Posted inଖେଳ

ଧୋନୀ କିଣିଲେ ନୂଆ ଜିପ୍‌: ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ଦିନ ଦୂରେଇ ଯାଇଛନ୍ତି। ଏବେ ସେ ନିଜ ପରିବାରକୁ ସମୟ ଦେଉଛନ୍ତି। ସମସ୍ତେ ଜାଣନ୍ତି ଧୋନୀ ଗାଡି ପ୍ରିୟ। ବାଇକ୍‌ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ବିଭିନ୍ନ ବ୍ରାଣ୍ଡ୍‌ ଗାଡି କଲେକ୍ସନ କରିବା ତାଙ୍କର ସଉକ। ନିକଟରେ ସେ ଏକ ନୂଆ ଜିପ କିଣିଛନ୍ତି। ନାଲି ରଙ୍ଗର ଗ୍ରାଣ୍ଡ ଚିରୋକୀ ଟ୍ରାକହକ ନେଇ ଧୋନୀ ରାଞ୍ଚି ବୁଲିଛନ୍ତି। ସାଥିରେ ସ୍ତ୍ରୀ ସାକ୍ଷୀଙ୍କୁ ବି ନେଇଛନ୍ତି। ଭାରତରେ ଏହି ଜିପ୍‌ର ମୂଲ୍ୟ ୮୦ରୁ ୯୦ ଲକ୍ଷ ଟଙ୍କା। ରାଞ୍ଚି ରାସ୍ତାରେ ଧୋନୀଙ୍କୁ ଦେଖିବା ପାଇଁ ଭିଡ ଜମିଛି। ସୂଚନାଯୋଗ୍ୟ, ବିଶ୍ୱକପ୍‌ ପରେ ଧୋନୀ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ପରେ ସେ ଭାରତୀୟ ସେନାରେ ୧୫ଦିନ ଯାଏ ଟ୍ରେନିଂ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଟା ପୂରଣ ନ କରିପାରିଲେ ହାର୍ଦ୍ଦିକ ଅନ୍‌ଫିଟ୍‌

ନୂଆଦିଲ୍ଲୀ,୧୫ା୫ (ପି.ଟି.): ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟେଷ୍ଟ ଦଳରୁ ବାଦ୍‌ ଦେବା ଲାଗି ବର୍ତ୍ତମାନର ସିଲେକ୍ସନ କମିଟିର ନିଷ୍ପତ୍ତି ପ୍ରତି ସମର୍ଥନ ଜଣାଇଛନ୍ତି ଭାରତର ପୂର୍ବତନ ଚୟନକର୍ତ୍ତା...

ନମିତା ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ପାଇବେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ନମିତା ଟପ୍ପୋ। ଏହା ବ୍ୟତୀତ ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ସ୍ନେହା ସୋରେନ ଓ...

ପୁଣି ଥରେ ପଦାରେ ପଡ଼ିଲା ଆରସିବିର ମିଡିଲ ଅର୍ଡର ସମସ୍ୟା

ଶାରଜା,୨୪।୯: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ।...

ଭାରତୀୟ କ୍ରିକେଟ ଦଳରେ ପୂର୍ଣ୍ଣାଙ୍ଗ ଫିଲ୍‌ଡର ନାହାନ୍ତି

ନୂଆଦିଲ୍ଲୀ, ୧୧ା୫ (ପି.ଟି.)- ବର୍ତ୍ତମାନର ଭାରତୀୟ କ୍ରିକେଟ ଦଳରେ ବହୁ ଭଲ ଫିଲ୍‌ଡର ରହିଛନ୍ତି, ହେଲେ ଜଣେ ହେଲେ ଯୁବରାଜ ସିଂଙ୍କ ଭଳି ପୂର୍ଣ୍ଣାଙ୍ଗ ଫିଲ୍ଡର...

ଆଇପିଏଲ୍‌-୧୪ ମୁମ୍ବାଇ- ଚେନ୍ନାଇ ହେଭିଓ୍ବେଟ୍‌ ଲଢ଼େଇ

ନୂଆଦିଲ୍ଲୀ,୧।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୭ତମ ମ୍ୟାଚ୍‌ରେ ଏକ ଦମ୍‌ଦାର ଲଢ଼େଇ ଦେଖିବାକୁ ମିଳିବ। ଶନିବାର ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା...

ଏହି କ୍ରିକେଟର୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ: ଭାଇ ପରେ ପରେ ଚାଲିଗଲେ ବାପା

ଗାନ୍ଧୀନଗର,୯।୫: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକରିଆଙ୍କ ବାପା କରୋନାରେ ମୃତ୍ୟୁବରଣ କରିଛନ୍ତି। ଚେତନଙ୍କ ବାପା କିଛି ଦିନ ହେବ ଭବନଗରରେ କରୋନା ସହ...

ଏଲ୍‌ଓସିରେ ଗୋଡ଼ ହରାଇଥିବା ଯବାନ ଜିତିଲେ ଟ୍ରିପଲ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୩୦।୧୦- ଭାରତୀୟ ସେନାରେ କାର୍ଯ୍ୟ କରୁଥିବାବେଳେ ଏକ ବିସ୍ଫୋରଣରେ ବାମଗୋଡ଼ ହରାଇଥିଲେ। ଏହା ତାଙ୍କୁ ଦେଇଥିଲା ନୂଆ ଜୀବନ। ଗୋଟିଏ ଗୋଡ଼ ନ ଥିବା ସତ୍ତ୍ୱେ...

ଆଇସିସି ବିଶ୍ୱକପ୍‌: ଆଜି ଭାରତ-ପାକିସ୍ତାନ ମୁକାବିଲା; ବାଲୁକାକଳାରେ ସୁଦର୍ଶନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଆଇସିସିି ବିଶ୍ୱକପ୍‌ର ୨୨ତମ ମ୍ୟାଚ୍‌ରେ ରବିବାର ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ଦଳ ମଧ୍ୟରେ ମୁକାବିଲା ହେବ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ...

Advertisement
Ten Cric Info


Archives

Model This Week