୍ଦିର ସେବାୟତ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ)ଙ୍କୁ ଗୁଳିକରି ହତ୍ୟା ମାମଲାରେ ରବିବାର ପୁରୀ ପୋଲିସ ୪ଜଣଙ୍କୁ...

ମହାପ୍ରଭୁଙ୍କ ଜମି ହାତେଇବାକୁ ମସୁଧା

ପୁରୀ ଅଫିସ, ୧୫।୯: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ୬୦ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ରହିଛି। ଏହି ଜମି କେବଳ ପୁରୀ କିମ୍ବା ଓଡ଼ିଶାରେ ନୁହେଁ...

ସଂକ୍ରମଣ ରୋକିବାକୁ ସୀମା ସିଲ୍‌

ଭୋଗରାଇ,୨୨।୪(ଡି.ଏନ.ଏ.): ମହାମାରୀ କରୋନାର ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ସଂକ୍ରମିତ ହେଉଥିବା ବେଳେ ରାଜ୍ୟ ସରକାର ସତର୍କତା ମୂଳକ ଆନ୍ତଃରାଜ୍ୟ ସଡ଼କ ପଥ ସୀମାକୁ ସିଲ୍‌...

ଗ୍ରାହକ ସେବାକେନ୍ଦ୍ରରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଗାଏବ, ବ୍ୟାଙ୍କ ଘେରାଉ

ନୂଆପଡ଼ା,୧୫।୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରୀ ଗ୍ରାହକ ସେବା କେନ୍ଦ୍ର(ଏସ୍‌ବିଆଇ)ରେ ଗ୍ରାହକମାନଙ୍କ ଆକାଉଣ୍ଟରୁ ପରିଚାଳକ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ଅଭିଯୋଗ...

ଜମିକୁ ଯାଉଥିବା ବେଳେ ଭାଲୁ ଆକ୍ରମଣ: ମହିଳା ଗୁରୁତର

କୋକସରା,୧୬।୮(ଡି.ଏନ୍‌.ଏ.): ଭାଲୁ ଆକ୍ରମଣରେ ମହିଳା ଗୁରୁତର। କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗାଁ ର ମହିଳା କ୍ଷୀର ଚଳାନ ମଙ୍ଗଳବାର ସକାଳେ...

Advertisement
Archives

Model This Week